ଶ୍ରୀନଗର: ସୁରକ୍ଷାକର୍ମୀଙ୍କ ସୁରକ୍ଷା ପାଇଁ ସରକାରଙ୍କ ବଡ ନିଷ୍ପତି । ଜମ୍ମୁ-କାଶ୍ମୀର ଏବଂ ପୂର୍ବତ୍ତୋର ରାଜ୍ୟଗୁଡିକରେ ସମସ୍ତ କେନ୍ଦ୍ର ଅର୍ଦ୍ଧ ସୈନ୍ୟବଳ 1 ବର୍ଷ ପର୍ଯ୍ୟନ୍ତ ଆକାଶ ମାର୍ଗରେ ହିଁ ଯାତ୍ରା କରିବେ । ଏହି ରାଜ୍ୟ ଗୁଡିକରେ ସୁରକ୍ଷାକର୍ମୀଙ୍କ ଉପରେ ହେଉଥିବା ଲଗାତାର ଆକ୍ରମଣକୁ ଦୃଷ୍ଟିରେ ରଖି କେନ୍ଦ୍ର ଗୃହ ମନ୍ତ୍ରାଳୟ ଏଭଳି ନିଷ୍ପତି ନେଇଛି ।
ସୁରକ୍ଷାକର୍ମୀଙ୍କ ଉପରେ ପୁଲୱାମା ଭଳି ଆକ୍ରମଣ ହେବାର ଆଶଙ୍କା ପ୍ରକାଶ କରିଛି ଗୁଇନ୍ଦା ବିଭାଗ । ତେଣୁ କେନ୍ଦ୍ର ଅର୍ଦ୍ଧ ସୈନ୍ୟବଳ ଏବଂ ଏନଡିଆରଏଫର କର୍ମଚାରୀଙ୍କୁ ଆକାଶ ମାର୍ଗରେ ଯାତ୍ରା କରିବାର ବ୍ୟବସ୍ଥା କରାଯାଇଥିବା ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି ।
ସୂଚନା ଯୋଗ୍ୟ ଯେ, ପୁଲୱାମା ଆକ୍ରମଣରେ ସିଆରପିଏଫର 40 ଜଣ ଯବାନ ଶହୀଦ ହୋଇଥିଲେ ।