ETV Bharat / bharat

'କୃଷକଙ୍କୁ ନାଗରିକ ବିରୋଧୀ କହୁଥିବା ବ୍ୟକ୍ତି ପାକିସ୍ତାନ ଚାଲିଯିବା ଆବଶ୍ୟକ' - ନୂଆ କେନ୍ଦ୍ରୀୟ କୃଷି ଆଇନ

ଦେଶରେ କୃଷି ଆଇନକୁ ନେଇ ଚାଲିଥିବା ଅସ୍ଥିରତାକୁ ନେଇ ଆପର ମନ୍ତବ୍ୟ । କୃଷକଙ୍କୁ ନାଗରିକ ବିରୋଧି କହିବା ଲୋକ ହିଁ ରାଷ୍ଟ୍ର ବିରୋଧୀ । ପଢନ୍ତୁ ଅଧିକ.....

କୃଷକଙ୍କୁ ନାଗରିକ ବିରୋଧୀ କହୁଥିବା ବ୍ୟକ୍ତି ପାକିସ୍ଥାନ ଚାଲିଯିବା ଆବଶ୍ୟକ :  ଆପ

author img

By

Published : Dec 14, 2020, 10:34 PM IST

ନୂଆଦିଲ୍ଲୀ: ଦେଶରେ କୃଷି ଆଇନକୁ ନେଇ ଚାଲିଥିବା ଅସ୍ଥିରତାକୁ ନେଇ ମନ୍ତବ୍ୟ ରଖିଛି ଆମ ଆଦମି ପାର୍ଟି । ଆନ୍ଦୋଳନରତ କୃଷକଙ୍କୁ ଦେଶଦ୍ରୋହୀ ବେଲି କହିବା ପ୍ରସଙ୍ଗରେ ଶକ୍ତ ଆଭିମୁଖ୍ୟ ଦେଖାଇଛି ଦଳ । ଆପ ନେତା ତଥା ମୁଖପାତ୍ର ରାଘବ ଚଢା ସୋମବାର କହିଛନ୍ତି ଯେ କୃଷକ-ମାର୍କେଟିଂ ଆଇନକୁ ବିରୋଧ କରୁଛନ୍ତି । କିନ୍ତୁ ଏହି ଆଇନକୁ ବିରୋଧ କରୁଥିବା କୃଷକଙ୍କୁ ନାଗରିକ ବିରୋଧୀ ଆଖ୍ୟା ଦେଉଥିବା ବ୍ୟକ୍ତି ନିଜେ ଦେଶ ବିରୋଧୀ । କୃଷକଙ୍କୁ ଦେଶଦ୍ରୋହୀ ବୋଲି ଭାବୁଥିବା ଲୋକ ପାକିସ୍ତାନ ଚାଲିଯିବା ଆବଶ୍ୟକ ବୋଲି ସେ କହିଛନ୍ତି ।

ଚଢା କହିଛନ୍ତି ଭାରତୀୟ କୃଷକଙ୍କୁ ନାଗରିକ ବିରୋଧୀ ବୋଲି କହୁଥିବ ଦଳ ବା ବ୍ୟକ୍ତି ହିଁ ବାସ୍ତବରେ ଦେଶର ଶତ୍ରୁ ଓ ତାଙ୍କ ପାଇଁ ଭାରତରେ କୌଣସି ସ୍ଥାନ ନାହିଁ । ତେଣୁ ସେମାନେ ତୁରନ୍ତ ପାକିସ୍ତାନ ଚାଲିଯିବା ଉଚିତ ।

ତେବେ ଏହି ପ୍ରସଙ୍ଗ ଉପରେ ପ୍ରତିକ୍ରିୟା ରଖିଛି ବିଜେପି । ଚଢାର ମନ୍ତବ୍ୟ ଉପରେ ପ୍ରତିକ୍ରିୟା ରଖି ଦିଲ୍ଲୀ ବିଜେପି ମୁଖପାତ୍ର ବିରେନ୍ଦର ବାବର କହିଛନ୍ତି ଯେ ବିଜେପି ଚାଷୀଙ୍କୁ ସମର୍ଥନ କରୁଛି । କିନ୍ତୁ ଯେଉଁମାନେ ପ୍ରଧାନମନ୍ତ୍ରୀଙ୍କୁ ହତ୍ୟା କରିବା କଥା କହୁଛନ୍ତି ଏବଂ ଦେଶଦ୍ରୋହ ଅଭିଯୋଗରେ ଗିରଫ ଅଭିଯୁକ୍ତଙ୍କୁ ମୁକ୍ତ କରିବାକୁ ଦାବି କରୁଛନ୍ତି, ସେମାନଙ୍କୁ ଆପଣ କ’ଣ କୁହାଯିବ ବୋଲି ସେ ପ୍ରଶ୍ନ କରିଛନ୍ତି ।

ସେ ଆହୁରି ମଧ୍ୟ କହିଛନ୍ତି ଯେ ଚାଷୀ ଆନ୍ଦୋଳନକୁ ରାଜନୀତି କରଣ କରାଯାଉଛି ଓ କୃଷକମାନେ ଭ୍ରମିତ ହୋଇ ବାମଦଳମାନଙ୍କର ଷଡଯନ୍ତ୍ରର ଶିକାର ହେଉଛନ୍ତି । ଦୁଇ ଦିନ ପୂର୍ବେ ଗୃହମନ୍ତ୍ରୀ ଅମିତ ଶାହାଙ୍କ ବାସଭବନ ବାହାରେ ଯୋଜନାବଦ୍ଧ ବିରୋଧ ପୂର୍ବରୁ ରାଘବ ଚଢା ଏବଂ ଆଉ ଦୁଇ ଜଣ ଆପ ନେତାଙ୍କୁ ଅଟକ ରଖିଥିଲା ଦିଲ୍ଲୀ ପୋଲିସ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.