ETV Bharat / bharat

ହାଥରସ ଗଣଦୁଷ୍କର୍ମ ଘଟଣା ୟୁପି ପାଇଁ ନୂଆ ନୁହେଁ: କଂଗ୍ରେସ

author img

By

Published : Oct 3, 2020, 4:01 PM IST

ହାଥରସ ଗଣଦୁଷ୍କର୍ମ ଘଟଣାକୁ ନେଇ ବିରୋଧୀ ଦଳ ନେତା ଲଗାତାର ଯୋଗୀ ସରକାରଙ୍କୁ ଟାର୍ଗେଟ କରୁଛି । ଶନିବାର କଂଗ୍ରେସର ବରିଷ୍ଠ ନେତା ଗୁଲାମ ନାବି ଆଜାଦ୍ ଯୋଗୀ ସରକାରଙ୍କୁ ଟାର୍ଗେଟ କରି କହିଛନ୍ତି, ଏହା ୟୁପି ପାଇଁ କୌଣସି ନୂଆ ଘଟଣା ନୁହେଁ ।

ହାଥରସ ଗଣଦୁଷ୍କର୍ମ ଘଟଣା ୟୁପି ପାଇଁ କୌଣସି ନୂଆ ଘଟଣା ନୁହେଁ

ନୂଆଦିଲ୍ଲୀ: ହାଥରସ ଗଣଦୁଷ୍କର୍ମ ଘଟଣାକୁ ନେଇ ବିରୋଧୀ ଦଳ ନେତା ଲଗାତାର ଯୋଗୀ ସରକାରଙ୍କୁ ଟାର୍ଗେଟ କରୁଛି । ଶନିବାର କଂଗ୍ରେସର ବରିଷ୍ଠ ନେତା ଗୁଲାମ ନାବି ଆଜାଦ୍ ଯୋଗୀ ସରକାରଙ୍କୁ ଟାର୍ଗେଟ କରି କହିଛନ୍ତି, ଏହା ୟୁପି ପାଇଁ କୌଣସି ନୂଆ ଘଟଣା ନୁହେଁ ।

ସେ ଆହୁରି ମଧ୍ୟ କହିଛନ୍ତି, ୟୁପିରେ କୌଣସି ସିଷ୍ଟମ ଅଛି କି ? ଯେବେଠାରୁ ଏହି ସରକାର ପାୱାରକୁ ଆସିଲାଣି ଏହିଭଳି ଘଟଣା ବାରମ୍ବାର ସାମ୍ନାକୁ ଆସୁଛି । ଏହାପୂର୍ବରୁ ଭିଡହିଂସା, ବିରୋଧୀ ନେତାଙ୍କୁ ହତ୍ୟା କରି ତାଙ୍କ ବିରୋଧରେ ମାମଲା ରୁଜୁ କରିବା ଭଳି ରାଜ୍ୟରେ ଘଟଣା ଘଟିଛି । ଏହା ୟୁପି ପାଇଁ ନୂଆ ନୁହେଁ ବରଂ ୟୁପିର ରୁଟିନ୍ ଅଟେ ।

ପ୍ରକାଶ ଥାଉକି, ହାଥରସ ଦୁଷ୍କର୍ମ ଘଟଣାକୁ ନେଇ ଅକ୍ଟୋବର 5ରେ ଦେଶବ୍ୟାପୀ ସତ୍ୟାଗ୍ରହ କରିବ କଂଗ୍ରେସ । ଏନେଇ ଦଳ ସମସ୍ତ ରାଜ୍ୟକୁ ଏକ ସର୍କୁଲାର ଜାରି କରି ୟୁପି ସରକାରଙ୍କ ବିରୋଧରେ ସତ୍ୟାଗ୍ରହ କରିବାକୁ ନିର୍ଦ୍ଦେଶ କରିଛନ୍ତି । ଏଥିସହ ସାଂସଦ, ବିଧାୟକ ତଥା ପୂର୍ବତନ ଜନ ପ୍ରତିନିଧୀଙ୍କ ସମେତ ଏକ ନିର୍ଦ୍ଦିଷ୍ଟ ଜିଲ୍ଲାର ସମସ୍ତ ବରିଷ୍ଠ ନେତାଙ୍କୁ ସତ୍ୟାଗ୍ରହର ନେତୃତ୍ୱ ନେବାକୁ କୁହାଯାଇଛି। ଏଥିସହ ଦଳ ରାଜ୍ୟ ତଥା ଜିଲ୍ଲା ସ୍ତରର ନେତାମାନଙ୍କୁ ଏହି କାର୍ଯ୍ୟକ୍ରମର ରୂପରେଖ ପ୍ରସ୍ତୁତ କରି ଯଥାଶୀଘ୍ର କଂଗ୍ରେସ ମୁଖ୍ୟାଳୟକୁ ପଠାଇବାକୁ କହିଛି।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.