ETV Bharat / bharat

ଶାହିନବାଗ ମହିଳାଙ୍କୁ ନାହିଁ କୋରୋନା ଭୟ - ଶାହିନବାଗରେ ଜାରି ରହିଛି ଆନ୍ଦୋଳନ

ଦୀର୍ଘ 91 ଦିନ ଧରି ଦିଲ୍ଲୀ ସ୍ଥିତ ଶାହିନବାଗରେ ଜାରି ରହିଛି ଆନ୍ଦୋଳନ। କୋରୋନା ଭାଇରସକୁ ନାହିଁ ଆନ୍ଦୋଳନରତ ମହିଳାଙ୍କ ଭୟ । ଅଧିକ ପଢନ୍ତୁ...

Corona
ଶାହିନବାଗ ମହିଳାଙ୍କୁ ନାହିଁ କୋରୋନା ଭୟ
author img

By

Published : Mar 15, 2020, 5:05 AM IST

ନୂଆଦିଲ୍ଲୀ: ସମଗ୍ର ବିଶ୍ବରେ ଆତଙ୍କ ଖେଳାଇଛି କୋରୋନା । ଏଥିପାଇଁ ଅନେକ ଛୋଟବଡ କାର୍ଯ୍ୟକ୍ରମ ରଦ୍ଦ କରାଯାଉଛି । ହେଲେ ନାଗରିକତା ସଂସୋଧନ ଆଇନ(ସିଏଏ) ବିରୋଧରେ ଶାହିନବାଗରେ ଏବେ ମଧ୍ୟ ଜାରି ରହିଛି ଆନ୍ଦୋଳନ। ଗତ 91 ଦିନ ଧରି ଦିନ ରାତି 24 ଘଣ୍ଟା ଧାରଣାରେ ବସିଥିବା ମହିଳାଙ୍କୁ ନାହିଁ କୋରୋନା ଭୟ। ଯାହାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

ତେବେ ଆନ୍ଦୋଳନରେ ବସିଥିବା ଜଣେ ମହିଳା କହିଛନ୍ତି ଯେ, ଆମେ ମାସ୍କ ବ୍ୟବହାର କରୁଛୁ । ଆଉ ଦିନକୁ 5 ଥର ନମାଜ ପଢୁଛୁ । ଯେଉଁଥିରେ ଆମେ ହାତ ମୁହଁ ଧୋଇ ପରିଷ୍କାର ହେଉଛୁ। ସେଥିପାଇଁ ଆମକୁ କୋରୋନାର ଭୟ ନାହିଁ । ଏହାସହିତ ଆମେ ପିଲାମାନଙ୍କୁ ମାସ୍କ ପିନ୍ଧାଇବା ସହ ସାନିଟାଇଜରରେ ହାତ ସଫାକରାଉଛୁ। ତେଣୁ ଯେକୌଣସି ପରିସ୍ଥିତି ଆସୁ ଆମେ ଏହି ସ୍ଥାନରୁ ଉଠିବୁ ନାହିଁ ।

ସେ ଆହୁରୀ କହିଛନ୍ତି ଯେ, 'ସରକାର ଆମ ମନରେ କୋରୋନା ଭାଇରସର ଡର ଭର୍ତ୍ତି କରିବାକୁ ଚାହୁଁଛନ୍ତି' । 'ଯାହାଦ୍ବାରା ଆମେ ବିରୋଧପ୍ରଦର୍ଶରୁ ଉଠିଯାଉ। ହେଲେ ଆମେ କହିଦେବାକୁ ଚାହୁଁଚୁଯେ, ଶାହିନବାଗରେ ଆନ୍ଦୋଳନରତ ମହିଳା ପ୍ରତ୍ୟେକ ଘଣ୍ଟା ହାତ ସଫା କରିବାସହ ମାସ୍କ ବ୍ୟବାହର କରୁଛନ୍ତି ଓ ସାନିଟାଇଜର ମଧ୍ୟ ବ୍ୟବହାର କରୁଛନ୍ତି '। 'ତେଣୁ ପ୍ରଧନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଗୃହମନ୍ତ୍ରୀ ଅମିତ ଶାହ ଆମ ମାନଙ୍କ ଚିନ୍ତା କରିବା ଛାଡିଦିଅନ୍ତୁ' ।

@IANS

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.