ETV Bharat / bharat

ଲକଡାଉନରେ ମଦ ବାଣ୍ଟି ଟିକଟକରେ ଭିଡିଓ ତିଆରି କରିବା ପଡ଼ିଲା ମହଙ୍ଗା, ଯୁବକ ଗିରଫ

ଦିନ ମଜୁରିଆଙ୍କୁ ମଦ ବାଣ୍ଟୁଥିବାର ଟିକଟକ ଭିଡିଓ ତିଆରି କରି ହାଇଦ୍ରାବାଦର 29 ବର୍ଷୀୟ ଯୁବକ କୁମାରକୁ ଗିରଫ କରିଛି ପୋଲିସ । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

ଟିକଟକରେ ଭିଡିଓ ତିଆରି କରିବା ପଡ଼ିଲା ମହଙ୍ଗା
ଟିକଟକରେ ଭିଡିଓ ତିଆରି କରିବା ପଡ଼ିଲା ମହଙ୍ଗା
author img

By

Published : Apr 15, 2020, 7:08 AM IST

ହାଇଦ୍ରାବାଦ: ଲକଡାଉନ୍ ବେଳେ ଟିକଟକରେ ଦିନ ମଜୁରିଆଙ୍କୁ ମଦ ବାଣ୍ଟୁଥିବାର ଭିଡିଓ ତିଆରି କରି ସୋସିଆଲ ମିଡିଆରେ ତାରକା ହେବାକୁ ଚେଷ୍ଟା କରୁଥିବା ହାଇଦ୍ରାବାଦର 29 ବର୍ଷୀୟ ଯୁବକ କୁମାରକୁ ଗିରଫ କରିଛି ପୋଲିସ ।

ରବିବାର ଏହି 29 ବର୍ଷୀୟ ଯୁବକ ଜଣଙ୍କ ଚମ୍ପପେଟରେ ମଦ ବାଣ୍ଟୁଥିବାର ଭିଡିଓ ତିଆରି କରିଥିବା ଅଭିଯୋଗ ହୋଇଛି । ନିକଟରେ ପଞ୍ଜାବରେ ଜଣେ ଯୁବକ ଟିକଟିକ ଭିଡିଓ ତିଆରି କରି ମଦ ବାଣ୍ଟୁଥିବାର ଦେଖିବାକୁ ମିଳିଥିଲା । ଏହି ଭିଡିଓକୁ ଦେଖି କୁମାର ଅନୁରୂପ ଭିଡିଓ ତିଆରି କରିଥିବା ଜଣାପଡ଼ିଛି ।

କୁମାର ପୋଲିସକୁ କହିଛି ଯେ, ସେ ଶ୍ରମିକଙ୍କୁ ମଦ ବାଣ୍ଟୁଥିଲା । ଏହାଦ୍ବାରା ସେମାନେ କୋରୋନାରେ ଆଉ ଆକ୍ରାନ୍ତ ହୋଇନଥାନ୍ତେ । ସୂଚନାଯୋଗ୍ୟ, ଲକଡାଉନ ପାଇଁ ତେଲେଙ୍ଗାନା ସମେତ ଦେଶରେ ମଦ ଦୋକାନ ବନ୍ଦ ରହିଛି ।

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.