ETV Bharat / bharat

ସେନାର 3 ପୋର୍ଟର ଅଟକ, ସନ୍ଦିଗ୍ଧ ଭାବରେ ଚଲାଉଥିଲେ ହ୍ବାଟସଆପ - 'suspicious' use of WhatsApp in Poonch

ଭାରତୀୟ ସେନା ପାଇଁ କାମ କରୁଥିବା 3 ପୋର୍ଟର (ମାଲ ବୁହାଳୀ)ଙ୍କୁ ଅଟକ ରଖାଯାଇଛି ।

ସେନାର  3 ପୋର୍ଟର ଅଟକ
ସେନାର 3 ପୋର୍ଟର ଅଟକ
author img

By

Published : Jun 29, 2020, 3:26 PM IST

ଶ୍ରୀନଗର: ସନ୍ଦିଗ୍ଧ ଭାବରେ ହ୍ବାଟସଆପ ବ୍ୟବହାରକୁ ନେଇ ସେନା ପାଇଁ ପୋର୍ଟର (ମାଲ ବୁହାଳୀ) କାର୍ଯ୍ୟ କରୁଥିବା 3 ଜଣ ବ୍ୟକ୍ତିଙ୍କୁ ଅଟକ ରଖାଯାଇଛି । ଜମ୍ମୁ-କାଶ୍ମୀରର ପୁଞ୍ଛ ଜିଲ୍ଲାରେ ସୋମବାର ସୁରକ୍ଷାକର୍ମୀ ସେମାନଙ୍କୁ ଅଟକ ରଖିଛନ୍ତି ।

ସୂଚନା ମୁତାବକ, ଅଟକ ରଖାଯାଇଥିବା ସମସ୍ତ ବ୍ୟକ୍ତି ପୁଞ୍ଛ ଜିଲ୍ଲାର । ସସେମାନେ ଭୀମ୍ବର ଗଲି ଅଞ୍ଚଳରେ ସେନାରେ ପୋର୍ଟର୍ସ ଭାବରେ କାର୍ଯ୍ୟରତ ଥିଲେ । ତେବେ ନିୟମିତ ଯାଞ୍ଚ ସମୟରେ ଏହି ବ୍ୟକ୍ତି ମାନେ ସନ୍ଦିଗ୍ଧ ଭାବରେ ହ୍ବାଟସଆପ ବ୍ୟବହାର କରୁଥିବା ଜଣାପଡିଥିଲା । ଏହା ସହିତ ଯେଉଁ ଗ୍ରୁପ ସହ ସେମାନେ ଜଡିତ ଥିଲେ, ସେଥିରୁ ସନ୍ଦେହ ବୃଦ୍ଧି ପାଇଥିଲା । ଏହାକୁ ସମ୍ବେଦନଶୀଳ ଘଟଣା ମନେ କରି ସୁରକ୍ଷାକର୍ମୀଙ୍କ ପକ୍ଷରୁ ସେମାନଙ୍କୁ ଅଟକ ରଖାଯାଇଛି ।

ପଚରାଉଚାରା ଜାରି ରହିଥିବା ବେଳେ ଏବେସୁଦ୍ଧା ସେମାନଙ୍କ ପକ୍ଷରୁ କୌଣସି ସୂଚନା ମିଳିନାହିଁ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.