ETV Bharat / bharat

ନଭେମ୍ବରରୁ ଆରମ୍ଭ ହେବ କୋଭାକ୍ସିନର ତୃତୀୟ ପର୍ଯ୍ୟାୟ କ୍ଲିନିକାଲ୍ ପରୀକ୍ଷା - କୋଭାକ୍ସିନ

କୋରୋନାକୁ ନିୟନ୍ତ୍ରଣ କରିବା ପାଇଁ ଭାରତ ବାୟୋଟେକ୍ ଦ୍ୱାରା ବିକଶିତ କୋଭାକ୍ସିନର ତୃତୀୟ ପର୍ଯ୍ୟାୟ କ୍ଲିନିକାଲ୍ ପରୀକ୍ଷା ନଭେମ୍ବରରୁ ଆରମ୍ଭ ହେବ।

ନଭେମ୍ବରରୁ ଆରମ୍ଭ ହେବ କୋଭାକ୍ସିନର ତୃତୀୟ ପର୍ଯ୍ୟାୟ କ୍ଲିନିକାଲ୍ ପରୀକ୍ଷା

author img

By

Published : Oct 7, 2020, 4:25 PM IST

ନୂଆଦିଲ୍ଲୀ: କୋରୋନାକୁ ନିୟନ୍ତ୍ରଣ କରିବା ପାଇଁ ଭାରତ ବାୟୋଟେକ୍ ଦ୍ୱାରା ବିକଶିତ କୋଭାକ୍ସିନର ତୃତୀୟ ପର୍ଯ୍ୟାୟ କ୍ଲିନିକାଲ୍ ପରୀକ୍ଷା ନଭେମ୍ବରରୁ ଆରମ୍ଭ ହେବ। ନିଜାମ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସ (ଏନଆଇଏମଏସ) ଚିକିତ୍ସା ସୂତ୍ରରୁ ପ୍ରକାଶ ଯେ, ଏହି ଟ୍ରାୟଲ ନଭେମ୍ବର ମାସର ପ୍ରଥମ କିମ୍ବା ଦ୍ୱିତୀୟ ସପ୍ତାହରେ ଆରମ୍ଭ ହୋଇପାରେ।

କ୍ଲିନିକାଲ୍ ଟ୍ରାଏଲ୍ ନୋଡାଲ୍ ଅଫିସର ଡ. ସି ପ୍ରଭାକର ରେଡ୍ଡୀ କହିଛନ୍ତି, ଏନଆଇଏମଏସରେ ପ୍ରଥମ ପର୍ଯ୍ୟାୟ ପରୀକ୍ଷା ସଫଳତାର ସହ ସମାପ୍ତ ହୋଇଛି। ସେହିପରି ଦ୍ୱିତୀୟ ପର୍ଯ୍ୟାୟ ପରୀକ୍ଷଣରେ 12 ଜଣଙ୍କୁ ବୁଷ୍ଟର ଡୋଜ ଦେଇ ଟିକା ଦିଆଯାଇଥିଲା ଏବଂ ଅନ୍ୟ 55 ଜଣଙ୍କୁ ଆସନ୍ତା 3 ଦିନ ମଧ୍ୟରେ ଟିକା ଦିଆଯିବ। 14 ଦିନ ପରେ ସେମାନେ ରକ୍ତ ନମୁନା ସଂଗ୍ରହ କରି ଆଇସିଏମଆରକୁ ପଠାଇବେ । ଅନ୍ୟପଟେ ପ୍ରଥମ ପର୍ଯ୍ୟାୟରେ ଏନଆଇଏମଏସରେ 45 ଜଣଙ୍କୁ ଟୀକାକରଣ କରିବା ପରେ ଫଳାଫଳ ଆଶାବାଦୀ ବୋଲି ଡାକ୍ତରୀ ଟିମ୍ କହିଛନ୍ତି।

ଡ. ପ୍ରଭାକର ରେଡ୍ଡୀ କହିଛନ୍ତି, ପ୍ରଥମ ଏବଂ ଦ୍ୱିତୀୟ ପର୍ଯ୍ୟାୟରେ ମୋଟ 100 ପାର୍ଥୀ ଅଂଶଗ୍ରହଣ କରିଥିଲେ। ସେମାନଙ୍କ ସ୍ୱାସ୍ଥ୍ୟ ଉପରେ ପ୍ରାୟ 6 ମାସ ହେବ ନଜର ରଖାଯାଇଛି । ତେବେ ତୃତୀୟ ପର୍ଯ୍ୟାୟ ପରୀକ୍ଷାରେ 200 ଲୋକଙ୍କୁ ଟୀକାକରଣ କରିବାର ସମ୍ଭାବନା ଥିବା ସେ ସ୍ପଷ୍ଟ କରିଛନ୍ତି।

ସୂଚନାଯୋଗ୍ୟ, ଆଇସିଏମଆର କୋଭାକ୍ସିନର ବିକାଶ ପାଇଁ ଫାର୍ମାସ୍ୟୁଟିକାଲ୍ କମ୍ପାନୀ ଭରତ ବାୟୋଟେକ୍ ସହିତ ସହଯୋଗ କରୁଛି । ଭରତ ବାୟୋଟେକ୍ କାନସାସ୍ ଭିତ୍ତିକ ଭିରୋଭ୍ୟାକ୍ସର ଆଡଭ୍ୟୁଣ୍ଟ୍ ଆଲହାଇଡ୍ରକ୍ସାଇକ୍-୨ ବ୍ୟବହାର କରି ଟିକାର ରୋଗ ପ୍ରତିରୋଧକ ଶକ୍ତି ବଢାଇବ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.