ETV Bharat / bharat

ଶକ୍ତିଶାଳୀ ହେବ ଭାରତ, ଆଜି ପହଞ୍ଚିବ ଆଉ ୩ ରାଫେଲ ଯୁଦ୍ଧ ବିମାନ

author img

By

Published : Nov 4, 2020, 9:06 AM IST

ଲଦାଖରେ ଜାରି ରହିଥିବା ସୀମା ବିବାଦ ମଧ୍ୟରେ ପ୍ରଥମ ଚରଣରେ ଫ୍ରାନ୍ସରୁ ୫ଟି ରାଫଲେ୍‌ ବିମାନ ଆସିଥିବା ବେଳେ ଆଜି (ବୁଧବାର) ଆଉ ୩ ରାଫେଲ ଜେଟ୍‌ ଭାରତ ପହଞ୍ଚିବ । ତେବେ ତିନିଟି ରାଫେଲ ଯୁଦ୍ଧ ବିମାନ କିଛି ଦିନ ମଧ୍ୟରେ କାର୍ଯ୍ୟକ୍ଷମ ହେବ ବୋଲି ବରିଷ୍ଠ ସରକାରୀ ସୂତ୍ରରୁ ଜଣା ପଡ଼ିଛି । ଅଧିକ ପଢନ୍ତୁ...

Three more Rafale jets to arrive in India today
ଆଜି ଭାରତ ପହଞ୍ଚିବ ଆଉ ୩ ରାଫେଲ ବିମାନ

ନୂଆଦିଲ୍ଲୀ: ଶକ୍ତିଶାଳୀ ହେଉଛି ଭାରତୀୟ ବାୟୁସେନା । ଶତ୍ରୁକୁ ଯୁଦ୍ଧକ୍ଷେତ୍ରରେ ଧୂଳି ଚଟାଇବା ପାଇଁ ସାମିଲ ହେଉଛି ରାଫେଲ ଲଢ଼ୁଆ ବିମାନ । ଲଦାଖରେ ଜାରି ରହିଥିବା ସୀମା ବିବାଦ ମଧ୍ୟରେ ପ୍ରଥମ ପର୍ଯ୍ୟାୟରେ ଫ୍ରାନ୍ସରୁ ୫ଟି ରାଫଲେ୍‌ ବିମାନ ଆସିଥିବା ବେଳେ ଆଜି (ବୁଧବାର) ଆଉ ୩ ରାଫେଲ ଆସି ପହଞ୍ଚିବ । ତେବେ ବୁଧବାର ସନ୍ଧ୍ୟାରେ ହରିୟାଣାର ଆମ୍ବଲା ଏୟାରବେସ୍‌ରେ ରାଫେଲ ପହଞ୍ଚିବ ବୋଲି ଜଣାପଡ଼ିଛି ।

ସୂଚନାଯୋଗ୍ୟ ଯେ ପାଞ୍ଚଟି ରାଫେଲ ଜେଟର ପ୍ରଥମ ପର୍ଯ୍ୟାୟ ଜୁଲାଇ 28 ରେ ଭାରତରେ ପହଞ୍ଚିଥିଲା ଏବଂ ସେପ୍ଟେମ୍ବର 10 ରେ ନରେନ୍ଦ୍ର ମୋଦି ସରକାର ଏହାକୁ ଆନୁଷ୍ଠାନିକ ଭାବେ ଅନ୍ତର୍ଭୁକ୍ତ କରିଥିଲେ । ଏହି ବିମାନଗୁଡ଼ିକର ଅନୁପ୍ରବେଶ ସହିତ, IAF ରେ ସମୁଦାୟ ଆଠଟି ରାଫାଲ୍ ଯୁଦ୍ଧ ବିମାନ ରହିବ । ଜାରି ରହିଥିବା ପରିସ୍ଥିତିକୁ ଦୃଷ୍ଟିରେ ରଖି ଏହି ତିନିଟି ରାଫେଲ ଜେଟ୍ କିଛି ଦିନ ମଧ୍ୟରେ କାର୍ଯ୍ୟକ୍ଷମ ହେବ ବୋଲି ବରିଷ୍ଠ ସରକାରୀ ସୂତ୍ରରୁ ଜଣା ପଡ଼ିଛି ।

ପୂର୍ବରୁ କ୍ରୟ ହୋଇଥିବା ରାଫେଲ ଯୁଦ୍ଧବିମାନ କାର୍ଯ୍ୟକ୍ଷମ ମଧ୍ୟ ହୋଇସାରିଛି ଏବଂ ଲଦାଖର ଯୁଦ୍ଧ କ୍ଷେତ୍ରରେ ମଧ୍ୟ ନିୟୋଜିତ କରାଯାଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.