ବେଙ୍ଗାଲୁରୁ: ଧର୍ମକୁ ନେଇ ବଡ ବୟାନ ଦେଇଛନ୍ତି କର୍ଣ୍ଣାଟକର ଯୁବ ନେତା ତଥା ବିଜେପି ସାଂସଦ ତେଜସ୍ବୀ ସୂର୍ଯ୍ୟା । ହିନ୍ଦୁ ଧର୍ମର ରକ୍ଷା ପାଇଁ ଦେଶକୁ ସର୍ବଦା ହିନ୍ଦୁ ଶାସନ କରିବା ଉଚିତ ବୋଲି ସୂର୍ଯ୍ୟା ଟ୍ବିଟ କରି କହିଛନ୍ତି ।
ସେ କହିଛନ୍ତି ଆଗରୁ ବହୁମତ ନଥିବାରୁ ହିନ୍ଦୁମାନେ ମନ୍ଦିର ନିର୍ମାଣ କ୍ଷେତ୍ରରେ ହାରି ଯାଇଥିଲେ । ହେଲେ 2014ରେ ନରେନ୍ଦ୍ର ମୋଦି କ୍ଷମତାକୁ ଆସିବା ପରେ ମନ୍ଦିର ନିର୍ମାଣ ହେବାକୁ ଯାଉଛି । ତେବେ ଜଣେ ହିନ୍ଦୁ କଣ ପାଇଁ ଦେଶକୁ ଶାସନ କରିବାର ଆବଶ୍ୟକ ଏହି ବିଷୟରୁ ସ୍ପଷ୍ଟ ହେଉଛି ବୋଲି ସେ କହିଛନ୍ତି । ସୂର୍ଯ୍ୟାଙ୍କ ଏହି ଟ୍ବିଟ ଏବେ ବିବାଦ ଘେରକୁ ଆସିଛି । ବିରୋଧି ଏହାର ସମାଲେଚନା କରିଛନ୍ତି ।