ETV Bharat / bharat

ପିଏମ କେୟାର୍ସ ଫଣ୍ଡକୁ ବିଦେଶୀ ସହାୟତା ନେଇ ପ୍ରକାଶ ପାଉଛି ଭୁଲ ତଥ୍ୟ: ସୂତ୍ର

ପିଏମ କେୟାର୍ସ ଫଣ୍ଡ ବିଦେଶୀ ସହାୟତା ଗ୍ରହଣ କରୁଥିବା ନେଇ ଭୁଲ ତଥ୍ୟ ପ୍ରକାଶ ପାଉଥିବା କୁହାଯାଇଛି । ଅଧିକ ପଢନ୍ତୁ...

There has been a lot of misinformation on the news of PMCARES fund accepting foreign donations: sources
ପିଏମ କେୟାର୍ସ ଫଣ୍ଡକୁ ବିଦେଶୀ ସହାୟତା ନେଇ ଭୁଲ ତଥ୍ୟ ପ୍ରକାଶ ପାଉଛି: ସୂତ୍ର
author img

By

Published : Apr 2, 2020, 2:11 PM IST

ନୂଆଦିଲ୍ଲୀ: ପିଏମ କେୟାର୍ସ ଫଣ୍ଡ ବିଦେଶୀ ସହାୟତା ଗ୍ରହଣ କରୁଥିବା ନେଇ ଭୁଲ ତଥ୍ୟ ପ୍ରକାଶ ପାଉଥିବା କୁହାଯାଇଛି । ପିଏମ କେୟାର୍ସ ଫଣ୍ଡ କେବଳ ବିଦେଶୀ ବ୍ୟକ୍ତି ବିଶେଷ ତଥା ଅନୁଷ୍ଠାନ ମାନଙ୍କ ଠାରୁ ଅନୁଦାନ ଗ୍ରହଣ କରିପାରିବ ବୋଲି ସରକାରୀ ସୂତ୍ରରୁ କୁହାଯାଇଛି ।

ପିଏମ କେୟାର୍ସ ଫଣ୍ଡର ନୀତି ପ୍ରଧାନମନ୍ତ୍ରୀଙ୍କ ଜାତୀୟ ରିଲିଫ ପାଣ୍ଠି (PMNRF) ସହିତ ସମାନ ଅଟେ | 2011 ମସିହାରୁ PMNRF ମଧ୍ୟ ଏକ ସାଧାରଣ ଟ୍ରଷ୍ଟ ଭାବରେ ବିଦେଶୀ ସହାୟତା ଗ୍ରହଣ କରିଥିବା ସରକାରୀ ସୂତ୍ରରୁ ପ୍ରକାଶ କରାଯାଇଛି । ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଏନଆରଆଇ, ପିଆଇଓ ଏବଂ ଆନ୍ତର୍ଜାତୀୟ ସଂସ୍ଥା ଗୁଡିକର ଅନୁଦାନ ସବୁବେଳେ ସ୍ବାଗତଯୋଗ୍ୟ ।

ତେବେ ପ୍ରଚଳିତ ନୀତି ଅନୁଯାୟୀ, ଘରୋଇ ସହାୟତା ମାଧ୍ୟମରେ ରିଲିଫ୍ ଏବଂ ଥଇଥାନ ପାଇଁ ଆବଶ୍ୟକତା ପୂରଣ କରିବାକୁ ସରକାର ପ୍ରତିଶ୍ରୁତିବଦ୍ଧ ବୋଲି ସୂତ୍ର ସୂଚନା ଦେଇଛନ୍ତି ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.