ETV Bharat / bharat

ଜେଏନୟୁ ହିଂସାରେ ସମ୍ପୃକ୍ତ 3 ଅଭିଯୁକ୍ତ ଫେରାର - ଜେଏନୟୁ ହିଂସାରେ ସମ୍ପୃକ୍ତ 3 ଅଭିଯୁକ୍ତ ଫେରାର

ଜେଏନୟୁ ହିଂସାକାଣ୍ଡ ମାମଲାରେ ସମ୍ପୃକ୍ତ 3 ଜଣ ଅଭିଯୁକ୍ତ ଫେରାର ଥିବା ଦିଲ୍ଲୀ ପୋଲିସ ପକ୍ଷରୁ ସୂଚନା ମିଳିଛି। ସେମାନେ ହେଉଛନ୍ତି କୋମଲ ଶର୍ମା, ରୋହିତ ଶାହ ଏବଂ ଅକ୍ଷତ ଅୱସ୍ତି।

JNU violence
ଜେଏନୟୁ ହିଂସା
author img

By

Published : Jan 15, 2020, 10:28 AM IST

ନୂଆଦିଲ୍ଲୀ: ଜବାହାରଲାଲ ନେହରୁ ବିଶ୍ବବିଦ୍ୟାଳୟରେ ଗତ ଜାନୁଆରୀ 5 ତାରିଖରେ ଘଟିଥିବା ହିଂସାକାଣ୍ଡ ମାମଲାରେ ସମ୍ପୃକ୍ତ 3 ଜଣ ଅଭିଯୁକ୍ତ ଫେରାର ଥିବା ଦିଲ୍ଲୀ ପୋଲିସ ପକ୍ଷରୁ ସୂଚନା ମିଳିଛି । ଫେରାର 3 ଜଣଙ୍କ ପରିଚୟ ମିଳିଛି। ସେମାନେ ହେଉଛନ୍ତି କୋମଲ ଶର୍ମା, ରୋହିତ ଶାହ ଏବଂ ଅକ୍ଷତ ଅୱସ୍ତି।

ସେମାନଙ୍କୁ ଟ୍ରାକ କରିବାକୁ ଦିଲ୍ଲୀ ପୋଲିସ ଲଗାତାର ପ୍ରୟାସ କରୁଛି। ଅନ୍ୟ 2 ଜଣ ଅଭିଯୁକ୍ତ ଚୁନଚୁନ କୁମାର ଏବଂ ଦୋଳନ ସାମନ୍ତକୁ ଜେଏନୟୁ ହିଂସା ମାମଲାରେ ପଚରାଉଚରା ପାଇଁ ଥାନାକୁ ଡକାଯାଇଛି।

ସେପଟେ ହିଂସାକାଣ୍ଡରେ ସମ୍ପୃକ୍ତ ଅଭିଯୁକ୍ତଙ୍କୁ ଧରିବା ପାଇଁ ଫୋରେନ୍ସିକ ସାଇନ୍ସ ଲାବୋରାଟୋରୀର ଟିମ ମଙ୍ଗଳବାର ଘଟଣାସ୍ଥଳରେ ଲାଗିଥିବା ସିସିଟିଭି ଫୁଟେଜକୁ ଯାଞ୍ଚ କରିଛନ୍ତି। ଏହି ଟିମ ବୁଧବାର ପୁଣି ଥରେ ସିସିଟିଭି ଫୁଟେଜର ଯାଞ୍ଚ କରିବ ନେଇ ପୋଲିସ ପକ୍ଷରୁ ଜଣାଇ ଦିଆଯାଇଛି।

ଅନ୍ୟପକ୍ଷରେ ଏହି ହିଂସାକାଣ୍ଡ ମାମଲାରେ ମଙ୍ଗଳବାର ଦିଲ୍ଲୀ ହାଇକୋର୍ଟରେ ଶୁଣାଣି ହୋଇଥିଲା । ହ୍ବାଟ୍ସଆପ ଜରିଆରେ ଗ୍ରୁପ କରି ହିଂସାକୁ ରୂପ ଦେଉଥିବା ଦୁଇ ଗ୍ରୁପ ମେମ୍ବରଙ୍କ ମୋବାଇଲ ଜବତ କରିବାକୁ ଦିଲ୍ଲୀ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ‘ଫ୍ରେଣ୍ଡସ ଅଫ ଆରଏସଏସ’ ଓ ‘ୟୁନିଟି ଅଗେନଷ୍ଟ ଲେଫ୍ଟ’ର ଦୁଇଟି ଗ୍ରୁପର ସଦସ୍ୟଙ୍କ ଫୋନ ଜବତ କରି ଡାଟା ସଂରକ୍ଷିତ କରିବାକୁ ଆଦେଶ ଦିଆଯାଇଛି।

ଏହା ସହିତ ଗୁଗୁଲ ଓ ହ୍ବାଟ୍ସଆପକୁ ହିଂସା ସମ୍ବନ୍ଧୀୟ ସେୟାର କରାଯାଉଥିବା ଡାଟା ଓ ଅନ୍ୟ ପ୍ରମାଣକୁ ସଂରକ୍ଷିତ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏଥିରେ ଇମେଲକୁ ମଧ୍ୟ ସାମିଲ କରାଯାଇଛି । ଅନ୍ୟପକ୍ଷରେ କୋର୍ଟ ଖୁବଶୀଘ୍ର ସିସିଟିଭି ଫୁଟେଜ ଉପଲବ୍ଧ କରାଇବାକୁ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.