ETV Bharat / bharat

ତୋପ ଟେଷ୍ଟିଂ ବେଳେ ଅଘଟଣ, 3 ଗୁରୁତର

author img

By

Published : Sep 14, 2020, 12:58 PM IST

ପୋକରଣ ରେଞ୍ଜରେ ତୋପ ଟେଷ୍ଟ ବେଳେ ଘଟିଲା ଅଘଟଣ । ତିନି ଆହତ, ଆର୍ମି ହସପିଟାଲରେ ଭର୍ତ୍ତି । ଅଧିକ ପଢନ୍ତୁ....

Three people injured as gun cannon explodes during testing at Pokaran firing range
ପୋକରଣ ରେଞ୍ଚରେ ତୋପ ଟେଷ୍ଟ ବେଳେ ଘଟିଲା ଅଘଟଣ

ଜୟପୁର: ଜଇସାଲମର ପୋକରଣ ରେଞ୍ଜରେ ତୋପ ଟେଷ୍ଟ ବେଳେ ଘଟିଲା ଅଘଟଣ । ତୋପର ବ୍ୟାରେଲ ଫାଟି 3 ଜଣ ଆହତ ହୋଇଥିବା ସୂଚନା ମିଳିଛି । ସେମାନଙ୍କୁ ଚିକିତ୍ସା ପାଇଁ ଆର୍ମି ମେଡିକାଲରେ ଭର୍ତ୍ତି କରାଯାଇଛି । ସେଠାରେ ସେମାନଙ୍କର ଚିକିତ୍ସା ଜାରି ରହିଛି ।

ସୂଚନା ଅନୁଯାୟୀ, ପୋକରଣ ଫିଲ୍ଡ ଫାୟାରିଂ ରେଞ୍ଜରେ ଦେଶରେ ନିର୍ମିତ 155 ମିଲିମିଟର 52 କେଲିବର ହାଟିଜର ତୋପ ଗତ କିଛି ଦିନ ହେବ ପରୀକ୍ଷା ଚାଲିଥିଲା । ଗତ ତିନି ଚାରି ଦିନ ମଧ୍ୟରେ ଦୁଇଟି ବେସରକାରୀ ଭାରତୀୟ କମ୍ପାନୀ ସେନା ଓ ଡିଆରଡିଓ ନିର୍ଦ୍ଦେଶ କ୍ରମେ ପୋକାରଣରେ ବିଭିନ୍ନ ବନ୍ଧୁକ ଗୁଡିକର ପାରାମିଟରର ପରୀକ୍ଷଣ କରାଯାଉଥିଲା । ଯେଉଁ ସମୟରେ ଏହି ଅଘଟଣ ଘଟିଛି। ଏଠାରେ ଉଲ୍ଲେଖଯୋଗ୍ୟ ଯେ ପୋକରଣ ଫିଲ୍ଡ ଫାୟାରିଂରେଞ୍ଜରେ ଅନେକ ସାମରିକ ଅସ୍ତ୍ର ପରୀକ୍ଷା କରାଯାଏ । ପରେ ଏହାକୁ ସେନାର କାର୍ଯ୍ୟରେ ବ୍ୟବହାର କରାଯାଏ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.