ହାଇଦ୍ରବାଦ: ଅପରେସନ ସ୍ମାଇଲ-4 କୁ ତେଲେଙ୍ଗାନାରେ ମିଳିଛି ଅଶାତୀତ ସଫଳତା। ଗତ ମାସ 1 ଜାନୁୟାରୀ 31 ତାରିଖ ମଧ୍ୟରେ 3600 ଶିଶୁ ବିଭିନ୍ନ ସ୍ଥାନରୁ ଉଦ୍ଧାର ହୋଇଛନ୍ତି। ସେମାନଙ୍କ ମଧ୍ୟରେ 2923 ଜଣ ପୁଅ ଓ 677 ଜଣ ଝିଅ ଅଛନ୍ତି।
ଏହି ନିଷ୍ପାପ ଶିଶୁ ଘରୁ ଚାଲିଯାଇ ବିଭିନ୍ନ ବେସରକାରୀ ସଂସ୍ଥା, ହୋଟେଲ, ଦୋକାନ ବିଭିନ୍ନ କଠିନ ପରିଶ୍ରମରେ ଲିପ୍ତ ରହୁଥିବା ଜଣାପଡିଛି। ଏ ବିଷୟରେ ଖବର ପାଇବା ପରେ ସ୍ମାଇଲ-4ର ଆଇଜି ସ୍ବାତୀ ଲାକ୍ରା ସେମାନଙ୍କୁ ଉଦ୍ଧାର କରିବାକୁ ଯୋଜନା କରିଥିଲେ।
ତାଙ୍କ କହିବା ଅନୁସାରେ, ପୋଲିସ କର୍ମଚାରୀଙ୍କ ଦ୍ବାରା ବିଭିନ୍ନ ସ୍ଥାନରେ ଚଢାଉ କରାଯାଇ ଏହି ସମସ୍ତ ଶିଶୁଙ୍କୁ ଉଦ୍ଧାର କରାଯାଇଛି। ସେମାନଙ୍କୁ ଆଶ୍ରମ ଗୃହରେ ରଖାଯିବା ସହ ଘଟଣା ଉପରେ 411ଟି ମାମଲା ରୁଜୁ ହୋଇଛି।