ETV Bharat / bharat

‘2021ର ପ୍ରଥମାର୍ଦ୍ଧରେ ଲଞ୍ଚ ହେବ ଚନ୍ଦ୍ରଯାନ-3’

author img

By

Published : Mar 4, 2020, 8:09 PM IST

2021ର ପ୍ରଥମାର୍ଦ୍ଧରେ ବହୁ ପ୍ରତିକ୍ଷିତ ଚନ୍ଦ୍ରଯାନ-3 ଲଞ୍ଚ କରାଯିବ ବୋଲି କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର ସିଂ କହିଛନ୍ତି । ଅଧିକ ପଢନ୍ତୁ...

2021ର ପ୍ରଥମାର୍ଦ୍ଧରେ ଚନ୍ଦ୍ରଯାନ-3ର ହେବ ଲଞ୍ଚ୍‌: ଜିତେନ୍ଦ୍ର ସିଂହ

ନୂଆଦିଲ୍ଲୀ: ବିକ୍ରମ ଲ୍ୟାଣ୍ଡର ସହ ସମ୍ପର୍କ ଛିନ୍ନ ଯୋଗୁଁ ଚନ୍ଦ୍ରଯାନ-2 ମିଶନ ଫେଲ ହେବା ପରେ ଏବେ ଚନ୍ଦ୍ରଯାନ-3କୁ ଉତକ୍ଷେପଣ କରିବାକୁ ପାଦ ବଢାଇଛି ଭାରତୀୟ ମହାକାଶ ଗବେଷଣା ସଂସ୍ଥାନ (ଇସ୍ରୋ) । ଚନ୍ଦ୍ରଯାନ-3ର ଲଞ୍ଚକୁ ନେଇ ବେଶ ଉତ୍ସାହିତ ଅଛନ୍ତି ଦେଶବାସୀ । ଏପରି ସ୍ଥିତିରେ 2021ର ପ୍ରଥମାର୍ଦ୍ଧରେ ବହୁ ପ୍ରତିକ୍ଷିତ ଚନ୍ଦ୍ରାୟଣ-3 ପ୍ରେରଣ କରାଯିବ ବୋଲି କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର ସିଂ କହିଛନ୍ତି ।

ଲୋକସଭାରେ ଏକ ପ୍ରଶ୍ନର ଲିଖିତ ଉତ୍ତରରେ କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ସିଂ କହିଛନ୍ତି ଯେ ଚନ୍ଦ୍ରଯାନ-2ର ଉତକ୍ଷେପଣ 2021ର ପ୍ରଥମାର୍ଦ୍ଧରେ ହେବ । ଚନ୍ଦ୍ରଯାନ-3ରେ ସଂଶୋଧିତ ସଂରଚନାର ମଜବୁତ ଡିଜାଇନ, ମିଶନର ଦକ୍ଷତା ବୃଦ୍ଧି ଉପରେ ଧ୍ୟାନ ଦିଆଯିବା ସହ ଏବଂ ଚନ୍ଦ୍ରୟାନ-୨ର ଐତିହ୍ୟକୁ ଏହା ଯଥା ସମ୍ଭବ ବଜାୟ ରଖିବ ବୋଲି ସିଂ କହିଛନ୍ତି ।

ଗତ ବର୍ଷ ଚନ୍ଦ୍ରଯାନ-୨ ମିଶନ ସମୟରେ ଲ୍ୟାଣ୍ଡର ବିକ୍ରମ ଚନ୍ଦ୍ରପୃଷ୍ଠରେ ହାର୍ଡ ଲ୍ୟାଣ୍ଡିଂ କରିଥିଲା । ଏହା ପରେ ଭାରତୀୟ ମହାକାଶ ଗବେଷଣା ସଂସ୍ଥା ପୁନର୍ବାର ଏହି ପ୍ରକଳ୍ପ ଆରମ୍ଭ କରିବାକୁ ନିଷ୍ପତ୍ତି ନେଇଥିଲା । ଏହି ବର୍ଷ ଶେଷ ସୁଦ୍ଧା ଏହି ପ୍ରକଳ୍ପ ଆରମ୍ଭ ହେବାର ସମ୍ଭାବନା ରହିଛି ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.