ଢାକା: ବନ୍ଦେ ଭାରତ ମିଶନ ଅଧୀନରେ ଭାରତ ସରକାରଙ୍କ ପ୍ରତ୍ୟାବର୍ତ୍ତନ କାର୍ଯ୍ୟକ୍ରମ ଜାରି ରହିଛି । ଏହି ପରିପ୍ରେକ୍ଷୀରେ ବାଂଲାଦେଶରୁ ତୃତୀୟ ପର୍ଯ୍ୟାୟ ଭାରତୀୟ ସୋମବାର ମୁମ୍ବାଇ ଅଭିମୁଖେ ବାହାରିଛନ୍ତି । ଏଥିରେ 107 ଜଣ ଭାରତୀୟ ଥିବା ବାଂଲାଦେଶର ଭାରତୀୟ ହାଇ କମିଶନ ସୂଚନା ଦେଇଛନ୍ତି ।
ଏୟାର ଇଣ୍ଡିଆ ପକ୍ଷରୁ ତୃତୀୟ ଥର ପାଇଁ ବାଂଲାଦେଶରୁ ଭାରତୀୟଙ୍କୁ ଫେରାଇ ଅଣାଯାଉଛି । ପୂର୍ବରୁ 2 ଥର ଏୟାର ଇଣ୍ଡିଆ ଏହି କାମ କରିସାରିଛି । ସୋମବାର ଅପରାହ୍ନ 4ଟାରେ ଭାରତୀୟଙ୍କୁ ଧରି ଢାକାରୁ ବିମାନ ବାହାରିଥିବା ଭାରତୀୟ ହାଇ କମିଶନ ସୂଚନା ଦେଇଛନ୍ତି । ମୁମ୍ବାଇରେ ଏହି ବିମାନ ରାତିରେ ଅବତରଣ କରିବା ନେଇ ସୂଚନା ରହିଛି ।
ପୂର୍ବରୁ ଶନିବାର 129 ଓ ମେ 8ରେ କିଛି ଭାରତୀୟ ଛାତ୍ରଙ୍କୁ ବାଂଲାଦେଶରୁ ଫେରାଇ ଅଣାଯାଇଥିଲା । ସୋମବାର ଫିଲିଫାଇନ୍ସରୁ ମଧ୍ୟ ଫସିଥିବା ଭାରତୀୟ ସ୍ବଦେଶ ଫେରିଛନ୍ତି । ସେହିପରି 50 ଦିନ ଧରି ଅଟକି ଥିବା 2 ଭାରତୀୟ ମଧ୍ୟ ଦୁବାଇରୁ ଭାରତକୁ ଏକ ବିମାନରେ ଫେରିଥିବା ହାଇ କମିଶନ ସୂଚନା ଦେଇଛନ୍ତି ।