ଇମ୍ଫାଲ: ମଣିପୁରରେ କାଳବୈଶାଖୀର ତାଣ୍ଡବ । ସୋମବାର ପ୍ରବଳ ବର୍ଷା ସାଙ୍ଗକୁ ବଜ୍ରପାତରେ 3 ଜଣ ମହିଳାଙ୍କ ମୃତ୍ୟୁ ଘଟିଛି । ଏଥିରେ ପାଖାପାଖି 40 ଜଣ ଆହତ ହୋଇଥିବା ସୂଚନା ରହିଛି । ଆହତଙ୍କ ମଧ୍ୟରେ 30 ଜଣ ଛାତ୍ରଛାତ୍ରୀ ରହିଥିବା ସରକାରୀ ସୁତ୍ରରୁ ପ୍ରକାଶ ପାଇଛି । ତେବେ ଏଥିଯୋଗୁଁ ଅନେକ ଘର ମଧ୍ୟ ଭୁଷୁଡି ପଡିଛି।
-
Manipur: Three women killed after a storm hit Kakching and Churachandpur. Several houses damaged. pic.twitter.com/I1K0KuMO6G
— ANI (@ANI) April 15, 2019 " class="align-text-top noRightClick twitterSection" data="
">Manipur: Three women killed after a storm hit Kakching and Churachandpur. Several houses damaged. pic.twitter.com/I1K0KuMO6G
— ANI (@ANI) April 15, 2019Manipur: Three women killed after a storm hit Kakching and Churachandpur. Several houses damaged. pic.twitter.com/I1K0KuMO6G
— ANI (@ANI) April 15, 2019
ଚୁରାଚାନ୍ଦପୁର ଜିଲ୍ଲାର ନ୍ୟୁ ସେସନ ଅଞ୍ଚଳରେ ଏକ ଘର ଭୁଷୁଡିବା ଫଳରେ 2 ଜଣ ମହିଳାଙ୍କ ମୃତ୍ୟ ଘଟିଥିବା ବେଳେ ବରଗଛ ପଡି ଆଉ ଜଣେ ମହିଳା ପ୍ରାଣ ହରାଇଛନ୍ତି । ସେହିପରି କ୍ବାକଟାରେ ଏକ ସ୍କୁଲ ଘର ଭୁଷୁଡିବା ଫଳରେ 30 ଜଣ ଛାତ୍ରଛାତ୍ରୀ ଆହତ ହୋଇଛନ୍ତି । ତେବେ ଅଘଟଣ ପରେ ସେମାନଙ୍କୁ ତୁରନ୍ତ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।
ଏହି କାଳବୈଶାଖୀରେ ରାଜ୍ୟର ଅଧିକାଂଶ ଅଞ୍ଚଳ କ୍ଷତିଗ୍ରସ୍ତ ହୋଇଥିବା ସୂଚନା ମିଳିଛି ।