ETV Bharat / bharat

କୋରୋନା ଭୟ: ତିହାର ଜେଲରୁ ମୁକୁଳିବେ ଆଉ 25ରୁ ଊର୍ଦ୍ଧ୍ବ କଏଦୀ - delhi news

ପୂର୍ବରୁ ଦିଲ୍ଲୀ ସ୍ଥତି ତିହାର ଜେଲରେ 1100 କଏଦୀଙ୍କୁ ଜରୁରୀକାଳୀନ ପାରୋଲରେ ଛାଡି ଦିଆଯାଇଥିଲା । ଆଉ ଏବେ 20ରୁ 30 ଜଣ 60ରୁ ଉର୍ଦ୍ଧ୍ବ ବୟସର କଏଦୀଙ୍କୁ ମୁକ୍ତ କରିବାକୁ ଯାଉଛି । ଅଧିକ ପଢନ୍ତୁ....

କୋରୋନା ଭୟ ତିହାର ଜେଲରୁ ମୁକୁଳିବେ ଆଉ 25ରୁ ଉର୍ଦ୍ଧ୍ବ କଏଦୀ

author img

By

Published : May 24, 2020, 4:38 PM IST

ନୂଆଦିଲ୍ଲୀ: କୋରୋନା ସଂକ୍ରମଣ ଦିନକୁ ଦିନ ବୃଦ୍ଧି ପାଉଥିବା ଯୋଗୁଁ କଏଦୀଙ୍କ ସୁରକ୍ଷା ଦୃଷ୍ଟିରୁ ତିହାର ଜେଲ ପ୍ରଶାସନ ପୁଣି ଥରେ 60 ବର୍ଷରୁ ଉର୍ଦ୍ଧ୍ବ କଏଦୀଙ୍କୁ 8 ସପ୍ତାହ ଜରୁରୀକାଳୀନ ପାରୋଲରେ ମୁକ୍ତ କରିବାକୁ ନିଷ୍ପତ୍ତି ନେଇଛି । ଏହି କ୍ରମରେ 25 ରୁ 30 ଜଣ କଏଦୀ ଜେଲରୁ ବାହାରିବେ।

ତିହାର ପ୍ରଶାସନ ଏପର୍ଯ୍ୟନ୍ତ ବିଭିନ୍ନ କାରଣରୁ 1100 କଏଦୀଙ୍କୁ ମୁକ୍ତ କରିଛି। ଜେଲ ଅଧିକାରୀ କହିଛନ୍ତି ଯେ, କୋରୋନା ପ୍ରଥମେ ବୟସ୍କ ଲୋକଙ୍କୁ ଆକ୍ରାନ୍ତ କରିଥାଏ। ସେଥିପାଇଁ ଜେଲରେ ଥିବା 60 ବର୍ଷରୁ ଅଧିକ କଏଦୀଙ୍କୁ ଜରୁରୀକାଳୀନ ପାରୋଲରେ ଛାଡି ଦିଆଯାଉଛି।

ଅଧିକାରୀମାନେ ଏହା ମଧ୍ୟ କହିଛନ୍ତି ଯେ, ଏପର୍ଯ୍ୟନ୍ତ ମୁକ୍ତ ହୋଇଥିବା 1100 କଏଦୀଙ୍କ ମଧ୍ୟରୁ 60 ବର୍ଷରୁ ଅଧିକ 30ରୁ ଅଧିକ କଏଦୀଙ୍କୁ ପ୍ରଥମେ ମୁକ୍ତ କରାଯାଇଥିଲା । ଯାହା ପରେ ବର୍ତ୍ତମାନ 25 ରୁ 30 ଜଣ କଏଦୀଙ୍କୁ ଛାଡି ଦିଆଯିବ ।

ପ୍ରଶାସନର କହିବାନୂସାରେ, କୋରୋନା ଭାଇରସ ଅତ୍ୟଧିକ ବୟସ୍କ ଲୋକଙ୍କ ପାଇଁ ଘାତକ ହୋଇପାରେ। ସେଥିପାଇଁ ସେମାନଙ୍କୁ ଠିକ ସମୟରେ ଜରୁରୀକାଳୀନ ପାରୋଲରେ ମୁକ୍ତ କରାଯାଉଛି। ତେବେ ପରିସ୍ଥିତି ସ୍ୱାଭାବିକ ହେବା ପରେ ଏହି ବନ୍ଦୀମାନଙ୍କୁ ପୁଣି ଜେଲରେ ରଖାଯିବ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.