ETV Bharat / bharat

ଦୈନିକ ଖାଦ୍ୟରେ ସାମିଲ କରନ୍ତୁ ଏହି 5ଟି ଖାଦ୍ୟ, ପାଖ ମାଡିବନି ଡାଇବେଟିସ - health news

ଫିଟନେସ ପାଇଁ ସବୁଠାରୁ ବଡ ମନ୍ତ୍ର ହେଉଛି ଘର ଖାଇବା । ଯେଉଁମାନେ ଘର ଖାଇବା ଖାଉଛନ୍ତି ସେମାନଙ୍କ ଠାରେ ମଧୁମେହ ହେବାର ଆଶଙ୍କା ବହୁତ କମ ଥାଏ । ଅଧିକ ପଢନ୍ତୁ...

ଦୈନିକ ଖାଦ୍ୟରେ ସାମିଲ କରନ୍ତୁ ଏହି 5ଟି ଖାଦ୍ୟ, ପାଖ ମାଡିବନି ଡାଇବେଟିସ

author img

By

Published : Jun 3, 2020, 8:41 PM IST

ହାଇଦ୍ରାବାଦ: ଆଜିର ବ୍ୟସ୍ତବହୁଳ ଜୀବନରେ, ଆମେ ଆମର ଖାଦ୍ୟ ପଦାର୍ଥ ପ୍ରତି ସବୁଠୁ କମ ଧ୍ୟାନ ଦେଇଥାଉ ଏବଂ ଏହି ଅସାବଧାନତା ହେତୁ ଆମ ଶରୀରରେ ଅନେକ ରୋଗ ଦେଖାଦେଇଥାଏ । ଏପରି ପରିସ୍ଥିତିରେ, ଯଦି ଆପଣ ସୁସ୍ଥ ଏବଂ ଫିଟ ହେବାକୁ ଚାହାଁନ୍ତି, ତେବେ ଆପଣଙ୍କ ଖାଦ୍ୟରେ ଏହି 5ଟି ବିଶେଷ ଜିନିଷ ଅନ୍ତର୍ଭୁକ୍ତ କରନ୍ତୁ । ଫଳରେ ଆପଣ ଡାଇବେଟିସରୁ ରକ୍ଷା ପାଇପାରିବେ ।

ଦୈନିକ ଖାଦ୍ୟରେ ସାମିଲ କରନ୍ତୁ ଏହି 5ଟି ଖାଦ୍ୟ, ପାଖ ମାଡିବନି ଡାଇବେଟିସ
ଦୈନିକ ଖାଦ୍ୟରେ ସାମିଲ କରନ୍ତୁ ଏହି 5ଟି ଖାଦ୍ୟ, ପାଖ ମାଡିବନି ଡାଇବେଟିସ

ଘରେ ତିଆରି ଖାଦ୍ୟ ଖାଆନ୍ତୁ

ଆପଣଙ୍କ ଫିଟନେସ ପାଇଁ ସବୁଠାରୁ ବଡ ମନ୍ତ୍ର ହେଉଛି ଘର ଖାଇବା । ଯେଉଁମାନେ ଘର ଖାଇବା ଖାଉଛନ୍ତି ସେମାନଙ୍କ ଠାରେ ମଧୁମେହ ହେବାର ଆଶଙ୍କା ବହୁତ କମ ଥାଏ । ଏହା ବ୍ୟତୀତ ଘରେ ଖାଦ୍ୟ ଖାଉଥିବା ଲୋକଙ୍କ ଓଜନ ମଧ୍ୟ ନିୟନ୍ତ୍ରିତ ହୋଇଥାଏ । ଯାହା ମଧୁମେହରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ ।

ଫାଇବର ଯୁକ୍ତ ଖାଦ୍ୟ

ଯଦି ଆପଣ ନିଜ ଖାଦ୍ୟରେ ଫାଇବର ଯୁକ୍ତ ଜିନିଷ ଅନ୍ତର୍ଭୁକ୍ତ କରନ୍ତି ଯେପରିକି ଶସ୍ୟ, ଓଟମିଲ୍, ଦଲିଆ, ସ୍ପ୍ରାଉଟ ତେବେ ଆପଣଙ୍କ ନିକଟରେ ସୁଗାରର ବିପଦ 25 ପ୍ରତିଶତ କମିଯାଏ । ମଧ୍ୟାହ୍ନ ଭୋଜନ ଏବଂ ସକାଳ ଜଳଖିଆରେ ଆପଣ ଏପରି ଜିନିଷ ଅନ୍ତର୍ଭୁକ୍ତ କରିବା ଜରୁରୀ ।

ଦହି କିମ୍ବା ବଟରମିଲ୍କ ଜରୁରୀ

ଖାଇବା ପରେ 1 ପାତ୍ର ଦହି କିମ୍ବା ବଟରମିଲ୍କ ଖାଇବା କିମ୍ବା ପିଇବା ଦ୍ବାରା ଟାଇପ-୨ ମଧୁମେହ ହେବାର ଆଶଙ୍କା କମିଯାଏ । ଦହିରେ ଥିବା ପ୍ରୋବାୟୋଟିକ୍ସ ଇନସୁଲିନକୁ ସନ୍ତୁଳିତ ରଖେ ଏବଂ ଫୁଲିବାକୁ ମଧ୍ୟ ହ୍ରାସ କରେ ।

ପ୍ରତିଦିନ ବାଦାମ ଅଖରୋଟ ଖାଆନ୍ତୁ

ଯେଉଁମାନେ ପ୍ରତିଦିନ ସକାଳ ସମୟରେ ଅଖରୋଟ ଖାଉଛନ୍ତି, ସେମାନଙ୍କ ଠାରେ ମଧୁମେହ ହେବାର ଆଶଙ୍କା କମ ଥାଏ । ସକାଳେ ଏକ ମୁଠା ଅଖରୋଟ ଖାଇବା ଦ୍ୱାରା କୋଲେଷ୍ଟ୍ରଲ ମଧ୍ୟ କମିଯାଏ । ଖାଦ୍ୟରେ ଏହାକୁ ଅନ୍ତର୍ଭୂକ୍ତ କରିବା ଦ୍ବାରା କାର୍ଡିଓମେଟାବୋଲିକ ସ୍ୱାସ୍ଥ୍ୟରେ ଉନ୍ନତି ହୋଇଥାଏ ଏବଂ ଓଜନ ମଧ୍ୟ ନିୟନ୍ତ୍ରଣ କରିଥାଏ ।

କଦଳୀ, ଆଳୁ ଏବଂ ଟମାଟୋ ଖାଆନ୍ତୁ

ଅନେକ ଲୋକ କୁହନ୍ତି ଯେ କଦଳୀ ଏବଂ ଆଳୁ ଓଜନ ବଢାଇଥାଏ, କିନ୍ତୁ ଏକ ଅନୁସନ୍ଧାନ ଅନୁଯାୟୀ, ଯେଉଁମାନେ ନିୟମିତ ଭାବରେ କଦଳୀ, ଆଳୁ ଏବଂ ଟମାଟୋ ଖାଉଛନ୍ତି, ସେମାନଙ୍କର କିଡନୀ ସୁସ୍ଥ ରହିଥାଏ । ବିଶେଷତଃ ଯଦି ଆପଣ ମଧୁମେହ ରୋଗୀ ଅଟନ୍ତି ତେବେ ଆପଣ ପ୍ରତିଦିନ ଖାଦ୍ୟରେ କଦଳୀ, ଆଳୁ ଏବଂ ଟମାଟୋ ଅନ୍ତର୍ଭୁକ୍ତ କରିବା ଉଚିତ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.