ETV Bharat / bharat

ଚଣ୍ଡିଗଡରେ 3 ଜୀବନ୍ତ ମୋର୍ଟାର ଜବତ - attack

ଚଣ୍ଡିଗଡରେ 3 ଜୀବନ୍ତ ମୋର୍ଟାର ଜବତ । ପୋଲିସ, ବୋମା ନିଷ୍କ୍ରିୟକାରୀ ଦଳ, ଆମ୍ବୁଲାନ୍ସ ଏବଂ ଡାକ୍ତରୀ ଟିମ୍‌ ଘଟଣା ସ୍ଥଳରେ ନିୟୋଜିତ ।

ଫାଇଲ ଫଟୋ
author img

By

Published : Apr 13, 2019, 2:48 PM IST

ଚଣ୍ଡିଗଡ: ଏକ ବଡ ଧରଣର ଆତଙ୍କବାଦୀ ଆକ୍ରମଣ ଯୋଜନାକୁ ପଣ୍ଡ କଲା ପୋଲିସ । ଜବତ ହେଲା 3 ଜୀବନ୍ତ ମୋର୍ଟାର । ଚଣ୍ଡିଗଡର ରାମଦରବାରର ମଣ୍ଡି ଗ୍ରାଉଣ୍ଡରେ ଏହି ଅଫୁଟା ବୋମା ମିଳିଥିବା ସୂଚନା ରହିଛି । ଖବର ପାଇ ପୋଲିସ, ବୋମା ନିଷ୍କ୍ରିୟକାରୀ ଦଳ, ଆମ୍ବୁଲାନ୍ସ ଏବଂ ଡାକ୍ତରୀ ଟିମ୍‌ ଘଟଣା ସ୍ଥଳରେ ନିୟୋଜିତ ଅଛନ୍ତି ।

ସୂଚନା ମୁତାବକ, ଶନିବାର ସକାଳ ପ୍ରାୟ ସେଢେ 6 ଟା ସମୟରେ ପୋଲିସ କଣ୍ଟ୍ରୋଲ ରୁମକୁ ଏନେଇ ଖବର ମିଳିଥିଲା । ତେବେ ବୋମା ନିଷ୍କ୍ରିୟକାରୀ ଦଳ ବୋମା ନିଷ୍କ୍ରିୟ କରିବାକୁ ଉଦ୍ୟମ ଚଳାଇଛନ୍ତି । ସେପଟେ ବୋମା ସେଠାକୁ କିପରି ଆସିଲେ ସେ ନେଇ ପୋଲିସ ତଦନ୍ତ ଜାରୀ ରଖିଛି । ସୁରକ୍ଷାକୁ ଦୃଷ୍ଟିରେ ରଖି ସମ୍ପୁର୍ଣ୍ଣ ଅଞ୍ଚଳକୁ ସିଲ କରାଯାଇଛି ।

ମାଓପ୍ରବଣ ଅଞ୍ଚଳରେ ଶାନ୍ତିଶୃଙ୍ଖଳା ସହ ପ୍ରଥମ ପର୍ଯ୍ୟାୟର ନିର୍ବାଚନ ଶେଷ ହୋଇଛି: ଡିଜିପି

ପ୍ରଥମ ପର୍ଯ୍ୟାୟ ରେ ସମସ୍ତ ସ୍ଥାନରେ ଶାନ୍ତିଶୃଙ୍ଖାର ସହ ମତଦାନ ହୋଇଛି। ମାଓ ପ୍ରବଣ ଅଞ୍ଚଳରେ ୨୦ ଟୀ ନିର୍ବାଚନ ମଣ୍ଡଳୀରେ କୌଣସି ହିଂସାକାଣ୍ଡ ଘଟିନି,। କେନ୍ଦ୍ରୀୟ ସୁରକ୍ଷା ବଳ ସହ ଓଡ଼ିଶା ପୋଲିସ ପ୍ରସ୍ତୁତ ରହିଥିଲା।

ମାଓ ଅଞ୍ଚଳ ଗୁଡିକରେ ନିର୍ବାଚନ ଶାନ୍ତି ଶୃଙ୍ଖଳା ସହ ସରିଛି। ମାଓ ଅଞ୍ଚଳ ରେ ସନ୍ଧ୍ୟା ୪ ଟା ପର୍ଯ୍ୟନ୍ତ ଓ ଅନ୍ୟାନ୍ୟ କ୍ଷେତ୍ର ରେ ୬ଟା ପର୍ଯ୍ୟନ୍ତ ଭୋଟ ଗ୍ରହଣ ହୋଇଥିଲା। ରାଜ୍ୟ ପୋଲିସ ଓ ନିର୍ବାଚନୀ କମିଶନ ଅଧିକାରୀ ବହୁ ଦିନ ରୁ ସୁରକ୍ଷା କୁ ନେଇ କାର୍ଯ୍ୟକାରୀ କରିଥିଲା। କେନ୍ଦ୍ରୀୟ ଅର୍ମ ପୋଲିସ ଓ ରାଜ୍ୟ ପୋଲିସ ସହ ଏସଓଜି , ସହଯୋଗରେ ସୁରକ୍ଷା ସୁରକ୍ଷା ପାଇଁ କଡାକଡି ଭାବରେ ନିର୍ଦ୍ଦେଶ ରହିଥିଲା।

ନିର୍ବାଚନକୁ ନେଇ ସମସ୍ତଙ୍କର ନଜର ରହିଥିଲା। ମାଓ ଅଞ୍ଚଳ ରେ କିଭଳି ଭାବରେ ନିର୍ବାଚନ ସୁରୁଖୁରୁରେ ସରିବ ସେନେଇ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଥିଲା। ଯାହା ଫଳରେ କୌଣସି ଅଘଟଣ , ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇନଥିଲା। ମାଓ ଅଘୋଷିତ ଅଞ୍ଚଳ ରେ ନିର୍ବାଚନ ହୋଇଥିଲା ସେଥିପାଇଁ ରାଜ୍ୟ ପୋଲିସ ଯତ୍ନ ବାନ ରହିଥିଲା। ଏଭିଏମ୍ କୁ ନେଇ ମଧ୍ୟ କୌଣସି ପ୍ରକାର ବାଧା ବିଘ୍ନ ଘଟିନଥିବା ସୂଚନା ରହିଥିବା ବେଳେ ଏଭିଏମ କୁ ନେଇ ମଧ୍ୟ ଷ୍ଟ୍ରଙ୍ଗ କୋଠୋରିରେ ରଖିବା ସହ ମତଦାନ ରେ କୌଣସି ବାଧା ବିଘ୍ନ ଘଟିନଥିଲ। ଯଦି କୌଣସି ପ୍ରକାର ଅଘଟଣା ଘଟିଥିଲା ସେ ସମ୍ପର୍କରେ କୌଣସି ସୂଚନା ନଥିବା ପୋଲିସ ମହାନିର୍ଦ୍ଦେଶକ ବିଜୟ କୁମାର ଶର୍ମା ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।

Byte- ବି କେ ଶର୍ମା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.