ETV Bharat / bharat

ତାଜନଗରୀରେ କାଳବୈଶାଖୀ, ଭାଙ୍ଗିଲା ତାଜମହଲର ରେଲିଂ - sever strom

ଶୁକ୍ରବାର ତାଜନଗରୀରେ ତାଣ୍ଡବ ରଚିଛି କାଳବୈଶାଖୀ । 120 କିମି ବେଗରେ ପବନ ବହିବା କାରଣରୁ ଭାଙ୍ଗିଛି ଅନେକ ଗଛ ଓ ବିଦ୍ୟୁତ ଖୁଣ୍ଟ । ଅଧିକ ପଢନ୍ତୁ...

ତାଜନଗରୀରେ ଝଡତୋଫାନ, ଭାଙ୍ଗିଲା ତାଜମହଲର ସଙ୍ଗମରମର ରେଲିଂ

author img

By

Published : May 30, 2020, 1:32 PM IST

ଲକ୍ଷ୍ନୌ: ତାଜନଗରୀରେ ଶୁକ୍ରବାର ରାତିରେ ବର୍ଷା ସାଙ୍ଗକୁ 120 କିମିରୁ ଅଧିକ ବେଗରେ ପବନ ବୋହିବା କାରଣରୁ ତାଜମହଲରେ କିଛି ପରିମାଣର କ୍ଷତି ଘଟିଛି । ଭୟଙ୍କର ଝଡ ତୋଫାନ କାରଣରୁ ଗୁବନ୍ଦର ମଡପୈକ ଯମୁନା ନଦୀ କୂଳରେ ଯାଇପଡିଛି । ଯାହା ଦ୍ବାରା ମୁଖ୍ୟ ସମାଧିର ସଙ୍ଗମରମର ରେଲିଂ ଏବଂ ଚମେଲି ଫ୍ଲୋରର ଲାଲ ଷ୍ଟାଣ୍ଡ ଷ୍ଟୋନର ରେଲିଂ ଭାଙ୍ଗିଯାଇଛି । ପଶ୍ଚିମ ଦ୍ୱାରର ବିଶାଳ ଫାଟକ ଉପର ଖୋଳାର ପଥର ଭାଙ୍ଗିଯାଇ ଝୁଲନ୍ତା ଅବସ୍ଥାରେ ରହିଛି । ସିଏସଏଫ ଯବାନ ମାନେ ଏହାର ମରାମତି କରିଥିଲେ । ପଶ୍ଚିମ ଫାଟକ ବାହାରେ ସତୀ ଉନିସାଙ୍କ ସମାଧି ବାହାରେ ପର୍ଯ୍ୟଟକଙ୍କ ସୁରକ୍ଷା ଯାଞ୍ଚ ପାଇଁ ସ୍ଥାପିତ ଡିଏଫଏମଡି ଖଣ୍ଡବିଖଣ୍ଡିତ ହୋଇଯାଇଛି । ଶେଡର ଛାତ ଖସିଯାଇଛି । ଶନିବାର ସକାଳେ, ତାଜମହଲ ଏବଂ ଅନ୍ୟାନ୍ୟ ଐତିହାସିକ ଅଟ୍ଟାଳିକାରେ ହୋଇଥିବା କ୍ଷୟକ୍ଷତିର ଆକଳନ କରିବାକୁ ASI ଅଧିକାରୀ ଏବଂ କର୍ମଚାରୀ ପହଞ୍ଚିଛନ୍ତି ।

ତାଜନଗରୀରେ ଝଡତୋଫାନ
ତାଜନଗରୀରେ ଝଡତୋଫାନ

ତାଜମହଲରେ ଯମୁନା କୂଳ ଆଡକୁ ଥିବା ମୁଖ୍ୟ ସମାଧିରେ ବନ୍ଧାଯାଇଥିବା ଲୁହା ପାଇପ ଗୁଡ଼ିକ ଖସିପଡିଛି । ପର୍ଯ୍ୟଟକମାନଙ୍କୁ ଯମୁନା ନଦୀ ଆଡ଼କୁ ଯିବାକୁ ରୋକିବା ପାଇଁ ଏଏସଆଇ ଦ୍ୱାରା ବୁଡନ ରେଲିଂ ଲଗାଯାଇଥିଲା ହେଲେ ଏହା ପଡିଯବା ପରେ ଭାଙ୍ଗିଯାଇଛି ।

ଭାଙ୍ଗିଲା ତାଜମହଲର ସଙ୍ଗମରମର ରେଲିଂ
ଭାଙ୍ଗିଲା ତାଜମହଲର ସଙ୍ଗମରମର ରେଲିଂ

ଏଏସଆଇର ରସାୟନ ସାଖା ମାର୍ଚ୍ଚ 2020ରେ ମୁଖ୍ୟ ଗୁବନ୍ଦରେ ରେଲିଂ ବାନ୍ଧିଥିଲେ । ମାର୍ଚ୍ଚ 17 ତାରିଖ ପରଠାରୁ ଦେଶରେ କୋରୋନା ସଂକ୍ରମଣ ବୃଦ୍ଧି ଦେଖି ଏଏସଆଇ ପକ୍ଷରୁ ସମସ୍ତ ଐତିହାସିକ ସ୍ଥଳ ଗୁଡିକୁ ବନ୍ଦ କରିଦିଆଯାଇଥିଲା । 19 ମାର୍ଚ୍ଚରେ ତାଜମହଲର ମୁଖ୍ୟ ସମାଧିରେ ରେଲିଂ ବାନ୍ଧିବା ଆରମ୍ଭ ହୋଇଥିଲା । ହେଲେ ପ୍ରଥମେ ଜନତା କର୍ଫ୍ୟୁ ଓ ପରେ ଆଗ୍ରାରେ ଲକଡାଉନ କାରଣରୁ ଏହି କାମ ଅଧାରେ ଅଟକି ଥିଲା । ଏଏସଆଇର ଅଧୀକ୍ଷକ ପ୍ରତ୍ନତତ୍ତ୍ୱବିତ ବସନ୍ତ କୁମାର ସ୍ବର୍ଣ୍ଣକାର କହିଛନ୍ତି ଯେ, ପ୍ରବଳ ଝଡ଼ ଯୋଗୁଁ ତାଜମହଲରେ ଯମୁନା କୂଳ ଆଡକୁ ଏକ ରେଲିଂ ଖସିପଡିଛି । ଏହାର କ୍ଷୟକ୍ଷତିର ଆକଳନ କରାଯିବ । ଫତେହପୁର ସିକ୍ରି, ଏଟମାଦ୍ଦୁଲା, ଆଗ୍ରା ଦୁର୍ଗ ଆଦିରେ ମଧ୍ୟ କ୍ଷୟକ୍ଷତି ହୋଇଥିବା ଜଣାଯାଇଛି।

ଭାଙ୍ଗିଲା ତାଜମହଲର ସଙ୍ଗମରମର ରେଲିଂ
ଭାଙ୍ଗିଲା ତାଜମହଲର ସଙ୍ଗମରମର ରେଲିଂ

ଆଗ୍ରାଠାରେ ପ୍ରାୟ 50 ମିନିଟ ପର୍ଯ୍ୟନ୍ତ ପ୍ରବଳ ବଜ୍ରପାତ, କୁଆପଥର ଏବଂ ବର୍ଷା ହୋଇଥିଲା। ଘଣ୍ଟା ପ୍ରତି 120 କିଲୋମିଟର ବେଗରେ ପବନ ବୋହିବା କାରଣରୁ ସମସ୍ତ ଗଛ ଉପୁଡ଼ି ଯାଇଥିଲା। ବିଦ୍ୟୁତ ଖଣ୍ଟ ଏବଂ ସାଇନେଜ ଭୁଶୁଡି ପଡିଲା । ଏଥିରେ ଏକ ଶିଶୁ କନ୍ୟା ସମେତ 3 ଜଣଙ୍କର ମୃତ୍ୟୁ ହୋଇଛି।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.