ETV Bharat / bharat

କଂଗ୍ରେସକୁ ସେନାର ଜବାବ: 2016 ସେପ୍ଟେମ୍ବର ପୂର୍ବରୁ ହୋଇନାହିଁ ସର୍ଜିକାଲ ଷ୍ଟ୍ରାଇକ - military operation

ଭାରତୀୟ ସେନା ପକ୍ଷରୁ ସ୍ପଷ୍ଟ 2016 ସେପ୍ଟେମ୍ବର 29 ତାରିଖ ପୂର୍ବରୁ କରାଯାଇଥିବା ସର୍ଜିକାଲ ଷ୍ଟ୍ରାଇକ ସମ୍ପର୍କରେ କୌଣସି ତଥ୍ୟ ନାହିଁ। ପ୍ରଥମ ଥର ସୀମା ପାର କରି ପିଓକରେ ସାମରିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ସେନା।

ପ୍ରତୀକାତ୍ମକ ଫଟୋ
author img

By

Published : May 8, 2019, 1:54 PM IST

Updated : May 8, 2019, 2:04 PM IST

ନୂଆଦିଲ୍ଲୀ: ପାକିସ୍ତାନ ସମର୍ଥିତ ଆତଙ୍କବାଦୀଙ୍କୁ ସେମାନଙ୍କ ଘରେ ପଶି ଜବାବ ଦେବା ପାଇଁ ପିଓକରେ ସର୍ଜିକାଲ ଷ୍ଟ୍ରାଇକ କରିଥିଲା ଭାରତୀୟ ସେନା । ଆତଙ୍କବାଦ ବିରୋଧରେ ସେନା ପକ୍ଷରୁ ଗ୍ରହଣ କରାଯାଇଥିବା ଏପରି ସାମରିକ କାର୍ଯ୍ୟାନୁଷ୍ଠାନକୁ ଦେଶ ସମେତ ବିଦେଶରୁ ମିଳିଥିଲା ସମର୍ଥନ । ମାତ୍ର ରାଜନୈତିକ ଚର୍ଚ୍ଚାରୁ ବାଦ ପଡିନଥିଲା ସର୍ଜିକାଲ ଷ୍ଟ୍ରାଇକ । ଯାହା ଚଳିତ ଲୋକସଭା ନିର୍ବାଚନରେ ଏକ ପ୍ରମୁଖ ମୁଦ୍ଦା ଭାବେ ଉଭା ହୋଇଛି।

ଏ ପ୍ରସଙ୍ଗରେ କେନ୍ଦ୍ରରେ କ୍ଷମତାସୀନ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସରକାରକୁ ଘେରିଥିଲେ ବିରୋଧି । ଏପରିକି ଏହାର ପ୍ରମାଣ ଦେବା ପାଇଁ ମଧ୍ୟ କୁହାଯାଇଥିଲା । ଯାହାକୁ ନେଇ ମୁହାଁମୁହିଁ ହୋଇଥିଲେ ଶାସକ ବିଜେପି ଏବଂ ବିରୋଧି କଂଗ୍ରେସ । ସେନାକୁ ନେଇ ମୋଦି ସରକାର ରାଜନୀତି କରୁଛନ୍ତି ବୋଲି ବିରୋଧିଙ୍କୁ ପଟୁ ଅଭିଯୋଗ ଉଠିଥିଲା। ଏତିକିରେ ବନ୍ଦ ହୋଇନଥିଲା ପିଓକେ ସର୍ଜିକାଲ ଷ୍ଟ୍ରାଇକୁ ନେଇ ଚାଲିଥିବା ରାଜନୀତି । କେନ୍ଦ୍ରରେ ୟୁପିଏ ସରକାର କ୍ଷମତାସୀନ ଥିବା ବେଳେ ପାକିସ୍ତାନ ମାଟିରେ ଅନେକ ଥର ସର୍ଜିକାଲ ଷ୍ଟ୍ରାଇକ କରାଯାଇଥିବା ନେଇ କଂଗ୍ରେସ ପକ୍ଷରୁ ଦାବି କରାଯାଇଥିଲା । ମାତ୍ର ଏହାକୁ ଖଣ୍ଡନ କରିଛି ଭାରତୀୟ ସେନା ।

ସର୍ଜିକାଲ ଷ୍ଟ୍ରାଇକ ସମ୍ପର୍କରେ ସେନା ଠାରୁ ଆରଟିଆଇ ମାଧ୍ୟମରେ ମଗାଯାଇଥିବା ଜବାବରେ ଏକ ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି । ଏହାର ପ୍ରତିକ୍ରିୟାରେ ରଖି ସେନା ପକ୍ଷରୁ ସ୍ପଷ୍ଟ କରାଯାଇଛି ଯେ କଂଗ୍ରେସ ନେତୃତ୍ବାଧିନ ଯୁପିଏ ସରକାର କ୍ଷମତାସୀନ ଥିବା ବେଳେ ପାକିସ୍ତାନ ମାଟିରେ କୌଣସି ସର୍ଜିକାଲ ଷ୍ଟ୍ରାଇକ କରାଯାଇନାହିଁ । ଏ ପ୍ରସଙ୍ଗରେ ଜାମ୍ମୁର ଜଣେ ଆଇଟିଆଇ କର୍ମକର୍ତ୍ତା ରୋହିତ ଚୌଧୁରୀଙ୍କ ପକ୍ଷରୁ ଦାଖଲ କରାଯାଇଥିବା ଆବେଦନର ଆବେଦନର ଜବାବ ରଖିଛନ୍ତି ସେନା ଅଭିଯାନର ମହାନିର୍ଦ୍ଦେଶକ(ଡିଜିଏମଓ) ।

2004-14 ମଧ୍ୟରେ ଯୁପିଏ ସରକାର କ୍ଷମତାସୀ ଥିବା ବେଳେ କେତେଥର ସର୍ଜିକାଲ୍ ଷ୍ଟ୍ରାଇକ ହୋଇଛି ଏବଂ ଏହା ମଧ୍ୟରୁ କେଉଁଟି ସଫଳ ହୋଇଛି । ଏହାକୁ ଛାଡି 2014 ପରେ ପାକିସ୍ତାନରେ କେତେଥର ସର୍ଜିକାଲ ଷ୍ଟ୍ରାଇକ କରିଛି ସେନେଇ ତଥ୍ୟ ଲୋଡା ଯାଇଥିଲା । ଏହାର ଉତ୍ତର ରଖି ସେନା ପକ୍ଷରୁ କୁହାଯାଇଛି 2016 ସେପ୍ଟେମ୍ବର 29 ତାରିଖ ପୂର୍ବରୁ କରାଯାଇଥିବା ସର୍ଜିକାଲ ଷ୍ଟ୍ରାଇକ ସମ୍ପର୍କରେ କୌଣସି ତଥ୍ୟ ନାହିଁ।

ଏ ସମ୍ପର୍କରେ ମତାମତ ରଖି ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ କହିଥିଲେ ଯେ କେନ୍ଦ୍ରରେ କଂଗ୍ରେସ ସରକାର କ୍ଷମତାସୀ ଥିବା ସମୟରେ ସେନାକୁ କୌଣସି ପ୍ରକାରର ସାମରିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସ୍ବାଧିନତା ଦିଆଯାଇଥିଲା । ଏହି ସମୟରେ ସେନା ଅନେକ ଥର ସର୍ଜିକାଲ ଷ୍ଟ୍ରାଇକ କରିଥିଲା। ରାଷ୍ଟ୍ର ବିରୋଧି ଶକ୍ତିକୁ ଜବାବ ଦେବା ପାଇଁ ଏହା ଉପଯୁକ୍ତ ମାଧ୍ୟମ ଥିଲା ବୋଲି ସେ କହିଥିଲେ ।

ଏହାର ଜବାବରେ ବିଜେପି କହିଥିଲା ଯେ ମିଛ କହିବାରେ କଂଗ୍ରେସ ଅଭ୍ୟସ୍ତ ହୋଇଗଲାଣି। ଦଳର ବରିଷ୍ଠ ନେତା ତଥା କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭେଦକର ଏନେଇ ଟ୍ବିଟ କରି କହିଥିଲେ ଯେ ସର୍ଜିକାଲ ଷ୍ଟ୍ରାଇକୁ ନେଇ କଂଗ୍ରେସ ପ୍ରମାଣ ମାଗୁଛି। ପାକିସ୍ତାନରେ ସେମାନେ 6 ଥର ସର୍ଜିକାଲ ଷ୍ଟାଇକ କରିଥିବା ନେଇ କହୁଛନ୍ତି । ମାତ୍ର ଏବେ ସେମାନଙ୍କର ମିଛ ଧରା ପଡିଯାଇଛି ।

ଗତବର୍ଷ ଏପ୍ରିଲରେ ଭାରତୀୟ ସେନାର ମୁଖ୍ୟ ଜନସମ୍ପର୍କ ଅଧିକାରୀ ଲେଫ୍ଟନାଣ୍ଟ କର୍ଣ୍ଣେଲ ଏଡିଏମ ଜସରୋତିଆ ଏକ ଆରଟିଆଇ ଆବେଦନର ଜବାବ ଦେଇ କହିଥିଲେ ଯେ 2016 ସେପ୍ଟମ୍ବର ପୂର୍ବରୁ ଭାରତୀୟ ସେନା ନିୟନ୍ତ୍ରଣ ସୀମା ରେଖା ପାର କରି କେବେ କୌଣସି ସାମରିକ କାର୍ଯାନୁଷ୍ଠାନ ଗ୍ରହଣ କରିନାହିଁ । 2016 ସେପ୍ଟମ୍ବର 18 ତାରିଖରେ କାଶ୍ମୀରର ଉରି ସ୍ଥିତ ସୈନ୍ୟ ଶିବିରରେ ଆକ୍ରମଣ କରିଥିଲେ ଆତଙ୍କବାଦୀ। ଏହାର ଜବାବୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଯାଇ ସେପ୍ଟମ୍ବର 29ରେ ପିଓକେର ସର୍ଜିକାଲ ଷ୍ଟ୍ରାଇକ କରିଥିଲା ସେନା ।

sample description
Last Updated : May 8, 2019, 2:04 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.