ETV Bharat / bharat

ଚାଷୀଙ୍କୁ ଭେଟିଲେ, ସମସ୍ୟା ବୁଝିଲେ ଫଡନାଭିସ - ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ

ବନ୍ୟା ପ୍ରଭାବିତ ଗୋଣ୍ଡିଆ ଜିଲ୍ଲାର କାସା ମହଲଗାଓଁ-ଧପୱାଡା ଏବଂ ବିର୍ସୋଲା ପରିଦର୍ଶନ କରି ସ୍ଥାନୀୟ ଲୋକଙ୍କ ସହ କଥାବାର୍ତ୍ତା କରିଛନ୍ତି ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ । ଅଧିକ ପଢନ୍ତୁ..

ଚାଷୀଙ୍କୁ ଭେଟିଲେ, ସମସ୍ୟା ବୁଝିଲେ ଫଡନାଭିସ
ଚାଷୀଙ୍କୁ ଭେଟିଲେ, ସମସ୍ୟା ବୁଝିଲେ ଫଡନାଭିସ
author img

By

Published : Sep 2, 2020, 9:38 PM IST

ମୁମ୍ବାଇ: ବନ୍ୟା ପ୍ରବାବିତ ହୋଇଥିବା ଗୋଣ୍ଡିଆ ଜିଲ୍ଲାର କାସା ମହଲଗାଓଁ-ଧପୱାଡା ଏବଂ ବିର୍ସୋଲା ପରିଦର୍ଶନ କରି ସ୍ଥାନୀୟ ଲୋକଙ୍କ ସହ କଥାବାର୍ତ୍ତା କରିଛନ୍ତି ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ । ପୂର୍ବ ବିଦର୍ଭର ଅନେକ ଅଞ୍ଚଳକୁ ପରିଦର୍ଶନ କରିବା ସହ ସରକାରୀ ସୁବିଧା ସୁଯୋଗରୁ ବଞ୍ଚିତ ଥିହା ବାସୀନ୍ଦାଙ୍କ ଅସୁବିଧା ପଚାରି ବୁଝିଛନ୍ତି ଦେବେନ୍ଦ୍ର ।

ସେ କହିଛନ୍ତି, ପୂର୍ବ ବିଦର୍ଭର ଅବସ୍ଥା ଅତ୍ୟନ୍ତ ଗମ୍ଭୀର। କେବଳ ଆଜି ପାଇଁ ନୁହେଁ, ଭବିଷ୍ୟତରେ ଅନେକଙ୍କ ପାଇଁ ଏପରି କୃଷକମାନଙ୍କୁ ତୁରନ୍ତ ସହାୟତା ପ୍ରଦାନ କରାଯାଉ । ସେମାନେ ଭବିଷ୍ୟତ ପାଇଁ ଠିଆ ହୋଇପାରିବେ । କିନ୍ତୁ, ଏଥିପାଇଁ ସରକାର ଏକ ଯୋଜନା ତିଆରି କରି ସାହାଯ୍ୟ କରିବା ଆବଶ୍ୟକତା ଅଛି ବୋଲି ସେ କହିଛନ୍ତି ।

ବାସ କରିବାକୁ ଘର ନାହିଁ ଏବଂ କୃଷି କାର୍ଯ୍ୟ ସଂପୂର୍ଣ୍ଣ ନଷ୍ଟ ହୋଇଯାଇଛି । ସଙ୍କଟ ବଡ ହୋଇଥିଲେ ମଧ୍ୟ ତୁରନ୍ତ ଏବଂ ନଗଦ ସହାୟତା ଦିଆଗଲେ ଅନେକ ପରିବାର ବଞ୍ଚିପାରିବେ । ମୋର ଅନୁରୋଧ ହେଉଛି ରାଜ୍ୟ ସରକାର ବନ୍ୟା ସମୟରେ ରାଜନୀତିକୁ ଛାଡି ତୁରନ୍ତ ସାହାଯ୍ୟ କରନ୍ତୁ ବୋଲି କହିଛନ୍ତି ଦେବେନ୍ଦ୍ର ଫଡନାଭିସ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.