ETV Bharat / bharat

ସୁସ୍ଥ ହେବାର 90 ଦିନ ଯାଏଁ ରୋଗୀଙ୍କ ଠାରେ ଥାଏ କୋରୋନା ଭୁତାଣୁ - corona virus

ପ୍ରତିଦିନ କୋଭିଡ଼ ମୃତ୍ୟୁ ସଂଖ୍ୟାକୁ ଦେଖି ଲୋକେ ଆତଙ୍କୀତ ଅବସ୍ଥାରେ ରହିଛନ୍ତି । ଆଉ ଏସବୁ ମଧ୍ୟରେ ମହାମାରୀ କୋରୋନା ଭାଇରସ ସହ ଜଡିତ ଥିବା ଆଉ ଏକ ଚକିତ କଲାଭଳି ତଥ୍ୟ ସାମ୍ନାକୁ ଆସିଛି ।

coronavirus
90ଦିନ ପର୍ଯ୍ୟନ୍ତ ରୋଗୀଙ୍କ ଠାରେ ରହିଥାଏ କୋରୋନା ଭୁତାଣୁ
author img

By

Published : Oct 4, 2020, 5:18 PM IST

ନୂଆଦିଲ୍ଲୀ: ସାରା ବିଶ୍ବରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧିରେ ବ୍ରେକ ଲାଗିବା ପରିବର୍ତ୍ତେ ବଢିବାରେ ଲାଗିଛି । ପ୍ରତିଦିନ କୋଭିଡ଼ ମୃତ୍ୟୁ ସଂଖ୍ୟାକୁ ଦେଖି ଲୋକେ ଆତଙ୍କିତ ଅବସ୍ଥାରେ ରହିଛନ୍ତି । ଆଉ ଏସବୁ ମଧ୍ୟରେ ମହାମାରୀ କୋରୋନା ଭାଇରସ ସହ ଜଡିତ ଆଉ ଏକ ଚକିତ କଲାଭଳି ତଥ୍ୟ ସାମ୍ନାକୁ ଆସିଛି ।

ଆମେରିକାରେ କୋରୋନା ଭାଇରସକୁ ନେଇ ଗବେଷଣା କରୁଥିବା ଏକ ବୈଜ୍ଞାନିକଙ୍କ ଟିମ ତଥ୍ୟ ଦେଇଛନ୍ତି ଯେ, କୋରୋନା ଭାଇରସ SARS CoV-2 ଦ୍ବାରା ଗମ୍ଭୀର ଭାବେ ଆକ୍ରାନ୍ତ ହୋଇ ସୁସ୍ଥ ରୋଗୀଙ୍କ ଶରୀରରେ ପ୍ରାୟ 90 ଦିନ ଯାଏଁ ଏହି ଭୂତାଣୁ ରହିଥାଏ । ଆଉ ଏମିତି ସ୍ଥିତିରେ କୋରୋନାରୁ ମୁକ୍ତ ହୋଇଥିବା ରୋଗୀ ଘରୁ ବେଶୀ ସମୟ ବାହାରକୁ ନବାହାରିବା ସହ ଲୋକଙ୍କ ସହ କମ ମିଳାମିଶା କରିବାକୁ ପରାମର୍ଶ ଦିଆଯାଇଛି ।

କୋରୋନାକୁ ନେଇ ଗବେଷଣା କରୁଥିବା ଏହି ବୈଜ୍ଞାନିକମାନେ ଆହୁରି ମଧ୍ୟ କହିଛନ୍ତି ଯେ, କୋରୋନାରୁ ସୁସ୍ଥ ହୋଇଥିବା ଲୋକଙ୍କ ଠାରେ 90 ଦିନ ପର୍ଯନ୍ତ ଭୁତାଣୁ ରହିବା କାରଣରୁ ସେମାନେ ଅନ୍ୟ କାହାକୁ ମଧ୍ୟ ସଂକ୍ରମିତ କରିପାରନ୍ତି ।

ସୂଚନାଯୋଗ୍ୟ ଯେ, ବର୍ତମାନ ଦେଶରେ କୋରୋନା ସଂକ୍ରମିତଙ୍କ ସଂଖ୍ୟା 65 ଲକ୍ଷ ପାର କରି ସାରିଥିବାବେଳେ 1ଲକ୍ଷରୁ ବି ଅଧିକ ଲୋକଙ୍କ ମୃତ୍ୟୁ ହୋଇସାରିଲାଣି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.