ନୂଆଦିଲ୍ଲୀ: ଦେଶର ରାଜଧାନୀ ଦିଲ୍ଲୀରେ ନାଗରିକତା ସଂଶୋଧନ ବିଲକୁ ନେଇ ପ୍ରତିବାଦ ଜାରି ରହିଥିବା ବେଳେ ବିଭିନ୍ନ ସ୍ଥାନରେ ହିଂସା ବୃଦ୍ଧି ପାଇଛି । ଏପରିସ୍ଥଳେ ଦିଲ୍ଲୀରେ ଆଉ ଏକ ଦୁଃଖଦ ଘଟଣା ଘଟିଛି ।
ତିଲକ ବ୍ରିଜ ଓ ଶିବାଜୀ ବ୍ରିଜ ମଧ୍ୟରେ ରେଳ ଧାରଣାରେ କିଛିଯାତ୍ରୀ ଯାଉଥିବା ସମୟରେ ଟ୍ରେନ ମାଡି ଯାଇ 3 ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ 2 ଜଣ ଗୁରୁତର ଆହତ ହୋଇଛନ୍ତି । ତେବେ ଘଟଣାସ୍ଥଳରେ ପୋଲିସ ଓ ରେଳ ଅଧିକାରୀ ପହଞ୍ଚିନଥିବା ବେଳେ ସବିଶେଷ ତଥ୍ୟ ମିଳିପାରି ନାହିଁ ।