ETV Bharat / bharat

ଟିକ୍‌ଟକ୍‌ର ନୂଆ ଆଡ୍, ୟୁଜର୍ସଙ୍କୁ କ୍ରିକେଟର ଓ ସେଲିବ୍ରିଟିଙ୍କ ସଚେତନ - ଟିକ୍‌ଟକ୍ ୟୁଜର୍ସ

ବର୍ତ୍ତମାନ ଟିକ୍‌ଟକ୍‌ର ଚାହିଦା ଅଧିକ ରହିଛି । ବିଶେଷ କରି ଲକଡାଉନ ସମୟରେ ଏହାକୁ ଅଧିକ ଲୋକ ଡାଉନଲୋଡ କରିଛନ୍ତି । ଅଧିକ ପଢନ୍ତୁ...

ଟିକ୍‌ଟକ୍‌ର ନୂଆ ଆଡ୍, ୟୁଜର୍ସଙ୍କୁ କ୍ରିକେଟର ଓ ସେଲିବ୍ରିଟଙ୍କ ସଚେତନ

author img

By

Published : May 4, 2020, 5:02 PM IST

ନୂଆଦିଲ୍ଲୀ: ସର୍ଟ ଭିଡିଓ ପ୍ଲାଟଫର୍ମ ଟିକ୍‌ଟକ୍‌ ପକ୍ଷରୁ ନିଜ ୟୁଜର୍ସଙ୍କୁ ସଚେତନ କରିବାକୁ ଏକ ନୂଆ ଆଡ୍ ଲଞ୍ଚ କରିଛି । ଏଥିରେ କ୍ରିକେଟର ଓ ସେଲିବ୍ରିଟିମାନେ ଆକ୍ଟିଂ କରିଛନ୍ତି । କୋରୋନା ମହାମାରୀକୁ ନେଇ ଭୁଲ ସୂଚନା ନଦେବାକୁ ଏଥିରେ ଅନୁରୋଧ କରାଯାଇଛି ।

ଟିକ୍‌ଟକ୍‌ର ନୂଆ ଆଡ୍, ୟୁଜର୍ସଙ୍କୁ କ୍ରିକେଟର ଓ ସେଲିବ୍ରିଟଙ୍କ ସଚେତନ

ବର୍ତ୍ତମାନ ଟିକ୍‌ଟକ୍‌ର ଚାହିଦା ଅଧିକ ରହିଛି । ବିଶେଷ କରି ଲକଡାଉନ ସମୟରେ ଏହାକୁ ଅଧିକ ଲୋକ ଡାଉନଲୋଡ କରିଛନ୍ତି । ଭାରତରେ ଏହି ଆପ୍‌ର ପ୍ରାୟ 200 ମିଲିୟନ ବ୍ୟବହାରକାରୀ ଅଛନ୍ତି । ଏପରି ସମୟରେ କିଛି ଭୁଲ ପ୍ରସାରଣ ନକରିବା ସହ କଣ୍ଟେଣ୍ଟ ଉପରେ ଧ୍ୟାନ ଦେବାକୁ କମ୍ପାନୀ ପକ୍ଷରୁ ଏହି ନୂଆ କ୍ୟାମ୍ପେନ ବାହାର କରାଯାଇଛି । ଏହାକୁ ନିର୍ଦ୍ଦେଶକ ଅନୁରାଗ ବସୁ ଡିରେକ୍ଟ କରିଥିବାବେଳେ ଏଥିରେ ବିରାଟ କୋହଲି, ଆୟୁଷ୍ମାନ ଖୁରାନା, ସାରା ଅଲ୍ଲୀ ଖାନ ଓ କ୍ରିତି ସାନନ ପ୍ରମୁଖ ଅଭିନୟ କରିଛନ୍ତି ।

ଟ୍ବିଟରରେ ଏକ ବିଜ୍ଞପ୍ତି ପ୍ରକାଶ କରି କମ୍ପାନୀ ପକ୍ଷରୁ ସାଧାରଣ ସେବା ଘୋଷଣା ଲଞ୍ଚ କରାଯାଇଛି । ଏହାର ନାମ ରହିଛି ‘ମତ କର ଫରୱାର୍ଡ’ । ଭୁଲ ଓ ଗୁଜବ ପ୍ରସାରଣ ନକରିବାକୁ ଏଥିରେ କମ୍ପାନୀ ଅନୁରୋଧ କରିଛି । ଫେକ ନ୍ୟୁଜ କ୍ଷତିକାରକ ଏବଂ ଏହା ଆମ ସମସ୍ତଙ୍କୁ ସମସ୍ୟାରେ ପକାଇଥାଏ ବୋଲି ଟ୍ବିଟରେ ଟିକ୍‌ଟକ୍‌ କହିଛି । ଏହି କ୍ୟାମ୍ପେନ ଡିଡି ସମେତ ସମସ୍ତ ଟିଭି ଚ୍ୟାନେଲ ଓ ସୋସିଆଲ ମିଡିଆ ହ୍ୟାଣ୍ଡେଲରେ ସୋମବାର ଦିନ ଲଞ୍ଚ ହେବ । ସରକାରଙ୍କ ନିର୍ଦ୍ଦେଶାନାମା ଅନୁସାରେ ଏହି କ୍ୟାମ୍ପେନ ପ୍ରସ୍ତୁତ ହୋଇଛି । ବର୍ତ୍ତମାନ ସମସ୍ତ ସୋସିଆଲ ମିଡିଆ କମ୍ପାନୀଙ୍କୁ ଗୁଜବ ଓ ଫେକ ନ୍ୟୁଜ ଉପରେ ରୋକ ଲଗାଇବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି । କୋଭିଡ 19 ମୁକାବିଲା ସମ୍ପର୍କରେ ସୋସିଆଲ ମିଡିଆରେ କୌଣସି ସମସ୍ୟା ସୃଷ୍ଟି ହେବା ପ୍ରତି ଧ୍ୟାନ ରଖିବାକୁ ବିଜ୍ଞପ୍ତି ଜାରି ହୋଇଛି ।

ଏଥିପାଇଁ ଟିକ୍‌ଟକ୍‌ ପକ୍ଷରୁ ଏହି ଭିଡିଓ ବନାଯାଇଛି । ସାମାଜିକ ଦୂରତାକୁ ଲକ୍ଷ୍ୟ ରଖି ସମସ୍ତ ଆର୍ଟିଷ୍ଟ ଘରେ ହିଁ ଏହାର ସୁଟିଂ କରିଥିଲେ । ୟୁଜର୍ସଙ୍କ ପାଇଁ ଏକ ସୁରକ୍ଷିତ ପ୍ଲାଟଫର୍ମ ବନାଇବା କମ୍ପାନୀର ଲକ୍ଷ୍ୟ ବୋଲି ଟିକ୍‌ଟକ୍‌ ଟ୍ବିଟରରେ କହିଛି । ନିକଟରେ ଟିକ୍‌ଟକ୍‌ ପକ୍ଷରୁ ଏକ ଭୁଲ ସୂଚନା କ୍ୟାଟେଗୋରୀ ଏବଂ କୋଭିଡ 19 ସବ କ୍ୟାଟେଗୋରୀ ଆପ୍ ଭିତରେ ଦିଆଯାଇଥିଲା । ମହାମାରୀ ସମ୍ପର୍କରେ ସମସ୍ତ ପ୍ରକାର ଗୁଜବ ଓ ଫେକ ନ୍ୟୁଜ ଦୂର କରିବାକୁ ଏପରି ବ୍ୟବସ୍ଥା ନେଇଥିଲା କମ୍ପାନୀ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.