ହାଇଦ୍ରାବାଦ: ସାରା ବିଶ୍ବରେ ଆତଙ୍କ ଖେଳାଇଛି କୋରୋନା ଭାଇରସ । ବିଶ୍ବସ୍ବାସ୍ଥ୍ୟ ସଙ୍ଗଠନ ଏହାକୁ ମହାମାରୀ ଘୋଷଣା କରାଯାଇଛି । ଦିନକୁ ଦିନ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି । ଏପରି ସ୍ଥିତିରେ ଭାଇରସ ସହ ଲଢେଇ ପାଇଁ ପ୍ରଧାନମନ୍ତ୍ରୀ ମୋଦି ସାର୍କ ଦେଶମାନଙ୍କୁ ଅପିଲ କରିଛନ୍ତି । କରୋନା ଭାଇରସ ସହିତ ଲଢିବା ପାଇଁ ଏକ ଦୃଷ୍ଟାନ୍ତ ମୂଳକ ରଣନୀତି ପ୍ରସ୍ତୁତ କରିବାକୁ ସାର୍କ ଦେଶଗୁଡିକର ନେତାଙ୍କୁ ପ୍ରସ୍ତାବ ଦେଇଛନ୍ତି ମୋଦି । ଭିଡିଓ କନଫରେନ୍ସିଂ ମାଧ୍ୟମରେ ନାଗରିକମାନଙ୍କୁ ସୁସ୍ଥ ରଖିବା ପାଇଁ ଆମେ ଆଲୋଚନା କରିପାରିବା ବୋଲି ସେ କହିଛନ୍ତି ।
ପ୍ରଧାନମନ୍ତ୍ରୀଙ୍କ ଏହି ପ୍ରସ୍ତାବକୁ ସ୍ବାଗତ ଜଣାଇଛନ୍ତି ସାର୍କ ଦେଶର ରାଷ୍ଟ୍ରାଧ୍ୟକ୍ଷ । ମୋଦିଙ୍କ ଏହି ପ୍ରସ୍ତାବ ପାଇଁ ଭୁଟାନ ପ୍ରଧାନମନ୍ତ୍ରୀ ଲୋଟି ସେରିଙ୍ଗ, ମାଲଦୀପ ରାଷ୍ଟ୍ରପତି ଇବ୍ରାହିମ ମହମ୍ମଦ ସୋଲିହ, ଶ୍ରୀଲଙ୍କା ରାଷ୍ଟ୍ରପତି ଗୋତବାୟା ରାଜପକ୍ଷ ଓ ନେପାଳ ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲି ଖୁସି ଜାହିର କରିବା ସହ ତାଙ୍କୁ ଧନ୍ୟବାଦ ଜଣାଇଛନ୍ତି ।
ପିଏମ ମୋଦିଙ୍କ ପ୍ରସ୍ତାବ ପରେ ଭୁଟାନ ପ୍ରଧାନମନ୍ତ୍ରୀ ଲୋଟେ ଶେରିଙ୍ଗ ଏହାକୁ ପ୍ରକୃତ ନେତୃତ୍ବ ବୋଲି କହୁଛନ୍ତି । ସେ କହିଛନ୍ତି ସାର୍କ ସଦସ୍ୟ ଭାବରେ, ଆମେ ଏପରି ସମୟରେ ଏକାଠି ହେବା ଜରୁରୀ | ଛୋଟ ଅର୍ଥନୀତି ଅଧିକ କଷ୍ଟଦାୟକ, ତେଣୁ ଆମକୁ ପରସ୍ପର ସହ ସମନ୍ବୟ ରକ୍ଷା କରିବାକୁ ପଡିବ । ମୋଦିଙ୍କ ନେତୃତ୍ବରେ ଶିଘ୍ର ଏବଂ ପ୍ରଭାବଶାଳୀ ଫଳାଫଳ ଦେଖିବାକୁ ମିଳିବ ବୋଲି ନିଶ୍ଚିତ ଥିବା ସେ କହିଛନ୍ତି ।
ସେହିପରି ମାଲଦ୍ବୀପର ରାଷ୍ଟ୍ରପତି ଇବ୍ରାହିମ ମହମ୍ମଦ ସଲିହ କହିଛନ୍ତି ଯେ ଏହି ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ ନେଇଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଧନ୍ୟବାଦ ଜଣାଉଛି। କୋରୋନା ଭାଇରସ ସହ ଲଢେଇ କରିବାକୁ ସାମୂହିକ ପ୍ରୟାସ ଆବଶ୍ୟକ | ମାଲଦ୍ବୀପ ଏହି ପ୍ରସ୍ତାବକୁ ସ୍ବାଗତ କରେ ଏବଂ ଏହିପରି ପ୍ରୟାସକୁ ସମ୍ପୂର୍ଣ୍ଣ ରୂପେ ସମର୍ଥନ କରିଛନ୍ତି ରାଷ୍ଟ୍ରପତି ଇବ୍ରାହିମ ମହମ୍ମଦ ସଲିହ ।
ଶ୍ରୀଲଙ୍କା ରାଷ୍ଟ୍ରପତି ଗୋତାବାୟା ରାଜପକ୍ଷ ମୋଦିଙ୍କ ପ୍ରସ୍ତାବକୁ ମହାନ ପଦକ୍ଷେପ ବୋଲି କହି ଧନ୍ୟବାଦ ଜଣାଇଛନ୍ତି । ଏପରି ସମୟରେ ଏକତା ମଧ୍ୟରେ ଏକଜୁଟ ହୋଇ ନାଗରିକମାନଙ୍କୁ ସୁରକ୍ଷିତ ରଖିବା ପାଇଁ ଆହ୍ବାନ ଦେଇଛନ୍ତି ରାଜପକ୍ଷ । ସେହିପରି ନେପାଳ ପ୍ରଧାନମନ୍ତ୍ରୀ କେ.ପି ଶର୍ମା ଓଲି କହିଛନ୍ତି ଯେ କୋରୋନା ଭାଇରସ ସହିତ ଲଢିବା ପାଇଁ ସାର୍କ ଦେଶଗୁଡିକର ନେତୃତ୍ବ ମାଧ୍ୟମରେ ଏକ ଦୃଷ୍ଟାନ୍ତ ରଣନୀତି ପ୍ରସ୍ତୁତ କରିଥିବାରୁ ମୁଁ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଧନ୍ୟବାଦ ଜଣାଇଛି ଓ ତାଙ୍କ ଉନ୍ନତ ଧାରଣାକୁ ସ୍ବାଗତ କରୁଛି। ଆମ ସରକାର ନାଗରିକମାନଙ୍କୁ ଏହି ମାରାତ୍ମକ ରୋଗରୁ ରକ୍ଷା କରିବା ପାଇଁ ସାର୍କ ସଦସ୍ୟ ରାଷ୍ଟ୍ରମାନଙ୍କ ସହ ଘନିଷ୍ଠ ଭାବରେ କାର୍ଯ୍ୟ କରିବାକୁ ପ୍ରସ୍ତୁତ।
@ANI