ETV Bharat / bharat

କନିଆଁ ବିନା ବାହାଘର

author img

By

Published : May 13, 2019, 12:48 PM IST

ଅଜୟ ବାରୋଟ (27) ନାମକ ଦିବ୍ୟାଙ୍ଗ ଯୁବକଙ୍କ ସ୍ବପ୍ନକୁ ପୂରଣ କରିବାକୁ ଯାଇ ବିନା କନିଆଁରେ ତାଙ୍କ ବିବାହ କରିଛନ୍ତି ପରିବାର ଲୋକେ ।

ଫଟୋ ସୌଜନ୍ଯ: ଏଏନଆଇ

ଗାନ୍ଧୀନଗର: ବିନା କନିଆରେ ବାହାଘର । କଥାଟା ଶୁଣି ବିଶ୍ବାସ ହେଉନଥିଲେ ବି କଥାଟା ସମ୍ପୂର୍ଣ୍ଣ ସତ । ଅଜୟ ବାରୋଟ (27) ନାମକ ଦିବ୍ୟାଙ୍ଗ ଯୁବକଙ୍କର ଇଚ୍ଛା ଥିଲା ଯେ, ସେ ମଧ୍ୟ ନିଜ ସମ୍ପର୍କୀୟ ଭାଇଙ୍କ ପରି ବିବାହ କରିବେ । ତେଣୁ ତାଙ୍କ ଇଚ୍ଛାକୁ ପୂରଣ କରିବାକୁ ଯାଇ ପରିବାର ଲୋକ ତାଙ୍କ ବିବାହ କରାଇଛନ୍ତି । କିନ୍ତୁ ବିନା କନିଆଁରେ.....

ଅଜୟଙ୍କ ବାପା ବିଷ୍ଣୁ ବାରୋଟଙ୍କ କହିବା ଅନୁଯାୟୀ, ମୋ ପୁଅ ଜଣେ ଦିବ୍ୟାଙ୍ଗ, ଯିଏ କମ୍ ବର୍ଷ ବୟସରୁ ନିଜ ମାକୁ ହରାଇଛି । ତେବେ ସେ ସବୁବେଳେ ଅନ୍ୟମାନଙ୍କର ବିବାହ ଦେଖି ଆମକୁ ନିଜ ବିବାହ କଥା ପଚାରିଥାଏ । ତେଣୁ ଏହାର ଉତ୍ତର ଆମେ ତାକୁ ଦେଇପାରି ନଥାଉ, କାରଣ ଆମେ ଜାଣିଛୁ ଆମେ ତା ପାଇଁ ଝିଅ ଖୋଜି ପାରିବୁ ନାହିଁ ।

ତେଣୁ ସମସ୍ତ ପରିବାର ସଦସ୍ୟଙ୍କ ସହ ଆଲୋଚନା କରି ଆମେ ନିଷ୍ପତି ନେଇଥିଲୁ ଯେ, ଅଜୟଙ୍କ ପାଇଁ ଏକ ବିବାହ ପ୍ରସେସନର ଆୟୋଜନ କରିବୁ । ଯାହାଦ୍ବାରା ଅଜୟଙ୍କୁ ବିବାହର କରିବାର ସ୍ବପ୍ନ ସାକାର କରିପାରିବୁ । ତେବେ ମୁଁ ବହୁତ ଖୁସି ଅଛି ଯେ, ମୁଁ ମୋ ପୁଅର ସ୍ବପ୍ନ ପୂରଣ କରିପାରିଛି ବୋଲି କହିଛନ୍ତି ଅଜୟଙ୍କ ପିତା ।

ତେବେ ବିବାହର ସମସ୍ତ ରିତୀନିତୀ ଅନୁଯାୟୀ ଅଜୟଙ୍କ ବିବାହ ସମ୍ପନ ହୋଇଥିଲା । ବିବାହର ଏକ ଦିନ ପୂର୍ବରୁ ସଂଗୀତ ସେରିମନି ହୋଇଥିଲା, ଯେଉଁଥିରେ ପରିବାରର ସମସ୍ତ ସଦସ୍ୟଙ୍କ ସହ ବହୁ ସମ୍ପର୍କୀୟ ଯୋଗ ଦେଇଥିଲେ । ତେବେ ଆଗାମୀ ଦିନ ଅଜୟଙ୍କୁ ବିବାହ ପୋଷାକ ପିନ୍ଧାଯାଇଥିଲା । ଏହାପରେ ଏକ ଗ୍ରାଣ୍ଡ ପ୍ରସେସନର ଆୟୋଜନ କରାଯାଇଥିଲା ଯେଉଁଥିରେ ଅଜୟଙ୍କୁ ଏକ ଘୋଡାରେ ବସାଇ ରାଜକୀୟ ଢଙ୍ଗରେ ପ୍ରୋସେସନ କରାଯାଇଥିଲା ।

ତେବେ ଏହି ପ୍ରୋସେସନରେ ପାଖାପାଖା 200ରୁ ଉର୍ଦ୍ଧ ଲୋକ ସାମିଲ ହୋଇଥିଲେ । ଏଥିସହ ଏହି ବିବାହ ଭୋଜିରେ 800 ଲୋକଙ୍କ ପାଇଁ ଭୋଜନର ଆୟୋଜନ କରାଯାଇଥିଲା ।

Intro:Body:

prabir 1

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.