ନୂଆଦିଲ୍ଲୀ: କୋରୋନା ବିରୋଧୀ ଲଢେଇରେ ସାରା ଦେଶ 21 ଦିନ ପାଇଁ ଲକଡାଉନରେ । ଏପରି ସମୟରେ ଲୋକମାନେ ଘରେ ଇଣ୍ଟରନେଟର ବହୁଳ ବ୍ୟବହାର ବଢିଛି । ଏହାସହ ଅଧିକାଂଶ କୋରୋନା ଭାଇରସ ସଂକ୍ରାନ୍ତରେ ଅଧିକ ଅପଡେଟ ପାଇଁ ବିଭିନ୍ନ ୱେବସାଇଟ ସର୍ଚ୍ଚ କରୁଛନ୍ତି । ଏହାର ଫାଇଦା ନେବା ପାଇଁ ଅନେକ ସାଇବର ଅପରାଧୀ ନୂଆ ନୂଆ କୌଶଳ ଗ୍ରହଣ କରିଛନ୍ତି । ଏହାକୁ ଆଖି ଆଗରେ ରଖି ଦିଲ୍ଲୀ ପୋଲିସର ସାଇବର କ୍ରାଇମ ବ୍ରାଞ୍ଚ ସାଧାରଣ ଜନତାଙ୍କୁ ସଚେତନ କରିବା ପାଇଁ କିଛି ୱେବସାଇଟ ଲିଙ୍କ ଜାରି କରିଛି ।
ପୋଲିସ କହିଛି ଯେ ଏହି ୱେବସାଇଟ୍ ଗୁଡିକ ଖୋଲିଲେ ନିଜର ବ୍ୟକ୍ତିଗତ ସୂଚନା ଚୋରି ହେବା ସହ ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟ ଖାଲି ହୋଇପାରେ ।
ଏହା ସହ ସାଇବର ଶାଖା ପକ୍ଷରୁ କୁହାଯାଇଛି ଯେ, ଯଦି ତୁମ ସହିତ କିମ୍ବା ପରିଚିତଙ୍କ ସହ କୌଣସି ଠକେଇ ଘଟେ, ତୁମେ ତୁରନ୍ତ ଏହାକୁ ସାଇବର ସେଲକୁ ରିପୋର୍ଟ କରିପାରିବ |
ଯଦି ଆପଣ କୌଣସି ପ୍ରକାରର ଇମେଲ୍ ପାଆନ୍ତି, ତେବେ ଆଦୌ ଭୟ ନକରି ସାଇବର ଶାଖାକୁ ଅବଗତ କରାନ୍ତୁ ।
କିଛି ୱେବସାଇଟ୍ ର ଏକ ତାଲିକା.....
coronavirusstatus[.]space
coronavirus-map[.]com
blogcoronacl.canalcero[.]digital
coronavirus[.]zone
coronavirus-realtime[.]com
coronavirus[.]app
bgvfr.coronavirusaware[.]xyz
oronavirusaware[.]xyz
corona-virus[.]healthcare
survivecoronavirus[.]org
vaccine-coronavirus[.]com
coronavirus[.]cc
bestcoronavirusprotect[.]tk
coronavirusupdate[.]tk