ETV Bharat / bharat

'ସ୍ବର୍ଣ୍ଣ ମନ୍ଦିରର ଲଙ୍ଗର ଉପରେ ରୋକ ନେଇ ରାଜ୍ୟ ସରକାର ଦାୟୀ ନୁହେଁ '

ଜୁନ 8 ତାରିଖ ସୋମବାର ଦେଶର କିଛି କିଛି ସ୍ଥାନରେ ଧାର୍ମିକ ଅନୁଷ୍ଠାନ ଖୋଲାଯାଇଛି । ଏହି ସମୟରେ ପ୍ରସାଦ ବଣ୍ଟନ ନେଇ ରୋକ ଲଗାଯାଇଥିବା ସତ୍ବେ ପଞ୍ଜାବର ସ୍ବର୍ଣ୍ଣ ମନ୍ଦିରରେ ପ୍ରସାଦ ବଣ୍ଟନ କରାଯାଇଥିଲା । ଅଧିକ ପଢନ୍ତୁ...

author img

By

Published : Jun 9, 2020, 11:23 AM IST

'ସ୍ବର୍ଣ୍ଣ ମନ୍ଦିରରେ ଲଙ୍ଗର ଉପରେ ରୋକ ନେଇ ରାଜ୍ୟ ସରକାର ଦାୟୀ ନୁହେଁ '

ଚଣ୍ଡିଗଡ: ସୋମବାର ଭକ୍ତଙ୍କ ପାଇଁ ସ୍ବର୍ଣ୍ଣ ମନ୍ଦିର ଖୋଲାଯାଇଛି । ଏହି ସମୟରେ ପଞ୍ଜାବ ସରକାରଙ୍କ ଲକଡାଉନ ଗାଇଡଲାଇନକୁ ଉଲ୍ଲଂଘନ କରି ତୀର୍ଥଯାତ୍ରୀଙ୍କ ମଧ୍ୟରେ ଲଙ୍ଗର ପ୍ରସ୍ତୁତ କରି ଶ୍ରଦ୍ଧାଳୁଙ୍କ ମଧ୍ୟରେ ବଣ୍ଟନ କରାଯାଇଥିଲା। ଘଟଣାରେ ପଞ୍ଜାବର ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂ କହିଛନ୍ତି ଯେ, ତାଙ୍କ ସରକାର କୌଣସି ଧର୍ମର ବିଶ୍ୱାସ ଏବଂ ରୀତିନୀତିରେ ହସ୍ତକ୍ଷେପ କରିବାରେ ବିଶ୍ୱାସ କରନ୍ତି ନାହିଁ।

ମୁଖ୍ୟମନ୍ତ୍ରୀ ଏକ ବିବୃତ୍ତିରେ କହିଛନ୍ତି, ଏହି ନିଷ୍ପତ୍ତି କେନ୍ଦ୍ର ସରକାର ଗ୍ରହଣ କରିଛନ୍ତି, ଯାହାର ଶିରୋମଣି ଅକାଳୀ ଦଳ ଏକ ଅବିଚ୍ଛେଦ୍ୟ ଅଙ୍ଗ। କେନ୍ଦ୍ର ଗୃହ ମନ୍ତ୍ରଣାଳୟର ନିର୍ଦ୍ଦେଶାବଳୀ ଯୋଗୁଁ ରାଜ୍ୟ ସରକାର ଉପାୟଶୂନ୍ୟ । ସେ ଅକାଳୀ ଦଳକୁ ଲୋକଙ୍କୁ ପ୍ରତାରଣା କରିଥିବା ଅଭିଯୋଗ କରିଛନ୍ତି। ଶିରୋମଣି ଗୁରୁଦ୍ୱାର ପ୍ରବନ୍ଧକ ସମିତି (ଏସଜିପିସି) ଅଧ୍ୟକ୍ଷ ଗୋବିନ୍ଦ ସିଂ ଲୋଗୋଁବାଲ ରବିବାର ଧାର୍ମିକ ସ୍ଥଳରେ 'ପ୍ରସାଦ' ଏବଂ ଲଙ୍ଗର ଉପରେ ରୋକ ଲଗାଇବା ନେଇ ନିର୍ଦ୍ଦେଶାବଳୀ ସମୀକ୍ଷା କରିବାକୁ ସରକାରଙ୍କୁ ନିବେଦନ କରିଛନ୍ତି ।

ନିର୍ଦ୍ଦେଶାବଳୀ ଅନୁଯାୟୀ, ଧାର୍ମିକ ସ୍ଥଳରେ ପ୍ରସାଦ କିମ୍ବା ଲଙ୍ଗର ବଣ୍ଟନ ହେବ ନାହିଁ । ଏସଜିପିସି କହିଛି ଯେ, ସାମ୍ପ୍ରଦାୟିକ ରୋଷେଇ କେନ୍ଦ୍ରରେ ସମ୍ପୂର୍ଣ୍ଣ ପରିମଳ ବ୍ୟବସ୍ଥା କରାଯାଉଛି । ଏହି ସମୟରେ, ରାଜ୍ୟ ସରକାରଙ୍କ ନିର୍ଦ୍ଦେଶାବଳୀ ଅନୁଯାୟୀ 2 ମାସରୁ ଅଧିକ ସମୟ ପରେ ଅନ୍ୟ ଧାର୍ମିକ ସ୍ଥାନ ଏବଂ ସପିଂ ମଲ ମଧ୍ୟ ଖୋଲା ଯାଇଥିଲା। ଥର୍ମାଲ ସ୍କ୍ରିନିଂ ପରେ ଭକ୍ତମାନେ ସ୍ୱର୍ଣ୍ଣମନ୍ଦିରରେ ପ୍ରବେଶ କରିଥିଲେ ।

ଅଧିକାରୀଙ୍କ କହିବାନୁସାରେ, ବିଭିନ୍ନ ଦ୍ୱାରରେ ଡାକ୍ତରୀ ଟିମ ନିୟୋଜିତ ହୋଇଥିଲେ। ସ୍ବର୍ଣ୍ଣମନ୍ଦିରରେ ପ୍ରବେଶ ପୂର୍ବରୁ ଭକ୍ତଙ୍କ ହାତକୁ ସାନିଟାଇଜ କରିଥିଲେ । ଅଧିକାରୀଙ୍କ ଅନୁଯାୟୀ, ପରସ୍ପର ମଧ୍ୟରେ ଦୂରତା ବଜାର ରଖିବା ନିୟମକୁ କଡାକଡି ଭାବେ ପାଳନ କରାଯାଉଛି । ତେବେ ପ୍ରଥମ ଦିନରେ ଭକ୍ତଙ୍କ ଭିଡ ଦେଖିବାକୁ ମିଳି ନଥିଲା। ଧାର୍ମିକ ସ୍ଥାନ ସକାଳ 5ଟା ରୁ ରାତି 8ଟା ପର୍ଯ୍ୟନ୍ତ ଖୋଲାରହିବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.