ETV Bharat / bharat

ରୋଷେଇ ଘରେ ଲକଡାଉନ, ପ୍ରବାସୀଙ୍କ ପାଇଁ ଦୈନିକ ରନ୍ଧା ଯାଉଛି 70 ହଜାର ମିଲ୍ - homeless-migrants

ଅନ୍ନଦାନ ମହାପୂଣ୍ୟ-ଉକ୍ତିକୁ କେଵଳ ସରକାର ନୁହେଁ କେତେକ ସାମାଜିକ ଅନୁଷ୍ଠାନ ଵି ହୃଦୟଙ୍ଗମ କରିବାକୁ ଲାଗିଲେଣି। ତମାମ ଦେଶର ରୋଷେଇ ଘରେ ଵି ଲକ୍-ଡାଉନ୍ । କ୍ରମଶଃ ଖାଇବା ପାଇଁ ଦୈନିକ ଭାରତୀୟମାନେ ମଧ୍ୟ ସଂଘର୍ଷ ଆରମ୍ଭ କଲେଣି।

south-delhi-kitchen-turns-out-70000-meals
ରୋଷେଇ ଘରେ ଲକ୍-ଡାଉନ୍ ହିଟ୍, ପ୍ରବାସୀଙ୍କ ପାଇଁ ଦୈନିକ ରନ୍ଧା ଯାଉଛି 70 ହଜାର ମିଲ୍
author img

By

Published : Apr 26, 2020, 2:38 PM IST

ନୂଆଦିଲ୍ଲୀ: ଅନ୍ନଦାନ ମହାପୂଣ୍ୟ-ଉକ୍ତିକୁ କେଵଳ ସରକାର ନୁହେଁ କେତେକ ସାମାଜିକ ଅନୁଷ୍ଠାନ ଵି ହୃଦୟଙ୍ଗମ କରିବାକୁ ଲାଗିଲେଣି। ତମାମ ଦେଶର ରୋଷେଇ ଘରେ ଵି ଲକ୍-ଡାଉନ୍ । କ୍ରମଶଃ ଖାଇବା ପାଇଁ ଦୈନିକ ଭାରତୀୟମାନେ ମଧ୍ୟ ସଂଘର୍ଷ ଆରମ୍ଭ କଲେଣି।

ଦିଲ୍ଲୀର ଫତେହପୁର ବେରୀରେ ଏକ ସଂକୀର୍ଣ୍ଣ ରାସ୍ତାର ଶେଷରେ ଥିବା ଗୋଦାମ୍ ଗୃହ ଏଵେ ଚଳଚଞ୍ଚଳ। ଏହା ପିପୁଲ୍ସ ୱେଲ୍ ଫେୟାର ସୋସାଇଟି(ସାମାଜିକ ଅନୁଷ୍ଠାନ) ଦ୍ୱାରା ପରିଚାଳିତ ଏକ ସର୍ବସାଧାରଣ ଖାଦ୍ୟ ଆଶ୍ରୟସ୍ଥଳୀ ଭାବରେ କାର୍ଯ୍ୟ କରୁଛି। ଯାହାକି କୋଭିଡ-19 ତାଲାବନ୍ଦ ସମୟରେ ଦକ୍ଷିଣ ଦିଲ୍ଲୀର ଭୂମିହୀନ ତଥା ପ୍ରବାସୀ ଶ୍ରମିକମାନଙ୍କୁ ଖାଇବାକୁ ଦେବା ପାଇଁ ୨୯ ମାର୍ଚ୍ଚରୁ କାର୍ଯ୍ୟକ୍ଷମ ହୋଇଆସୁଛି।

ଏଠାରେ ସୂଚନାଯୋଗ୍ୟ, ସଙ୍ଗମ ବିହାର ଏବଂ କପାଶେରାରେ ଥିବା ଅନ୍ୟ ଦୁଇଟି ଖାଦ୍ୟ ଆଶ୍ରୟସ୍ଥଳ ସହିତ ରାଜଧାନୀର ଦକ୍ଷିଣ ଜିଲ୍ଲା ଅନ୍ତର୍ଗତ ସରକାରୀ ବିଦ୍ୟାଳୟ ରହିଥିଵା ଶିବିରରେ ଖାଦ୍ୟ ବଣ୍ଟନ ପାଇଁ ଖାଦ୍ୟ ପ୍ରସ୍ତୁତ କରିବା ଵାଵଦରେ ଦିଲ୍ଲୀ ସରକାର ଆର୍ଥିକ ଅନୁଦାନ ପ୍ରଦାନ କରୁଛନ୍ତି।

ଦକ୍ଷିଣ ଦିଲ୍ଲୀ ଅତିରିକ୍ତ ଜିଲ୍ଲା ମାଜିଷ୍ଟ୍ରେଟ୍ (ଏଡିଏମ୍) ଅରୁଣ ଗୁପ୍ତା କୁହନ୍ତି, ଏହି ତିନୋଟି ରୋଷେଇ ଘର ପ୍ରାୟ ୮୦ ଟି ସ୍ଥାନ ପାଇଁ ଖାଦ୍ୟ ପ୍ରସ୍ତୁତ କରିଥାଏ। ଫତେହପୁର ବେରୀ ରୋଷେଇ ଘରେ କେବଳ 70ହଜାର ମିଲ୍ ଭୋଜନ ଖାଇବାକୁ ଦେଇଥାଏ। ସେ ଆହୁରି ମଧ୍ୟ କହିଛନ୍ତି ଯେ ଅନ୍ୟ ଦୁଇଟି ରୋଷେଇ ଘର ଦିନକୁ ପ୍ରାୟ 40,000/50000 ମିଲ୍ ପ୍ରସ୍ତୁତ କରେ।

10ରୁ ଅଧିକ ବଡ ବଏଲର ମେସିନ୍, ଅନେକ ବଡ଼ ଫ୍ରାଏଙ୍ଗ୍ ପ୍ୟାନ୍ ଏବଂ ପ୍ରାୟ 100 କର୍ମଚାରୀଙ୍କୁ ନେଇ ଦୁଇଟି ସିଫ୍ଟରେ ରୋଷ କାର୍ଯ୍ୟ ବିଭକ୍ତ ହୋଇଛି। ଏହି ରୋଷେଇ ଘରଟି କିପରି ଦକ୍ଷତା ବୃଦ୍ଧି କରାଯିବ ସେ ସମ୍ବନ୍ଧରେ ଏକ ଅଧ୍ୟୟନ ମଧ୍ୟ କରାଯାଉଛି।

ରୋଷେଇ ଘରର ଦାୟିତ୍ୱରେ ଥିବା ଜିତେନ୍ଦ୍ର କୁମାର ଦି ପ୍ରିଣ୍ଟକୁ କହିଛନ୍ତି ଯେ ଭୋର୍ 4ଟାରୁ ଆରମ୍ଭ ହୋଇ ସକାଳ 9-10 ପର୍ଯ୍ୟନ୍ତ ଚାଲୁଥିବା ସକାଳ ସିଫ୍ଟ ମଧ୍ୟାହ୍ନ ଭୋଜନ ପ୍ରସ୍ତୁତ କରେ। ଠିକ୍ ସେମିତି ମଧ୍ୟାହ୍ନ ଭୋଜନ ସିଫ୍ଟ ଅପରାହ୍ନ 3 ଟାରୁ ଆରମ୍ଭ ହୋଇ 6 ପର୍ଯ୍ୟନ୍ତ ଚାଲେ। ପ୍ରତ୍ୟେକ ସିଫ୍ଟରେ ପାଖାପାଖି 50 ଜଣ କର୍ମଚାରୀ ଅଛନ୍ତି ଯେଉଁମାନେ ରନ୍ଧନ ଦଳରେ 20 ଜଣ, ୱାଶିଂ ଷ୍ଟାଫ୍ ଭାବରେ 15 ଜଣ ରହିଛନ୍ତି।

ସାମାଜିକ ଦୂରତା ଅବଲମ୍ଵନ କରାଯିବା ସହିତ ସମଗ୍ର ଅଞ୍ଚଳକୁ ପରିମଳ ଠିକ୍ ରଖିବାକୁ କର୍ମଚାରୀଙ୍କୁ ଦାୟିତ୍ୱ ଦିଆଯାଇଛି। ଏବଂ ଅବଶିଷ୍ଟ ଵା ବଳକା ଖାଦ୍ୟ ପାଇଁ ପରିବହନ ବିଭାଗ ତାର ସଫେଇ ଓ ବଣ୍ଟନ ଦାୟୀତ୍ବ ତୁଲାଉଛି।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.