ହାଇଦ୍ରାବାଦ: ଚୀନରୁ ସୃଷ୍ଟି ହୋଇଥିବା କୋରୋନା ଭାଇରସ୍ ଏବେ ସାରା ବିଶ୍ବରେ ଚିନ୍ତାର ବିଷୟ ପାଲଟିଛି । ଦିନକୁ ଦିନ ଏହା ବ୍ୟାପିବାରେ ଲାଗିଛି । ନିକଟରେ ଦିଲ୍ଲୀ, ହାଇଦ୍ରାବାଦ, ରାଜସ୍ଥାନରେ କୋରୋନା ଭାଇରସ ସନ୍ଦିଗ୍ଧ ବ୍ୟକ୍ତି ଚିହ୍ନଟ ହୋଇଛନ୍ତି।
ସେପଟେ ବର୍ତ୍ତମାନ ସୁଦ୍ଧା ଏହାର ପ୍ରତିକାର ବାହାରୁ ନଥିବାବେଳେ କେବଳ ସଚେତନତା ଦ୍ବାରା ଏଥିରୁ ନିଜକୁ ରକ୍ଷା କରାଯାଇପାରେ । ଯାହାକୁ ନେଇ ଆମେ ଆଜି ଆପଣଙ୍କୁ କିଛି ସର୍ତକତା ସୂଚନା ଦେବୁ....
କୋରୋନା ଭାଇରସ୍ କ’ଣ ?
ଆମ ମଧ୍ୟରେ ଅନେକ ଏପରି ଅଛନ୍ତି ଯେଉଁମାନେ ଏହା ଜାଣିନଥିବେ କୋରୋନା ଭାଇରସ କ’ଣ । ତେବେ ଏଠାରେ ଆପଣଙ୍କୁ କହି ରଖୁଛୁ କୋରୋନା ଏକ ଭୂତାଣୁ । ଏହା ସାଧାରଣ ଥଣ୍ଡାରୁ ଆରମ୍ଭ କରି ନିମୋନିଆ ପର୍ଯ୍ୟନ୍ତ ପହଞ୍ଚିଥାଏ ।
ଲକ୍ଷଣ
- ଶ୍ବାସକ୍ରିୟାରେ ସମସ୍ୟା
- ଜ୍ବର ଲାଗି ରହିବା
- କାଶ ହେବା
- ଥଣ୍ଡା ନଛାଡିବା
ସାବଧାନତା
- ଦିନରେ ନିୟମିତ ରୂପରେ ସାବୁନରେ ହାତ ଧୁଅନ୍ତୁ । ପ୍ରାୟ 20 ସେକେଣ୍ଡ ପର୍ଯ୍ୟନ୍ତ ହାତ ଧୁଅନ୍ତୁ ।
- କାଶ, ଛିଙ୍କ ଓ ଶ୍ବାସରୋଗ ଅସୁସ୍ଥତାର ଲକ୍ଷଣ ରହିଥିବା ଲୋକଙ୍କଠାରୁ ଦୂରତା ବଜାୟ ରଖନ୍ତୁ ।
- ବାରମ୍ବାର ନାକ, ପାଟି ଓ ମୁହଁକୁ ଛୁଅଁନ୍ତୁ ନାହିଁ ।
- ଛିଙ୍କିଲା ଏବଂ କାଶିଲା ବେଳେ ମୁହଁ ଢ଼ାଙ୍କି ରଖନ୍ତୁ ।
- ଅଣ୍ଡା ଓ ମାଂସ ଇତ୍ୟାଦି ଭଲ ଭାବରେ ସିଝାଇ ଖାଅନ୍ତୁ ।
- ଶରୀରରେ କୌଣସି ପରିବର୍ତ୍ତନ ଦେଖାଦେଲେ ସମୟ ନଷ୍ଟ ନକରି ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ..