ETV Bharat / bharat

ବଢୁଛି ସଂକ୍ରମଣ: ଆଜି ଠୁ ଥିରୁଅନନ୍ତପୁରମରେ ଟ୍ରିପଲ ଲକଡାଉନ ଲାଗୁ - spike in coronavirus cases

ଗୋଟିିଏ ଦିନରେ ସର୍ବାଧିକ କୋରୋନା ଚିହ୍ନଟ ପରେ ସରକାରଙ୍କ କଡା ପଦକ୍ଷେପ । ସପ୍ତାହ ପର୍ଯ୍ୟନ୍ତ କେରଳ ଥିରୁଅନନ୍ତପୁରମରେ ଲାଗୁ ହୋଇଛି ଟ୍ରିପଲ ଲକଡାଉନ । ଅଧିକ ପଢନ୍ତୁ...

ଆଜିଠୁ ଥିରୁଭନନ୍ତପୁରମ ଟ୍ରିପଲ ଲକଡାଉନ ଲାଗୁ
ଆଜିଠୁ ଥିରୁଭନନ୍ତପୁରମ ଟ୍ରିପଲ ଲକଡାଉନ ଲାଗୁ
author img

By

Published : Jul 6, 2020, 3:55 PM IST

ଥିରୁଅନନ୍ତପୁରମ: କେରଳ ସରକାର ଆଜି ଠାରୁ ଥିରୁଅନନ୍ତପୁରରେ ଟ୍ରିପଲ ଲକଡାଉନ ଲାଗୁ କରିଛନ୍ତି । ସୋମବାର ସକାଳ 6 ଟାରୁ ପ୍ରତିବନ୍ଧକ ଲାଗୁ ହୋଇଛି । ଏହି ଲକଡାଉନ ସପ୍ତାହ ଧରି ରହିବ । ଥିରୁଅନନ୍ତପୁରମରେ ଗୋଟିଏ ଦିନରେ ସର୍ବାଧିକ କୋରୋନା ସଂକ୍ରମଣ ମାମଲା ଚିହ୍ନଟ ହେବା ପରେ ସରକାର ଏପରି ନିଷ୍ପତ୍ତି ନେଇଛନ୍ତି । ପରିସ୍ଥିତିର ଗମ୍ଭୀରତା ଦେଖି ଥିରୁଅନନ୍ତପୁରମ କର୍ପୋରେସ ଲିଃରେ କଡା କଟକଣା ଲାଗୁ ହୋଇଛି ।

ଟ୍ରିପଲ ଲକଡାଉନ ସାଧାରଣ ଲକଡାଉନ ଠାରୁ ସଂପୂର୍ଣ୍ଣ ଭିନ୍ନ ବୋଲି କେରଳ ସରକାର କହିଛନ୍ତି। ଏହି ସମୟରେ କେହି ମଧ୍ୟ ବାହାରକୁ ବାହାରିବେ ନାହିଁ । ଯଦି କେହି ବାହାରେ ବୁଲିଲେ, ତାଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏହି ସମୟରେ ସରକାରୀ ସଚିବାଳୟ ଏବଂ ପ୍ରଶାସନିକ ମୁଖ୍ୟାଳୟ ସମ୍ପୂର୍ଣ୍ଣ ବନ୍ଦ ରହିଛି । ମୁଖ୍ୟମନ୍ତ୍ରୀ ତାଙ୍କ ସରକାରୀ ବାସଭବନ କ୍ଲିଫ ହାଉସରୁ କାର୍ଯ୍ୟ କରିବେ। କେବଳ ଜରୁରୀ କାମ ପାଇଁ ବାହାରକୁ ଅନୁମତି ମିଳିବ । ଗ୍ରୋସରୀ ଦୋକାନ, ପନିପରିବା ଏବଂ ମେଡିକାଲ ଦୋକାନକୁ କାର୍ଯ୍ୟ କରିବାକୁ ଅନୁମତି ଦିଆଯାଇଛି ।

ରବିବାର କେରଳର ସମୁଦାୟ 225 କୋରୋନା ଭାଇରସ ପଜିଟିଭ ରିପୋର୍ଟ କରିଛି। ସେଥିମଧ୍ୟରୁ 27 ଟି ଥିରୁଅନନ୍ତପୁରମରେ ରିପୋର୍ଟ ହୋଇଛି। ଏହି 27 ଟି ମାମଲା ମଧ୍ୟରୁ 22 ଟି ସ୍ଥାନୀୟ ସଂକ୍ରମଣ ବୋଲି ଜଣାପଡିଛି । ଅନ୍ୟ 14ଟି ମାମଲାର ଉତ୍ସ ଏଯାଏଁ ଜିଲ୍ଲାପ୍ରଶାସନ ଖୋଜି ପାଇନାହାଁନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.