ବ୍ୟସ୍ତତା ଭିତରେ ଶରୀରର ଯତ୍ନ ନେବାକୁ କାହା ପାଖରେ ସମୟ ନାହିଁ । ଏନେଇ ବାହାରକୁ ଯିବା ସମୟରେ ଆମେ ବହୁତଗୁଡିଏ ଜିନିଷକୁ ଧ୍ଯ୍ୟାନ ଦେଇନଥାଉ । ଘରୁ ବାହାରକୁ ବାହାରିବା ବେଳେ ସୂର୍ଯ୍ୟଙ୍କ ପ୍ରଖର କିରଣ ପ୍ରଥମେ ଆମ ମୁହଁରେ ପଡିଥାଏ । ଏନେଇ କିଛିଦିନ ଭିତରେ ତ୍ବଚାରେ ସନଟ୍ୟାନ ଆସିବା ସହ ବିଭିନ୍ନ ସ୍ଥାନରେ କଳାଦାଗ ଦେଖାଯାଏ ।
ଏହି ସମସ୍ୟାରୁ ମୁକ୍ତି ପାଇବା ସହ ତ୍ବଚାର ଉଜ୍ଜଳତାକୁ ଫେରାଇ ଆଣିବା ପାଇଁ ଆମେ ବିଭିନ୍ନ କସମେଟିକ ସାମଗ୍ରୀ ବ୍ୟବହାର କରିଥାଉ । ହେଲେ ଏହାର ଫାଇଦା କେବଳ କିଛି ସମୟ ପାଇଁ ରହିଥାଏ । ହେଲେ ଆପଣଙ୍କ ରୋଷେଇ ଘରେ ଏପରି ପରିବା ଅଛି ଯାହା ଏହି ସମସ୍ୟାରୁ ମୁକ୍ତି ଦେବ । ତେବେ ଆସନ୍ତୁ ଜାଣିବା ଏହି ସାମଗ୍ରୀ ଓ ଏହାର ବ୍ୟବହାର ବିଷୟରେ...
ଧଳା ଓ ସୁନ୍ଦର ତ୍ବଚା ପାଇଁ ଆପଣଙ୍କୁ ଚାଉଳ ଚୁନା ଓ ଟମାଟେ ଦରକାର । ସମସ୍ତଙ୍କ ରୋଷେଇ ଘରେ ଏହି ସାମଗ୍ରୀ ସହଜରେ ମିଳିଯିବ । ତେବେ ଟମାଟେ ତ୍ବଚା ପାଇଁ ଏକ କ୍ଲିଞ୍ଜର ଭାବେ କାମ କରେ । ଏହାସହ ମୁହଁରୁ ବ୍ରଣର ଦାଗକୁ ଦୂରେଇଥାଏ । ଏହି ପ୍ୟାକ ପ୍ରସ୍ତୁତ ପାଇଁ ପ୍ରଥମେ ଟମାଟେକୁ ପେଷ୍ଟ କରନ୍ତୁ । ଏଥିରେ କିଛି ପରିମାଣର ଚାଉଳ ଗୁଣ୍ଡ ମିଶାନ୍ତୁ । ପରେ ପରେ ଏଥିରେ ଅଧାଚାମଚ ଚିନି ମିଶାଇ ଭଲ ଭାବେ ମିକ୍ସ କରି ଏକ ମିଶ୍ରଣ ପ୍ରସ୍ତୁତ କରନ୍ତୁ । ବର୍ତ୍ତମାନ ଏହି ପେଷ୍ଟକୁ ମୁହଁରେ ଏକ ବ୍ରସ ସାହାଯ୍ୟରେ ଲଗାନ୍ତୁ । ପାଖାପାଖି 15 ରୁ 20 ମିନିଟ ରଖିବା ପରେ ମୁହଁକୁ ଭଲ ଭାବେ ଥଣ୍ଡା ପାଣିରେ ଧୋଇ ଦିଅନ୍ତୁ ।
ସନଟ୍ୟାନ ହଟାଇବା ପାଇଁ ଆପଣ କିଛି ପରିମାଣର ଓଟମିଲ, ଗୋଟିଏ ଚାମଚ ଦହି ଓ ଟମାଟୋ ପେଷ୍ଟ, ଲେମ୍ବୁ ରସ ମିଶାଇ ଏକ ପ୍ୟାକ ପ୍ରସ୍ତୁତ କରନ୍ତୁ । ଏହାକୁ ଟ୍ୟାନ ହୋଇଥିବା ସ୍ଥାନରେ ବ୍ୟବହାର କରନ୍ତୁ । ଏହା କେବଳ ସନଟ୍ୟାନ ହଟାଇବାରେ ନୁହେଁ ବରଂ ତ୍ବଚାକୁ ନରମ ଓ କୋମଳ କରିଥାଏ ।