ETV Bharat / bharat

ବାନ୍ଦିପୋରାରୁ ଗିରଫ ହେଲେ ତିନି ଏଲଇଟି କର୍ମଚାରୀ - ତିନି ଏଲଇଟି କର୍ମଚାରୀ ଗିରଫ

ବାନ୍ଦିପୋରା ଜିଲ୍ଲାରେ ଲସ୍କର-ଏ-ତୋଏବାର ତିନି ଜଣ ଓଭରଗ୍ରାଉଣ୍ଡ କର୍ମଚାରୀଙ୍କୁ ଗିରଫ କରାଯାଇଛି । ଅଧିକ ପଢନ୍ତୁ..

Lashkar-e-Toiba
Lashkar-e-Toiba
author img

By

Published : Sep 9, 2020, 6:19 AM IST

ଶ୍ରୀନଗର: ବାନ୍ଦିପୋରା ଜିଲ୍ଲାରେ ଲସ୍କର-ଏ-ତୋଏବାର ତିନି ଜଣ ଓଭରଗ୍ରାଉଣ୍ଡ କର୍ମଚାରୀଙ୍କୁ ଗିରଫ କରାଯାଇଛି। ଜଣେ ପୋଲିସ ଅଧିକାରୀଙ୍କ କହିବା ମୁତାବକ, ଉତ୍ତର କାଶ୍ମୀରର ଜିଲ୍ଲାର ହାଜିନ୍ ଅଞ୍ଚଳର ମୁଖ୍ୟ ବଜାରରେ ସକ୍ରିୟ ଏଲଇଟି ଆତଙ୍କବାଦୀଙ୍କ ନିର୍ଦ୍ଦେଶରେ ପାକିସ୍ତାନୀ ପତାକା ଉତ୍ତୋଳନ କରୁଥିବା ନେଇ ସୂଚନା ମିଳିଛି।

ସେ କହିଛନ୍ତି ଯେ, ଏକ ଭୟର ବାତାବରଣ ସୃଷ୍ଟି କରିବା ଏବଂ ହାଜିନ୍ ସହରର ସାଧାରଣ ଲୋକଙ୍କ ମଧ୍ୟରେ ଜାତୀୟ ବିରୋଧୀ ଭାବନା ସୃଷ୍ଟି କରିବା ଉଦ୍ଦେଶ୍ୟରେ ପତାକା ଉତ୍ତୋଳନ କରାଯାଇଥିଲା। ଏମାନଙ୍କୁ ଘଟଣାସ୍ଥଳରୁ ଗିରଫ କରାଯାଇଛି । ସେପଟେ ପୋଲିସ ଏକ ମାମଲା ରୁଜୁ କରିବା ସହ ତଦନ୍ତ ମଧ୍ୟ ଆରମ୍ଭ କରିଛି ।

ବିଏସ୍ଏଫ୍ ଡିଜିଙ୍କ ଜାମ୍ମୁ ଅଞ୍ଚଳର ଆଇବି, LoCକୁ 4 ଦିନିଆ ଗସ୍ତ ଶେଷ ହୋଇଥିବାବେଳେ ଏଲଇଟିର ଏହି କର୍ମୀ ଘଟାଇଛନ୍ତି ଏପରି କାଣ୍ଡ। ତଦନ୍ତ ବେଳେ ଜଣାପଡିଛି ହାଜିନ୍‌ର ମିର ମୋହଲ୍ଲା ଅଞ୍ଚଳର ଏମାନେ ସମସ୍ତେ । ଏହି ତିନି ଜଣ ଯଥା- ମୁଜିବ ଶାମା, ତନଭୀର ଅହମ୍ମଦ ମିର ଏବଂ ଇମତିଆଜ ଅହମ୍ମଦ ଶେଖଙ୍କୁ ଗିରଫ କରାଯାଇଥିବା ସୂଚନା ଦେଇଛନ୍ତି ପୋଲିସ ଅଧିକାରୀ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.