ଭୋପାଳ: ମଧ୍ୟପ୍ରଦେଶର ହୋସାଙ୍ଗାବାଦ ଜିଲ୍ଲାରେ ଅଛି ଏମିତି ଏକ ମନ୍ଦିର ଯାହା ମିନି ବା ଛୋଟ ଅମରନାଥ ଭାବେ ପରିଚିତ । ଏଠାରେ ବର୍ଷକୁ ଥରେ ମେଳା ସତପୁଡାର ଜଙ୍ଗଲ ମଧ୍ୟରେ ଥିବା ଏକ ନାଗମନ୍ଦିରରେ ଏକ ମେଳା ଅନୁଷ୍ଠିତ ଥାଏ । ଚଳିତବର୍ଷ ମଧ୍ୟ ଏହି ମେଳା ଆରମ୍ଭ ହୋଇଯାଇଛି। ଏଠାକୁ ଯିବା ରାସ୍ତା ବର୍ଷକୁ ଥରେ ମାତ୍ରା ଖୋଲିଥାଏ । ଏହି ମେଳା ଦେଖିବା ପାଇଁ ବହୁ ଦୂରଦୂରନ୍ତାରୁ ଅନେକ ଲୋକଙ୍କ ସମାଗମ ହୋଇଥାଏ ।
ଆସନ୍ତା 5 ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ମେଳା ପଇଁ ପ୍ରଶାସନ ପକ୍ଷରୁ ଅନେକ ବ୍ୟବସ୍ଥା କରାଯାଇଛି । ଏହି ମନ୍ଦିର ପର୍ଯ୍ୟନ୍ତ ଯିବା ପାଇଁ 14 କିଲୋମିଟରର ଜଙ୍ଗଲ ରାସ୍ତା ଚାଲିଚାଲି ହିଁ ପାର କରିବାକୁ ପଡିଥାଏ । ଯେଉଁଥି ପାଇଁ 2 ରୁ 3 ଦିନ ଲାଗିଯାଇଥାଏ । ତେଣୁ ସୁରକ୍ଷାକୁ ଦୃଷ୍ଟିରେ ରଖି 600ରୁ ଅଧିକ ଯବାନଙ୍କୁ ଏଠାରେ ମୁତୟନ କରାଯାଇଛି। ମେଳା ଦେଖିବା ପାଇଁ ମହାରାଷ୍ଟ୍ରର ନାଗପୁରରୁ ବହୁ ଶ୍ରଦ୍ଧାଳୁଙ୍କ ଆଗମନ ହୋଇଥାଏ ।