ETV Bharat / bharat

ଡହ ଡହ ଉତ୍ତାପରୁ ଶରୀରକୁ ରକ୍ଷା କରିବ ଏହି ଆୟୁର୍ବେଦୀୟ ଔଷଧ - health news

ଆୟୁର୍ବେଦ ଅନୁଯାୟୀ ଗରମ ସମୟରେ ସଠିକ ଖାଦ୍ୟ ସେବନ କରିବା ନିତ୍ୟାନ୍ତ ଜରୁରୀ । ଏହାଦ୍ବାରା ଶରୀରକୁ ଅନେକ ଲାଭ ମିଳିଥାଏ । ତେଣୁ ଖରାର ପ୍ରକୋପରୁ ନିଜକୁ ରକ୍ଷା କରିବାକୁ ଆଜି ହିଁ ବ୍ୟବହାର କରନ୍ତୁ ଏହି ଆୟୁର୍ବେଦୀୟ ଔଷଧ । ଅଧିକ ପଢନ୍ତୁ...

ଡହ ଡହ ଉତ୍ତାପରୁ ଶରୀରକୁ ରକ୍ଷା କରିବ ଏହି ଆୟୁର୍ବୈଦିକ ଔଷଧ
author img

By

Published : Jun 11, 2020, 7:16 PM IST

ହାଇଦ୍ରାବାଦ: ଅତ୍ୟଧିକ ଗରମ ସମୟରେ ଆପଣଙ୍କ ଶରୀରରେ ଚର୍ମ କୁଣ୍ଡାଇ ହେବା, ଝାଳ ବୋହିବା, ବିରକ୍ତି ଅନୁଭବ କରିବା, ଫାଇବର, ଡାଇରିଆ ଏବଂ ଡିହାଇଡ୍ରେସନ ହେବାର ଆଶଙ୍କା ବହୁତ ବଢିଥାଏ । ଆୟୁର୍ବେଦ ଅନୁଯାୟୀ, ଏହି ଋତୁରେ ସଠିକ ଖାଦ୍ୟ ବାଛିବା ଅତ୍ୟନ୍ତ ଜରୁରୀ । ଯାହା ଶରୀରକୁ ବିଷାକ୍ତ ପଦାର୍ଥରୁ ରକ୍ଷା କରିବାରେ ସାହାଯ୍ୟ କରିଥାଏ । ଏହା ମଧ୍ୟ ଆପଣଙ୍କ ହଜମ, ରୋଗ ପ୍ରତିରୋଧକ ଶକ୍ତି, ଶାରୀରିକ ଏବଂ ମାନସିକ ଶକ୍ତିକୁ ପ୍ରୋତ୍ସାହିତ କରିବାରେ ସହାୟକ ହୋଇପାରେ । ଏହା ବ୍ୟତୀତ, ବଢୁଥିବା ତାପମାତ୍ରାକୁ ମୁକାବିଲା କରି ଆପଣଙ୍କ ତ୍ୱଚାକୁ ଗରମରୁ ରକ୍ଷା କରିବାରେ ଏହା ସହାୟକ ହୋଇଥାଏ । ତେଣୁ ଏପରି କିଛି ଔଷଧୀୟ ବୃକ୍ଷ ରହିଛି ଯାହା ଆପଣଙ୍କୁ ଉତ୍ତାପରୁ ରକ୍ଷା କରିବାରେ ଉପଯୋଗୀ ହେବ ।

ବ୍ରାହ୍ମୀ

ବ୍ରାହ୍ମୀ ହେଉଛି ଭାରତର ଏକ ପାରମ୍ପାରିକ ଔଷଧୀୟ ବୃକ୍ଷ । ଆୟୁର୍ବେଦରେ ଏହା ସ୍ମୃତିଶକ୍ତି ବୃଦ୍ଧି କରିବା, କମୋଦ୍ଦିପକ ଏବଂ ସାଧାରଣ ଟନିକ ଭାବରେ ବ୍ୟବହୃତ ହୁଏ । ଏହା ଆପଣଙ୍କ ମନକୁ ଶାନ୍ତ ରଖେ ଏବଂ ଅବସାଦକୁ ଦୂର କରିଥାଏ । ଏହା ନୂତନ ସ୍ନାୟୁ ସହିତ ସଂଯୋଗ ମଧ୍ୟ କରିଥାଏ ଏବଂ ଆବଶ୍ୟକ ନ୍ୟୁରୋଟ୍ରାନ୍ସମିଟର ସ୍ତରକୁ ସନ୍ତୁଳିତ କରିବାରେ ମଧ୍ୟ ସାହାଯ୍ୟ କରେ ।

ମଂଜିଷ୍ଠା

ମଂଜିଷ୍ଠା ହେଉଛି ସବୁଠାରୁ ମୂଲ୍ୟବାନ ଆୟୁର୍ବେଦିକ ଔଷଧ । ଯାହା ଆପଣଙ୍କ ରକ୍ତକୁ ଥଣ୍ଡା କରିଥାଏ ଏବଂ ଶରୀରରୁ ଟକ୍ସିନ ବାହାର କରିଥାଏ । ଯଦିଓ ଏହାର ସ୍ୱାଦ ତିକ୍ତ, କିନ୍ତୁ ଏହାର ଲାଭ ଅନେକ ଅଟେ । ଏହା ଅତ୍ୟନ୍ତ ଶକ୍ତିଶାଳୀ ଆଣ୍ଟିଅକ୍ସିଡାଣ୍ଟ, ଆଣ୍ଟି ଇନଫ୍ଲାମେଟୋରୀ ଏବଂ ଆଣ୍ଟି ମାଇକ୍ରୋବାୟଲ ଭାବରେ କାର୍ଯ୍ୟ କରେ ।

ତୁଳସୀ

ଏହା ଶରୀରକୁ ଡିଟୋକ୍ସିଫାଇ ଓ କ୍ଲିଜିଂ କରିବାର କାମ କରିଥାଏ । ଏହା ବହୁତ ପୁରୁଣା ଔଷଧ । ଗ୍ରୀଷ୍ମ ସମୟରେ ଶରୀରକୁ ଥଣ୍ଡା ରଖିବା ପାଇଁ ଆପଣ ଏହାକୁ ପ୍ରତିଦିନ ହର୍ବାଲ ଚା ଆକାରରେ ମଧ୍ୟ ପିଇପାରିବେ । ଚାପରୁ ମୁକ୍ତି ପାଇଁ ଏହା ଅତ୍ୟନ୍ତ ଉପଯୋଗୀ ।

ଅଁଳା

ଅଁଳାରେ ପ୍ରଚୁର ପରିମାଣରେ ଭିଟାମିନ-ସି ମିଳିଥାଏ । ଏହା ଆପଣଙ୍କ ହଜମ ପ୍ରକ୍ରିୟାକୁ ସଠିକ ରଖିଥାଏ ଓ ପେଟ ସପା କରିଥାଏ । ଏହା ଶରୀରକୁ ଡିଟୋକ୍ସିଫାଇ କରିଥାଏ । ଆପଣଙ୍କ ରୋଗ ପ୍ରତିରୋଧକ ଶକ୍ତି ବଢାଇବାରେ ଅଁଳା ମଧ୍ୟ ବେଶ ସାହାଯ୍ୟକାରୀ । ଏହା ସହିତ ଏହା ବାର୍ଦ୍ଧକ୍ୟକୁ ମନ୍ଥର କରିଥାଏ, ରକ୍ତରେ ଶର୍କରା ସ୍ତରକୁ ହ୍ରାସ କରିଥାଏ, ଗଳା ସଂକ୍ରମଣକୁ ଭଲ କରିଥାଏ, ପ୍ରଜନନ କ୍ଷମତାକୁ ବୃଦ୍ଧି କରିଥାଏ, ହାର୍ଟକୁ ପୋଷଣ ଦେବା ସହ ହାର୍ଟର ସ୍ୱାସ୍ଥ୍ୟରେ ଉନ୍ନତି ଆଣିଥାଏ ।

ଅଶ୍ୱଗନ୍ଧା

ଅଧିକାଂଶ ଲୋକ ଶରୀରରେ ଶକ୍ତି ବୃଦ୍ଧି ପାଇଁ ଅଶ୍ୱଗନ୍ଧା ବ୍ୟବହାର କରନ୍ତି । ଏହା ଏକ ଅବିଶ୍ୱସନୀୟ ଔଷଧୀୟ ଅଟେ । ଏଥିରେ ଆପଣଙ୍କ ରକ୍ତରେ ଶର୍କରା ସ୍ତର ହ୍ରାସ, କର୍ଟିସୋଲର ନିୟନ୍ତ୍ରିତ ସ୍ତର ଇତ୍ୟାଦି ଅନ୍ତର୍ଭୁକ୍ତ । ଏହା ଆପଣଙ୍କ ଚାପକୁ ହ୍ରାସ କରିଥାଏ । ଏହା ମସ୍ତିଷ୍କ କାର୍ଯ୍ୟକୁ ମଧ୍ୟ ପ୍ରୋତ୍ସାହିତ କରେ । ଏହା ବ୍ୟତୀତ ଟ୍ୟୁମରର ବିକାଶ ସହିତ ଲଢିବାରେ ମଧ୍ୟ ଏହା ସହାୟକ ହୋଇଥାଏ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.