ETV Bharat / bharat

ଲକଡାଉନରେ ସକ୍ରିୟ ସାଇବର ଅପରାଧୀ - ସକ୍ରିୟ ସାଇବର ଅପରାଧୀ

ଲକଡାଉନ କଟକଣା ଯୋଗୁଁ ଘରୁ ବାହାରିବା ଅଧିକାଂଶ ଲୋକଙ୍କ ପକ୍ଷେ ସମ୍ଭବ ନୁହେଁ । ଏଣେ କୋଭିଡ ସଂପର୍କରେ ବିସ୍ତୃତ ସୂଚନା ଓ ସଦ୍ୟତମ ଘଟଣାବଳୀ ସଂପର୍କରେ ଜାଣିବାକୁ ଲୋକେ ଆଗ୍ରହୀ । ହେଲେ ଲକଡାଉନର ଫାଇଦା ଉଠାଉବାକୁ ତତ୍ପର ହୋଇ ଉଠିଛନ୍ତି ସାଇବର ଗ୍ୟାଙ୍ଗ୍ । ବେଶ୍ ସକ୍ରିୟ ହୋଇ ଉଠିଛନ୍ତି ସାଇବର ଅପରାଧୀ । ଅଧିକ ପଢନ୍ତୁ..

thriving-cyber-criminals
thriving-cyber-criminals
author img

By

Published : Apr 27, 2020, 11:57 AM IST

କୋରୋନା ବିରୋଧରେ ଲଢେଇ ପାଇଁ ସାରା ବିଶ୍ୱ ତତ୍ପରତା ଦେଖାଇଛି । ପ୍ରଭାବିତ ଦେଶଗୁଡିକରେ ଲାଗୁ ହୋଇଛି ଲକଡାଉନ କଟକଣା । ଲକଡାଉନ କଟକଣା ଯୋଗୁଁ ଘରୁ ବାହାରିବା ଅଧିକାଂଶ ଲୋକଙ୍କ ପକ୍ଷେ ସମ୍ଭବ ନୁହେଁ । ଏଣେ କୋଭିଡ ସଂପର୍କରେ ବିସ୍ତୃତ ସୂଚନା ଓ ସଦ୍ୟତମ ଘଟଣାବଳୀ ସଂପର୍କରେ ଜାଣିବାକୁ ଲୋକେ ଆଗ୍ରହୀ । ହେଲେ ଲକଡାଉନର ଫାଇଦା ଉଠାଉବାକୁ ତତ୍ପର ହୋଇ ଉଠିଛନ୍ତି ସାଇବର ଗ୍ୟାଙ୍ଗ୍ । ବେଶ୍ ସକ୍ରିୟ ହୋଇ ଉଠିଛନ୍ତି ସାଇବର ଅପରାଧୀ । ତିନି ସପ୍ତାହ ପୂର୍ବେ କେନ୍ଦ୍ର ଗୃହ ମନ୍ତ୍ରାଳୟ ଜାଲ୍ ୱେବସାଇଟର ଏକ ବିସ୍ତୃତ ତାଲିକା ଜାରି କରିଥିଲା । କୋରୋନା ଭାଇରସ ନାଁରେ ଏସବୁ ଜାଲ୍ ୱେବସାଇଟ ପ୍ରକାଶ ପାଇଥିଲା । କୋରୋନା ମହାମାରୀ ଶବ୍ଦର ଆଗରେ ବା ପଛରେ ମ୍ୟାପ୍‌, ରିୟୟଲଟାଇମ୍‌, ଷ୍ଟାଟସ ଭଳି ଶବ୍ଦର ପ୍ରୟୋଗ କରି ଜାଲ୍ ୱେସାଇଟଗୁଡିକ ସସବୁ ମୁଣ୍ଡ ଟେକିଥିବା ଗୃହ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଥିଲା । କୋରୋନା ଭାଇରସ ନାଁରେ ଗତ ଦୁଇ ମାସ ମଧରେ ଚାରି ହଜାରରୁ ଅଧିକ ପୋର୍ଟାଲ ମୁଣ୍ଡ ଟେକିଛି ବୋଲି ଇଣ୍ଡିଆନ ନ୍ୟାସନାଲ ସାଇବର ସିକ୍ୟୁରିଟି ଅଫିସର ଲେଫ୍ଟନାଂଟ୍ ଜେନେରାଲ୍ ରାଜେଶ ପନ୍ତ କହିଛନ୍ତି ।

କୋରୋନା କେୟାର ଓ ଫେକ୍ ଟ୍ରିଟମେଂଟ୍ ବାବଦରେ ସାଇବର କ୍ରିମିନାଲଙ୍କଠାରୁ ଦୈନିକ ଇ ମେଲ୍ ଆସୁଥିବାରୁ ଆମେରିକା ଓ ବ୍ରିଟେନ ସରକା ସେମାନଙ୍କ ନାଗରିକଙ୍କୁ ସତର୍କ କରିଦେଇଛନ୍ତି । ଏସବୁ ଜାଲ ଇ-ମେଲ୍ ଜାଲରେ ନ ପଡିବାକୁ ଲୋକଙ୍କୁ ସତର୍କ କରିଦିଆଯାଇଛି । କୋଭିଡ ମହାମାରୀ ବ୍ୟାପିବା ପରେ ସାଇବର ଅପରାଧ ଚାରିଗୁଣା ବଢିଛି ବୋଲି ଆମେରିକୀୟ ଗୁଇନ୍ଦା ସଂସ୍ଥା ଏଫବିଆଇ ସୂଚନା ଦେଇଛି । ୟୁରୋପରେ ମଧ୍ୟ କୋରୋନା ସମୟରେ ସାଇବର ଅପରାଧ ବଢୁଥିବାରୁ ଚିନ୍ତା ପ୍ରକାଶ ପାଇଛି । ୟୁରୋପୀୟ ସଂଘ ସଭାପତି ଉର୍ସୁଲା ଭନ୍ ଡେରଲିଏନ କହିଛନ୍ତି ଯେ, ଲକଡାଉନ ଯୋଗୁଁ ଘରେ ଥିବା ନାଗରିକଙ୍କ କୋଭିଡ ସଂପର୍କିତ ଆଶା ଓ ଆଶଙ୍କାର ଫାଇଦା ନେବାକୁ ସାଇବର ଅପରାଧୀମାନେ ଚେଷ୍ଟା କରୁଛନ୍ତି । ଏହା ସ୍ଥିତିର ଗମ୍ଭୀରତାକୁ ସୂଚାଏ ବୋଲି ସେ କହିଛନ୍ତି । ୩୫ଟି ଦେଶର ୩ ଶହରୁ ଅଧିକ ପେଷାଦାର ସୁରକ୍ଷା ଅଧିକାରୀମାନେ ସାଇବର ଅପରାଧୀଙ୍କ ବିରୋଧରେ ମିଳିତ ଲଢେଇ ଆରମ୍ଭ କରିଥିବା ପୃୃଷ୍ଠଭୂୂମିରେ ଆମ ଦେଶରେ ବି ସାଇବର ଅପରାଧ ନେଇ ନାଗରିକ ସଚେତନତା ରଣନୀତିକୁ ଆହୁରି ସୁସଂଗଠିତ କରିବା ଜରୁରୀ ହୋଇପଡିଛି । ତିନି ବର୍ଷ ତଳେ ସାଇବର ଅପରାଧୀମାନେ ‘ଓାନା କ୍ରାଏ’ ନାମରେ ୧୭୫ଟି ଦେଶରେ ସାଇବର ଆଟାକ୍ କରିଥିଲେ । ପରିଣାମ ସ୍ୱରୂପ ଋଷିଆ, ୟୁକ୍ରେନ, ଆମେରିକା, ଜର୍ମାନୀ, ଜାପାନ ଓ ଦକ୍ଷିଣ କୋରିଆର ଲକ୍ଷ ଲକ୍ଷ ଡେବିଟ୍ କାର୍ଡ ଡାଟା ଚୋରି ହୋଇଥିଲା ବୋଲି ଖବର ପ୍ରକାଶ ପାଇଥିଲା । ସେତେବେଳେ କେନ୍ଦ୍ର ସରକାରଙ୍କ ବିଭିନ ୱେବସାଇଟଗୁଡିକ ମଧ୍ୟ ସାଇବର ଆଟାକ୍‌ର ଶୀକାର ହୋଇଥିଲେ ।

ଲକଡାଉନ ଯୋଗୁଁ ବିଭିନ୍ନ କଂପାନିର କର୍ମଚାରୀମାନେ ଘରୁ କାମ କରୁଛନ୍ତି । ଏହା ସତ ଯେ, କାଯ୍ୟ ର୍କ୍ଷେତ୍ର ଭଳି ଘରର କଂପ୍ୟୁଟର ଓ ଲାପଟପରେ ସୂଚନା ସୁରକ୍ଷା ନ ଥାଏ । ତେବେ, ଆପ୍ ଓ ଲିଙ୍କ୍ ବାବଦରେ ଅଜ୍ଞାନତା ଓ ସେଗୁଡିକୁ ଭୁଲ ବଶତଃ କ୍ଲିକ୍ କରିଦେଲେ ସାଇବର ଅପରାଧୀଙ୍କୁ ସମ୍ବେଦନଶୀଳ ସୂଚନା ମିଳିଯିବାର ଆଶଙ୍କା ରହିଛି । ନିକଟରେ ଦୁଇ କଂପ୍ୟୁଟର ପ୍ରଫେସନାଲ କଂପ୍ୟୁଟର ଜୁମ୍ ଭିଡିଓ ଆପ୍ ଜରିଆରେ ହ୍ୟାକ୍ କରି ସାଇବର ଅପରାଧୀମାନେ ବିଟ୍ କଏନ୍ ମାଧ୍ୟମରେ ବିପୁଳ ପରିମାଣର ଅର୍ଥ ଦାବି କରିବା ଭଳି ଘଟଣା ସାମନାକୁ ଆସିଛି ।

କୋରୋନା ଭାଇରସ ସାହାଯ୍ୟରେ ସାଇବର ଅପରାଧୀମାନେ ଲୋକଙ୍କ କଂପ୍ୟୁଟର ଓ ସ୍ମାର୍ଟଫୋନରୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଚୋରି କରିବାରେ ସଫଳ ହୁଅନ୍ତି । ସଂଗେ ସଂଗେ ପୀତିତଙ୍କ ବ୍ୟାଙ୍କ ଆକାଉଂଟ ଖାଲି ହୋଇଯାଏ । ‘ଦି ପ୍ରାଇମ ମିନିଷ୍ଟର୍ସ ସିଟିଜେନ୍ ଆସିଷ୍ଟାନ୍ସ ଆଣ୍ଡ୍ ରିଲିଫ୍ ଇନ୍ ଇମର୍ଜନସି ସିଚ୍ୟୁଏସନ ଫଣ୍ଡ’ ( ପିଏମ କେରସ୍ ଫଣ୍ଡ)ର ଏକାଧିକ ନକଲ ଲିଙ୍କ୍ ସାଇବର ଅପରାଧୀଙ୍କ କାରନାମାକୁ ପ୍ରମାଣିତ କରେ । ନିକଟରେ ଜଣେ ବ୍ୟକ୍ତିଙ୍କ ବିରୋଧରେ ପୋଲିସ ମାମଲା ରୁଜୁ ହୋଇଛି ଯିଏ କି ବିଶ୍ୱର ଉଚ୍ଚତମ ସର୍ଦ୍ଦାର ପଟେଲ ପ୍ରତିମୂର୍ତ୍ତି ଅନଲାଇନରେ ୪ ଶହ ମିଲିଅନ ଡଲାରରେ ବିକ୍ରି କରିବାକୁ ଦୁଃସାହସ କରିଥିଲେ । ମାଗଣାରେ ଫିଲ୍ମ ଦେଖିବା ଓ ଫ୍ରି ମୋବାଇଲ୍ ରିଚାର୍ଜ ବଳି ପ୍ରଲୋଭନ ଦେଖାଇ ସାଇବର ଅପରାଧୀମାନେ ନୀରିହ ଲୋକଙ୍କୁ ଭୂଆଁ ବୁଲାଇଥାନ୍ତି । ଲୋକେ ବି ସହଜରେ ସେମାନଙ୍କ ଜାଲରେ ଫସିଯାଇଥାଆନ୍ତି । ଏଭଳି ଭୟଙ୍କର ସାଇବର ଆତଙ୍କବାଦ ରୋକିବା ପାଇଁ ପ୍ରତିରୋଧାତ୍ମକ ବ୍ୟବସ୍ଥାକୁ ସରକାର ଆହୁରି ଦୃୃଢୀଭୂତ କରିବା ଜରୁରୀ ହୋଇପଡିଛି । ଏହାଛଡା ଏହାକୁ ରୋକିବା ପାଇଁ ନାଗରିକ ସଚେତନତା ବି ଜରୁରୀ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.