ETV Bharat / bharat

ଆପ୍ ବ୍ୟାନ ପରେ ଚୀନ୍‌ର ବାଣିଜ୍ୟିକ ଯୁଦ୍ଧ ଧମକ - ମୋବାଇଲ ଆପ

ଚୀନର 59ଟି ମୋବାଇଲ ଆପ ଉପରେ ପ୍ରତିବନ୍ଧକ ଲଗାଇବାକୁ ଭାରତର ନିଷ୍ପତ୍ତି ଉପରେ ଚୀନ୍ ତୀବ୍ର ପ୍ରତିକ୍ରିୟା ରଖିଛି। ଏପରିକି ଭାରତ ସହ ଚୀନ୍‌ ବାଣିଜ୍ୟିକ ଯୁଦ୍ଧର ଧମକ ଦେଇଛି । ଅଧିକ ପଢନ୍ତୁ...

ଆପ୍ ବ୍ୟାନ ପରେ ଚୀନ୍‌ର ବାଣିଜ୍ୟିକ ଯୁଦ୍ଧର ଧମକ

author img

By

Published : Jul 1, 2020, 3:55 PM IST

ବେଜିଂ: ଆପ୍ ବ୍ୟାନ ପରେ ଚୀନ୍‌ର ବାଣିଜ୍ୟିକ ଯୁଦ୍ଧର ଧମକ । ଚୀନର 59ଟି ମୋବାଇଲ ଆପ ଉପରେ ପ୍ରତିବନ୍ଧକ ଲଗାଇବାକୁ ଭାରତର ନିଷ୍ପତ୍ତି ଉପରେ ଚୀନ୍ ତୀବ୍ର ପ୍ରତିକ୍ରିୟା ରଖିଛି। ଚାଇନାର କମ୍ୟୁନିଷ୍ଟ ପାର୍ଟି ଦ୍ୱାରା ନିୟନ୍ତ୍ରିତ ଏକ ଖବରକାଗଜ ଗ୍ଲୋବାଲ ଟାଇମ୍ସ ଲେଖିଛି ଯେ ଏଭଳି ପଦକ୍ଷେପ ଯୋଗୁଁ ଭାରତ ଚୀନ୍ ସହିତ ବାଣିଜ୍ୟ ଯୁଦ୍ଧକୁ ଅଣଦେଖା କରିବା ଉଚିତ୍ ନୁହେଁ ।

2017 ର ଡୋକଲାମ ବିବାଦକୁ ନେଇ ଗ୍ଲୋବାଲ ଟାଇମ୍ସ ଲେଖିଛି ଯେ - 'ବିଗତ ଅନେକ ବର୍ଷ ମଧ୍ୟରେ ଚୀନ-ଭାରତୀୟ ସୀମାରେ କିଛି କିଛି ବିବାଦ ଦେଖାଦେଇଥିଲା। କିନ୍ତୁ ବାଣିଜ୍ୟ ଯୁଦ୍ଧ ଉଭୟ ଦେଶ ପାଇଁ ଅସାଧାରଣ ହେବ। 2017 ର ଡୋକଲାମ ବିବାଦ ପରେ ମଧ୍ୟ ଦ୍ୱିପାକ୍ଷିକ ବାଣିଜ୍ୟ ଆରମ୍ଭ ହୋଇଥିବାରୁ ଭାରତର ଆର୍ଥିକ କ୍ଷତି ସୀମିତ ଥିଲା’। ଏହା ସହ ସେ ଆହୁରି ମଧ୍ୟ ଲେଖିଛନ୍ତି ଯେ, ସୀମା ସଂଘର୍ଷ ପରେ ଚୀନ୍ ଭାରତ ସରକାରଙ୍କ ସହ ଦ୍ୱିପାକ୍ଷିକ ଅର୍ଥନୈତିକ ଏବଂ ବାଣିଜ୍ୟ ଚୁକ୍ତିନାମା ରକ୍ଷା କରିବାକୁ ଶାନ୍ତି ପ୍ରୟାସ କରୁଛି। ଏହା ଉଭୟ ଦେଶ ପାଇଁ ଲାଭଦାୟକ ହେବ । କିନ୍ତୁ ବର୍ତ୍ତମାନ ଲାଗୁଛି ଯେ, ମୋଦୀ ସରକାର ଭାରତୀୟଙ୍କ ମଧ୍ୟରେ ବଢୁଥିବା ଜାତୀୟତାକୁ ରୋକିବାରେ ବିଫଳ ହୋଇଛନ୍ତି।

ତେବେ ସରକାର ପରିସ୍ଥିତିକୁ ବୁଝିବେ ଏବଂ ସାମ୍ପ୍ରତିକ ସଙ୍କଟ ରୋକିବାକୁ ଚେଷ୍ଟା କରିବେ ବୋଲି ଗ୍ଲୋବାଲ ଟାଇମ୍ସ ଆଶା ପ୍ରକାଶ କରିଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.