ETV Bharat / bharat

ଆଇଫୋନ୍ 12 ବକ୍ସରେ ଆସିବନି ଚାର୍ଜର !

ବର୍ଷର ଶେଷ ଆଡକୁ ଆସିବାକୁ ଥିବା ଆଇଫୋନ୍ 12 ରିଟେଲ ବକ୍ସରେ ଆପଲ ଚାର୍ଜର ଓ ଇୟରପୋଡ୍ସ ଦେବନି ବୋଲି ଶୁଣିବାକୁ ମିଳୁଛି । ତେବେ ଏହି ଖବରର କୌଣସି ସତ୍ୟତା ବା ସ୍ପଷ୍ଟତା ନେଇ ଖବର ମିଳିନାହିଁ । ଅଧିକ ପଢନ୍ତୁ...

ଆଇଫୋନ୍ 12 ବକ୍ସରେ ଆସିବନି ଚାର୍ଜର
ଆଇଫୋନ୍ 12 ବକ୍ସରେ ଆସିବନି ଚାର୍ଜର
author img

By

Published : Jul 5, 2020, 3:16 AM IST

ହାଇଦ୍ରାବାଦ: ଆଇଫୋନ୍ ବକ୍ସ ଆଉ ସେଥିରେ ଚାର୍ଜର । ପ୍ରତି ୟୁଜର୍ସଙ୍କ ପାଇଁ ଏହା ଏକ ଖୁସି ଖବର କହିଲେ ଭୁଲ ହେବନାହିଁ । ହେଲେ ଏବେ ଏହି ଖୁସିରେ ବାଧା ସୃଷ୍ଟି ହେବାକୁ ଯାଉଛି । କାରଣ ଖବର ଅନୁସାରେ ଆଇଫୋନ୍ 12 ବକ୍ସରେ ଏବେ ଆଉ ଚାର୍ଜର ଆସିବନି ବୋଲି ଆପଲ କମ୍ପାନୀ ସ୍ଥିର କରିଥିବା ଜଣାପଡିଛି ।

ବର୍ଷର ଶେଷ ଆଡକୁ ଆସିବାକୁ ଥିବା ଆଇଫୋନ୍ 12 ରିଟେଲ ବକ୍ସରେ ଆପଲ ଚାର୍ଜର ଓ ଇୟରପୋଡ୍ସ ଦେବନି ବୋଲି ଶୁଣିବାକୁ ମିଳୁଛି । ତେବେ ଏହି ଖବରର କୌଣସି ସତ୍ୟତା ବା ସ୍ପଷ୍ଟତା ନେଇ ଖବର ମିଳିନାହିଁ । ଏହା ଏକ ଗୁଜବ ହୋଇପାରେ ବୋଲି ସୋସିଆଲ ମିଡିଆରେ ଚର୍ଚ୍ଚା ହେଉଛି । ହେଲେ ଏନେଇ କମ୍ପାନୀର ଲାଟେଷ୍ଟ ସର୍ଭେରୁ ପ୍ରସଙ୍ଗର ସତ୍ୟତା ପ୍ରମାଣ ମିଳିଛି । ଏହି ସର୍ଭେରେ ନିଜ ୟୁଜର୍ସଙ୍କୁ ଆପଲ କିଛି ପ୍ରଶ୍ନ ପଚାରୁଛି । ଯେଉଁଥିରେ ଲୋକଙ୍କୁ ଏହା ପଚାରୁଛି ଯେ ସେମାନେ ନିଜ ପୁରୁଣା ଚାର୍ଜର ସହ କଣ କରନ୍ତି । ଯେବେ କେହି ଏକ ନୂଆ ଆଇଫୋନ୍ ମଡେଲ ଅର୍ଡର କରନ୍ତି ସେବେ ସେମାନେ ପୁରୁଣା ବକ୍ସରେ ଆସିଥିବା ଚାର୍ଜର କଣ କରନ୍ତି ବୋଲି ଏହି ସର୍ଭେରେ କମ୍ପାନୀ ପ୍ରଶ୍ନ ପଚାରିଛି । ଯାହାକୁ ନେଇ ସୋସିଆଲ ମିଡିଆରେ ଅନେକ ସ୍କ୍ରିନସଟ୍ ଭାଇରାଲ ହେଉଛି ।

ୟୁଏସବି ଚାର୍ଜର ସମ୍ପର୍କରେ ଆପଲ ନିଜ ୟୁଜର୍ସଙ୍କୁ ପ୍ରଶ୍ନ ପଚାରୁଛି । ଏଥିରେ ୟୁଜର୍ସଙ୍କ ପାଇଁ ଅନେକ ଅପସନ ରହିଛି । ଯେପରିକି ପୁରୁଣା ଆଇଫୋନ୍ ସହ ଚାର୍ଜର ବିକି ଦେଇଛି, ଏହା ହଜିଯାଇଛି, ଏହା ମୁଁ ପାରିବାରିକ ବନ୍ଧୁ କିମ୍ବା ସମ୍ପର୍କୀୟଙ୍କୁ ଦେଇଛି, ଘରେ ପଡିରହିଛି ଆଦି ଭଳି ଉତ୍ତର । ଏଥିରୁ ୟୁଜର୍ସଙ୍କୁ କୌଣସି ଏକ ଅପସନ ବାଛି ସେଥିରେ ଟିକ୍ ମାରିବାର ଅଛି । ତେବେ ଏହି ସର୍ଭେକୁ ନେଇ ଏବେ ବିଭିନ୍ନ ପ୍ରକାର ଖବର ଶୁଣିବାକୁ ମିଳୁଛି । ଏହାଦ୍ବାରା ଆପଲ ନିଜ ପ୍ରଡକ୍ଟର ସର୍ଭେ କରିବା ସହ ଏହାର ଗୁଣବତ୍ତା ପରୀକ୍ଷା କରୁଛି । ଯଦି ଅଧିକ ୟୁଜର୍ସ ଏହାକୁ କମ୍ ବ୍ୟବହାର କରୁଥିବେ ତେବେ ଏହାକୁ ଆପଲ ବନ୍ଦ କରିଦେବାର ଯୋଜନା କରୁଛି ବୋଲି ରିପୋର୍ଟ ରହିଛି ।

ପୂର୍ବରୁ ମଧ୍ୟ ଆପଲ ନିଜ ପୁରୁଣା ଲାପଟପ୍ ପ୍ରଡକ୍ଟ ସହ ଏପରି ସର୍ଭେ କରି ଏହାକୁ ବନ୍ଦ କରିସାରିଛି । ତେଣୁ ଆଇଫୋନ୍ ୟୁଜର୍ସ ଏହି ସର୍ଭେକୁ ଆଇଫୋନ୍ 12ର ଚାର୍ଜର ବନ୍ଦ କରିବା ଦୃଷ୍ଟିରୁ ଦେଖୁଛନ୍ତି । ଚାର୍ଜର ସହ ଏଥିରେ ଆସୁଥିବା ଇୟରପୋଡ୍ସ ମଧ୍ୟ ଆପଲ ବନ୍ଦ କରିପାରେ । କାରଣ ଏହା ୱାୟାରଲେସ ଇୟରପୋଡ୍ସ ଆଣିବାର ଯୋଜନା କରୁଥିବା ଖବର ରହିଛି । ଆଇଫୋନ୍ 12 ଅପେକ୍ଷା ଲୋକେ ଅଧିକ ନୂଆ ମଡେଲ କିଣୁଥିବାରୁ ଏପରି ନିଷ୍ପତ୍ତି ଆପଲ ନେଇପାରେ ବୋଲି ଆଶଙ୍କା ପ୍ରକାଶ ପାଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.