ETV Bharat / bharat

ଏଇ ଭାରତରେ...ଶ୍ରାବଣ ନୁହେଁ ହୋଲିରେ ପୂଜା ପାଆନ୍ତି ଶିବଲିଙ୍ଗ - ଶିବ ଲିଙ୍ଗ

ବିହାରର ବେରୌଟାରେ ରହିଛି ମହାଭାରତ ସମୟର ଶିବଲିଙ୍ଗ । ଏଠାରେ ଶ୍ରାବଣ ମାସରେ ନୁହଁ ହୋଲିରେ କରାଯାଇଥାଏ ପୂଜା ।

ଫଟୋ ସୌଜନ୍ୟ: ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ
author img

By

Published : Aug 13, 2019, 5:56 PM IST

ପାଟନା: ଶ୍ରାବଣ ମାସରେ ସମସ୍ତ ଶୈବପୀଠରେ ଶ୍ରଦ୍ଧାଳୁ ଓ କାଉଡିଆଙ୍କ ଭିଡ ଲାଗିଥାଏ । ପାଣି ଢାଳି ଫୁଲ, ଚନ୍ଦନ, ବେଲପତ୍ର, ଭାଙ୍ଗ, କ୍ଷୀର ଦେଇ ଭକ୍ତମାନେ ଉପବାସ ବ୍ରତ ରଖି ପୂଜା କରିଥାନ୍ତି । ହେଲେ ଦେଶରେ ଏମିତି ଏକ ଶୈବ ପୀଠ ରହିଛି ଯେଉଁଠି ଶ୍ରାବଣରେ ପୂଜା କରାଯାଏନାହିଁ ।

ସୂଚନାନୂସାରେ, ବିହାର ରାଜ୍ୟର ନବାଦା ଜିଲ୍ଲାର ବେରୌଟାରେ ଥିବା ପ୍ରାଚୀନ ଶିବଲିଙ୍ଗରେ ଶ୍ରାବଣ ମାସରେ ପୂଜା କରାଯାଇନଥାଏ । ଏହି ଶିବ ଲିଙ୍ଗ ବର୍ଷକୁ ଥରେ ମାତ୍ର ହୋଲି ପର୍ବରେ ପୂଜା କରାଯାଇଥାଏ । ତେବେ ସ୍ଥାନୀୟ ଲୋକଙ୍କ କହିବାନୂଯାୟୀ, ପ୍ରଶାସନର ଅବହେଳା ଯୋଗୁ୍ଁ ଏହି ଶିବ ଲିଙ୍ଗ ଖୋଲା ଆକାଶତଳେ ପୂଜା ପାଉଛି । ଏଥିପାଇଁ କୌଣସି ମନ୍ଦିର ନିର୍ମାଣ କରାଯାଇନାହିଁ । ଖାଲି ସେତିକି ନୁହେଁ ଏହାକୁ ପୂଜା କରିବାପାଇଁ ମଧ୍ୟ କୌଣସି ପୂଜକ ନାହାନ୍ତି ।

ତେବେ ଏହି ଶିବ ଲିଙ୍ଗଟି ମହାଭାରତ ସମୟରୁ ଥିବା କହିଛନ୍ତି ଲୋକେ । ଏହି ଗାଁର ନାଁ ବେରୌଟା ରହିଛି ସତ କିନ୍ତୁ ପ୍ରାଚୀନ କାଳରେ ଏହାର ନାଁ ବିରାଟ ନଗର ଥିଲା । ଯେତବେଳେ ପଞ୍ଚୁ ପାଣ୍ଡବ ଅଜ୍ଞାତବାସରେ ଥିଲେ ସେମାନେ ଏଠି ଆସି କୂଟୀର କରି ବାସ କରୁଥିଲେ । ଆଉ ଏହି ଗାଁ ରାଜା ବିରାଟଙ୍କ ଦରବାର ହୋଇଥିବାବେଳେ ତାଙ୍କର କନ୍ୟା ଏହି ଶିବ ଲିଙ୍ଗକୁ ସ୍ଥାପନ କରିଥିଲେ ।

ଖାଲି ସେତିକି ନୁହଁ ଯେତବେଳେ ବାବରଙ୍କ ସମୟରେ ହିନ୍ଦୁ ଦେବାଦେବୀଙ୍କ ମନ୍ଦିରକୁ ଭଙ୍ଗା ଯାଉଥିଲା ସେହି ସମୟରେ ବାବର ଏହାକୁ ଭାଙ୍ଗିବାକୁ ଯେତେ ଚେଷ୍ଟା କରିଥିଲେ ମଧ୍ୟ ଏହା ଭାଙ୍ଗି ନଥିଲା ।

Intro:Body:

SMB

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.