ନୂଆଦିଲ୍ଲୀ: ଆଜିଠୁ (ଶନିବାର) ନୂଆଦିଲ୍ଲୀରେ ଆରମ୍ଭ ହୋଇଛି 2ଦିନିଆ ସାହିତ୍ୟ ଉତ୍ସବ । ‘ଟାଇମ୍ସ ଲିଟ ଫେଷ୍ଟ’ ପକ୍ଷରୁ ଆୟୋଜିତ ଏହି ସାହିତ୍ୟ ଉତ୍ସବର ଏହା ଚତୁର୍ଥ ସଂସ୍କରଣ । ଏହି କାର୍ଯ୍ୟକ୍ରମରେ ବିଜେପି ରାଷ୍ଟ୍ରୀୟ ଉପ-ସଭାପତି ତଥା ମୁଖପାତ୍ର ବୈଜୟନ୍ତ ପଣ୍ଡା ଯୋଗଦେଇଥିଲେ । ଦୁଇଦିନ ଧରି ଚାଲିବାକୁ ଥିବା ଏହି ଉତ୍ସବରେ ବୈଜୟନ୍ତ ପଣ୍ଡା ଯୋଗଦେଇ ‘ଧାରା 370: କାଶ୍ମୀରଓ ଏହାର ଭବିଷ୍ୟତ’ ଶୀର୍ଷକ ବିଷୟବସ୍ତୁ ଉପରେ ଆୟୋଜିତ ଏକ ଆଲୋଚନା ଚକ୍ରରେ ଭାଗ ନେଇଛନ୍ତି ।
ଧାରା 370 ହେଉଛି ସମ୍ବିଧାନରେ ଏକମାତ୍ର ଧାରା ଯାହା ଅସ୍ଥାୟୀ ଏବଂ ଏହାକୁ ଉଚ୍ଛେଦ କରି ସରକାର ଯାହା କରିଛନ୍ତି ତାହା ହେଉଛି ବିଭାଜନ ସମୟର ଅସମ୍ପୂର୍ଣ୍ଣ କାମ । ଏଥିସହ ଜାମ୍ମୁ, କାଶ୍ମୀର ଓ ଲଦାଖକୁ ସେହି ପ୍ରକ୍ରିୟାରେ ମିଶାଯାଇଛି ଯେପରି ଅନ୍ୟ ସାମନ୍ତ ରାଜ୍ୟ ମିଶିଛି ବୋଲି କହିଛନ୍ତି ବୈଜୟନ୍ତ ପଣ୍ଡା ।
ଏହି ଆଲୋଚନାଚକ୍ରରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ସଲମନ ଖୁର୍ସିଦ, ଲୋକସଭା ସାଂସଦ ପିନାକୀ ମିଶ୍ର, ଜେଡିୟୁ ନେତା ପବନ ବର୍ମା, ଲେଫ୍ଟନାଣ୍ଟ ଜେନେରାଲ ସୟେଦ ଏ ହସନୈନ ଏବଂ ଜେଏନୟୁ ପ୍ରଫେସର ଅମିତାଭ ମଟ୍ଟୋ ପ୍ରମୁଖ ଭାଗ ନେଇଥିବା ବେଳେ ଅନେକ ରାଜନେତା, ବୁଦ୍ଧିଜୀବୀ ଉପସ୍ଥିତ ଥିଲେ । ଟାଇମ୍ସ ନାଓର ମୁଖ୍ୟ ସମ୍ପାଦକ ରାହୁଲ ଶିବଶଙ୍କର ଏହି କାର୍ଯ୍ୟକ୍ରମର ପରିଚାଳନା କରିଥିଲେ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ