ନୂଆଦିଲ୍ଲୀ: ସମଗ୍ର ଦେଶରେ କୋରୋନା ମହାମାରୀ ବ୍ୟାପିବାକୁ ରୋକିବା ନେଇ ମେ 3 ଯାଏଁ ଲକଡାଉନ ଲାଗୁ ହୋଇଛି । ଏହା ମଧ୍ୟରେ କେତେକ ରାଜ୍ୟକୁ କୋରୋନା ଫ୍ରି ଘୋଷଣା କରାଯାଇଛି । ବର୍ତ୍ତମାନ ଦେଶର 8ଟି ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳକୁ କୋରୋନା ଫ୍ରି ଘୋଷଣା କରାଯାଇଛି ।
ଏହି ଲିଷ୍ଟରେ ପ୍ରଥମ ଆସୁଛି ତ୍ରିପୁରା । ଏହାପରେ ଗୋଆ, ଅରୁଣାଚଳ ପ୍ରଦେଶ, ମଣିପୁର, ନାଗାଲାଣ୍ଡ, ସିକ୍କିମ୍, ଦାଦ୍ରା ନଗର ଓ ହାବେଲି, ଲକ୍ଷଦ୍ବୀପକୁ ବର୍ତ୍ତମାନ କୋରୋନା ଫ୍ରି ଘୋଷଣା କରାଯାଇଛି ।
ଲକଡାଉନ ଖୋଲିବାକୁ ଆଉ ମାତ୍ର କିଛି ଦିନ ଥିବାବେଳେ ଦେଶରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିବାର ନା ନେଉନି । ଦେଶରେ ବର୍ତ୍ତମାନ ସୁଦ୍ଧା ଆକ୍ରାନ୍ତଙ୍କ ସଂଖ୍ୟା 24 ହଜାର ପାର କରିଥିବା ବେଳେ 700ରୁ ଉର୍ଦ୍ଧ୍ବଙ୍କ କୋରୋନା କାରଣରୁ ମୃତ୍ୟୁ ଘଟିଛି । ଯାହାକୁ ନେଇ ପ୍ରଧାନମନ୍ତ୍ରୀ ଭିଡିଓ କନଫରେନ୍ସି ଜରିୟାରେ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀ ଏବଂ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ସହ ଘନ ଘନ ବୈଠକ କରୁଛନ୍ତି ।
ଏହି ମାରାତ୍ମକ ଭାଇରସକୁ ହରାଇବା ପାଇଁ ଦେଶ ପାରୁ ପର୍ଯ୍ୟନ୍ତ ଚେଷ୍ଟା ଜାରି ରଖିଛି । ଏଣୁ କେବଳ ସତର୍କତା ଏବଂ ସଚେତନତା ହିଁ ଏହି ମାରାତ୍ମକ ଭାଇରସରୁ ଆମକୁ ରକ୍ଷା କରିପାରିବ । ଯାହା ଦେଶର 8ଟି ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳ ପ୍ରମାଣ କରି ଦେଖାଇଛନ୍ତି ।