ହାଇଦ୍ରାବାଦ: ତେଲେଙ୍ଗାନାର ଭଦ୍ରାଚଳମରେ ଗୋଦାବରୀ ନଦୀର ଜଳସ୍ତର 53.7 ଫୁଟ ଛୁଇଁଥିବାରୁ ରବିବାର ତୃତୀୟ ତଥା ଶେଷ ବନ୍ୟା ସତର୍କତା ଜାରି କରାଯାଇଛି।
ରାଜ୍ୟର ବିଭିନ୍ନ ସ୍ଥାନରେ ମୌସୁମୀ ବର୍ଷା ହେବା ପରେ ଗୋଦାବରୀ ନଦୀର ସ୍ତର ବୃଦ୍ଧି ପାଇଥିବା କଥା ଜଳସମ୍ପଦ ଅଧିକାରୀମାନେ ସୂଚନା ଦେଇଛନ୍ତି।
ସେମାନେ କହିଛନ୍ତି, "ଭଦ୍ରାଚଳମରେ ଜଳ ସ୍ତର ରବିବାର ଅପରାହ୍ନ 3ଟାରେ 53.7 ଫୁଟ ରହିଛି । ସେଥିପାଇଁ ଆମେ ଲୋକଙ୍କୁ ସତର୍କ ରହିବାକୁ ପରାମର୍ଶ ଦେଇଛୁ । କାରଣ ରବିବାର ରାତି ସୁଦ୍ଧା ଜଳ ସ୍ତର 57 ଫୁଟ ପର୍ଯ୍ୟନ୍ତ ବୃଦ୍ଧି ପାଇବାର ସମ୍ଭାବନା ରହିଛି ।
ଶନିବାର ଦିନ ନଦୀ ପ୍ରଥମ ବିପଦ ସ୍ତର ଅତିକ୍ରମ କରି ବନ୍ୟାଜଳ ପ୍ରଭାବିତ ହୋଇଥିଲା । ରାଜ୍ୟର ବିଭିନ୍ନ ସ୍ଥାନରେ ଲଗାଣ ବର୍ଷା ହେବା ପରେ ଏହି ପରିସ୍ଥିତି ଉପୁଜିଥିବା ଭଦ୍ରାଡ୍ରି କୋଥଗୁଡେମ୍ ଜିଲ୍ଲା କଲେକ୍ଟର ଏମ୍ ଭି ରେଡ୍ଡୀ ସୂଚନା ଦେଇଛନ୍ତି ।
@ANI