ETV Bharat / bharat

ଲକଡାଉନରେ ଅନିଦ୍ରା ସମସ୍ୟା ଦୂର କରିବାର 4ଟି ଉପାୟ - ଲକଡାଉନରେ ଅନିଦ୍ରା ସମସ୍ୟା ଦୂର କରିବାର 4ଟି ଉପାୟ

ଶୋଇବା ଆମ ସ୍ବାସ୍ଥ୍ୟ ପାଇଁ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ । ଏହା ଆମର ରୋଗ ପ୍ରତିରୋଧକ ଶକ୍ତି ଉପରେ ମଧ୍ୟ ପ୍ରଭାବ ପକାଇଥାଏ । ଅଧିକ ପଢନ୍ତୁ...

ଲକଡାଉନରେ ଅନିଦ୍ରା ସମସ୍ୟା ଦୂର କରିବାର 4ଟି ଉପାୟ

author img

By

Published : May 20, 2020, 7:35 PM IST

ହାଇଦ୍ରାବାଦ: ଅନିଦ୍ରା । ଅନେକ ଥର ଅନେକ ସମୟରେ ଆମେ ସମସ୍ତେ ଏହି ସମସ୍ୟାର ସମ୍ମୁଖୀନ କରିଛୁ । ବିଶେଷକରି ବର୍ତ୍ତମାନ ଅର୍ଥାତ ଲକଡାଉନରେ ଅନେକଙ୍କ ପାଇଁ ପ୍ରମୁଖ ସମସ୍ୟା ଭାବରେ ଛିଡା ହୋଇଛି । ଏମିତିକି ଯାହାର ଏହି ସମସ୍ୟା ନଥିଲା ସେମାନେ ମଧ୍ୟ ବର୍ତ୍ତମାନ ସମୟରେ ନିଜର ଲାଇଫଷ୍ଟାଇଲ ପାଇଁ ଏପରି ଅସୁବିଧା ଭୋଗୁଛନ୍ତି । ତେବେ ଖାଦ୍ୟପେୟରେ ଅନିୟମିତତା, ଅଧିକ ଚିନ୍ତା, କାର୍ଯ୍ୟର ଚାପ ଇତ୍ୟାଦି ଅନିଦ୍ରାର ମୁଖ୍ୟ କାରଣ ।

ସେହିପରି ଅଧିକ ସମୟ ଟିଭି ଦେଖିବା, କମ୍ପ୍ୟୁଟର ସାମ୍ନାରେ ଘଣ୍ଟା ଘଣ୍ଟା ମଧ୍ୟ ଆମ ଶୋଇବାରେ ବାଧା ସୃଷ୍ଟି କରିଥାଏ । ଆମେ ସମସ୍ତେ ଏହା ଜାଣିଛେ ଶୋଇବା ଆମ ସ୍ବାସ୍ଥ୍ୟ ପାଇଁ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ । ବିଶେଷ କରି ବର୍ତ୍ତମାନ ସମୟରେ କାରଣ ଏହା ଆମର ରୋଗ ପ୍ରତିରୋଧକ ଶକ୍ତି ଉପରେ ମଧ୍ୟ ପ୍ରଭାବ ପକାଇଥାଏ । ଏହାସହ ଉପଯୁକ୍ତ ନିଦ୍ରା ଆମକୁ ମାନସିକ ନିୟନ୍ତ୍ରଣରେ ରଖିବାରେ ସାହାଯ୍ୟ କରିଥାଏ ।

ମାତ୍ର ଅନେକ ସମୟରେ ଆମକୁ ସହଜରେ ନିଦ୍ରା ଆସିନଥାଏ । ତେବେ ଆଜି ଆମେ ଆପଣଙ୍କୁ କହିବୁ କିପରି କିଛି ବ୍ୟାୟାମ ସାହାଯ୍ୟରେ ଏହି ସମସ୍ୟାକୁ ଏଡାଇ ଦେଇପାରିବେ । ଯଦି ଆପଣ ସକାଳୁ ଶିଘ୍ର ଉଠିପାରୁନାହାନ୍ତି ତେବେ ସନ୍ଧ୍ୟା ସମୟରେ ମଧ୍ୟ ଏହି ବ୍ୟାୟାମ କରିପାରିବେ ।

ଲେଗ୍-ଅପ୍-ୱାଲ୍ ପୋଜ୍

ଏହି ପୋଜ୍ ବା ବ୍ୟାୟାମ ଭିପରିଟା କରାନି ନାମରେ ମଧ୍ୟ ଜଣାଶୁଣା । ଅନିଦ୍ରା ଏବଂ ଅନ୍ୟାନ୍ୟ ସ୍ବାସ୍ଥ୍ୟଗତ ସମସ୍ୟା ଯଥା ଉତ୍ତମ ହଜମ, ଚାପ ହ୍ରାସ, ଉଦାସୀନତାକୁ ମୁକାବିଲା କରିବାରେ ସାହାଯ୍ୟ କରେ । ଏହାଦ୍ବାରା ରକ୍ତ ସଞ୍ଚାଳନ ବୃଦ୍ଧି ପାଇଥାଏ । ଥକ୍କାପଣରୁ ମଧ୍ୟ ରକ୍ଷା ମିଳିଥାଏ ।

ହିରୋ ପୋଜ୍

ଏହା ଆପଣଙ୍କ ଗୋଡକୁ ଥକ୍କାପଣରୁ ମୁକ୍ତି ଦେଇଥାଏ । ସେହିପରି ଏହା ଉଚ୍ଚ ରକ୍ତଚାପକୁ ହ୍ରାସ କରିଥାଏ ଏବଂ ଯେଉଁମାନେ ଅନିଦ୍ରା ରୋଗରେ ପୀଡିତ ସେମାନଙ୍କ ପାଇଁ ସର୍ବୋତ୍ତମ ବ୍ୟାୟାମ । ତେବେ ଯଦି ଆପଣଙ୍କର ପିଠି, ଆଣ୍ଠୁ କିମ୍ବା ଗୋଡରେ ଗମ୍ଭୀର ସମସ୍ୟା ଥାଏ ତେବେ ଏହି ବ୍ୟାୟାମଠାରୁ ଦୂରେଇ ରୁହନ୍ତୁ ।

ଆଗକୁ ଢଳିବା

ଏହା ଆପଣଙ୍କର ଭଲ ହଜମ ସହିତ ଅନେକ ଲାଭ ପ୍ରଦାନ କରିଥାଏ । ଏହି ବ୍ୟାୟାମ ଆପଣଙ୍କ ସ୍ନାୟୁ ପ୍ରଣାଳୀକୁ ଶାନ୍ତ କରିବା ସହ ଏବଂ ମେରୁଦଣ୍ଡକୁ ଆରାମ ଦେଇଥାଏ ।

ଖୁସି ଶିଶୁ ପୋଜ୍

ଏହା ଆପଣଙ୍କ ତଳ ପିଠିର ଯନ୍ତ୍ରଣାକୁ ଦୂର କରିବାରେ ସାହାଯ୍ୟ କରେ । ଅନିଦ୍ରା ଏବଂ ଚିନ୍ତାରେ ପୀଡିତ ଲୋକଙ୍କ ପାଇଁ ଏହା ଖୁବ୍ ଲାଭଦାୟକ । ଏହାଦ୍ବାରା ଆପଣଙ୍କୁ ଖୁସି ତଥା ଶାନ୍ତ ରହିବାରେ ସାହାଯ୍ୟ କରିଥାଏ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.