ETV Bharat / bharat

'ଖଦି ଇଣ୍ଡିଆ ଲୋଗୋ ଲଗାଇ ବିକ୍ରି ହେଉଛି ନକଲି ପିପିଇ କିଟ, ନିଆଯିବ କାର୍ଯ୍ୟାନୁଷ୍ଠାନ' - ଖଦୀ ଇଣ୍ଡିଆ ଲୋଗୋ ଲଗାଇ ବିକ୍ରି ହେଉଛି ନକଲୀ ପିପିଇ କିଟ

ଖଦି ଇଣ୍ଡିଆ କେବଳ ହାତ ତିଆରି କପଡା ବ୍ୟବହାର କରେ । କିନ୍ତୁ ଏବେ ଖଦି ଇଣ୍ଡିଆ ଲୋଗୋେ ଉପଲବ୍ଧ ହେଉଛି ପିପିଇ କିଟି , ତାହା ବି ପୁଣି ନକଲି । ଅଧିକ ପଢନ୍ତୁ...

PPE kit
ଖଦୀ ଇଣ୍ଡିଆ ଲୋଗୋ ଲଗାଇ ବିକ୍ରି ହେଉଛି ନକଲୀ ପିପିଇ କିଟ
author img

By

Published : May 5, 2020, 4:26 PM IST

ନୂଆଦିଲ୍ଲୀ: ଖଦି ଏବଂ ଗ୍ରାମଦ୍ୟୋଗ ଆୟୋଗ କହିଛନ୍ତି ଯେ କିଛି ନକଲି କମ୍ପାନୀ ବ୍ୟକ୍ତିଗତ ସୁରକ୍ଷା ଉପକରଣ ତିଆରି ଏବଂ ବିକ୍ରୟ କରୁଛନ୍ତି ଏବଂ ଏଥିରେ 'ଖଦି ଇଣ୍ଡିଆ' ଲୋଗୋ ଲଗାଉଛନ୍ତି। । କେଭିଆଇସି କହିଛି ଯେ, ଏଭଳି କମ୍ପାନୀ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

PPE kit
'ଖଦୀ ଇଣ୍ଡିଆ ଲୋଗୋ ଲଗାଇ ବିକ୍ରି ହେଉଛି ନକଲୀ ପିପିଇ କିଟ

ଏହି ମାମଲାରେ କେଭିଆଇସି ସଭାପତି ବିନୟ କୁମାର ସକ୍ସେନା ଏକ ବିବୃତ୍ତି ଜାରି କରି ସ୍ପଷ୍ଟ କରିଛନ୍ତି ଯେ, ଖଦି ଇଣ୍ଡିଆ ବଜାରରେ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ପିପିଇ କିଟ୍ ଲଞ୍ଚ କରିନାହିଁ। ତେଣୁ ବଜାରରେ ବିକ୍ରି ହେଉଥିବା ପିପିଇ କିଟ୍ ସମ୍ପୂର୍ଣ୍ଣ ନଲି ଅଟେ । କେଭିଆଇସି କହିଛି ଯେ, ଏହା ସମ୍ପୂର୍ଣ୍ଣ ଭୂଲ ଏବଂ ବିଭ୍ରାନ୍ତିକର ଖଦି ଇଣ୍ଡିଆ ସେପରି କୌଣସି ଉତ୍ପାଦ ତିଆରି କରିନାହିଁ।

ବିବୃତ୍ତିରେ କୁହାଯାଇଛି ଯେ, ଏହା ସ୍ପଷ୍ଟ ହୋଇଛି ଯେ, ଖଦି ଇଣ୍ଡିଆ କେବଳ ହାତ ତିଆରି କପଡା ବ୍ୟବହାର କରେ । ତେଣୁ ପଲିଷ୍ଟର ଏବଂ ପଲିପ୍ରୋପିଲିନ ଭଳି ସାମଗ୍ରୀରୁ ନିର୍ମିତ ଉତ୍ପାଦ ନା ଖଦିର କିମ୍ବା ଏହା କେବେ କେଭିଆଇସି ଦ୍ୱାରା ପ୍ରମାଣିତ ହୋଇଛି ।

PPE kit
ଖଦୀ ଇଣ୍ଡିଆ ଲୋଗୋ ଲଗାଇ ବିକ୍ରି ହେଉଛି ନକଲୀ ପିପିଇ କିଟ

ସକ୍ସେନା କହିଛନ୍ତି, ଖଦି କପଡ଼ାରେ ନିର୍ମିତ ନିଜସ୍ୱ ପିପିଇ ବିକଶିତ କରିଛି ଯାହା ବିଭିନ୍ନ ପର୍ଯ୍ୟାୟରେ ପରୀକ୍ଷା କରାଯିବ ଏବଂ ଏପର୍ଯ୍ୟନ୍ତ ଆମେ ବଜାରରେ କୌଣସି ପିପଇ କିଟ୍ ଲଞ୍ଚ କରିନାହୁଁ । ସେ କହିଛନ୍ତି, "ଖଦି ନାଁରେ ପିପିଇ କିଟ୍ ବିକ୍ରୟ କରିବା ବେଆଇନ ଅଟେ। ଏଥିସହ ପ୍ରତିଦିନ କୋରୋନା ମୁକାବିଲା କରୁଥିବା ଡାକ୍ତର ଏବଂ ସ୍ୱାସ୍ଥ୍ୟ କର୍ମଚାରୀଙ୍କ ପାଇଁ ଏହି ଉପକରଣ ବିପଦ ସୃଷ୍ଟି କରୁଛି ।" ସେ କହିଛନ୍ତି ଯେ କେଭିଆଇସି ଏଭଳି ନକଲି କମ୍ପାନୀ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବିଚାର କରୁଛି ।

ସୂଚନାମୁତାବକ, ଦିଲ୍ଲୀର ଏକ କମ୍ପାନୀ ଦ୍ୱାରା ନିର୍ମିତ 'ନିଚିଆ କର୍ପୋରେସନ' ନାମକ ଏକ ନକଲି ପିପିଇ କିଟ୍ ବିଷୟରେ କେଭିଆଇସି ଡେପୁଟି ଚିଫ୍ କାର୍ଯ୍ୟନିର୍ବାହୀ ଅଧିକାରୀ ସତ୍ୟ ନାରାୟଣଙ୍କୁ ସୂଚନା ମିଳିଥିଲା । ଏହାପରେ ସେ କହିଥିଲେ ଯେ, ଖଦି ବଜାରରେ କୌଣସି ପିପିଇ କିଟ୍ ଲଞ୍ଚ କରି ନାହିଁ , କି ସେ କୌଣସି ବେସରକାରୀ ସଂସ୍ଥାକୁ ଏହା ବିକ୍ରୟ କରିବାର ଅନୁମତି ମଧ୍ୟ ଦେଇନାହିଁ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.