ETV Bharat / bharat

ସାଧାରଣତନ୍ତ୍ର ଦିବସରେ ଭାରତକୁ ବାଂଲାଦେଶ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା - ଶେଖ ହସିନାଙ୍କ ଶୁଭେଚ୍ଛା ପ୍ରସଙ୍ଗ

ଭାରତ 72 ତମ ସାଧାରଣତନ୍ତ୍ର ଦିବସ ପାଳନ କରୁଥିବା ବେଳେ ଭାରତ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ବାଂଲାଦେଶ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା । ଅଧିକ ପଢନ୍ତୁ.....

ସାଧାରଣତନ୍ତ୍ର ଦିବସରେ ଭାରତକୁ ବାଂଲାଦେଶ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା

author img

By

Published : Jan 26, 2021, 5:47 PM IST

ନୂଆଦିଲ୍ଲୀ: ଭାରତ 72 ତମ ସାଧାରଣତନ୍ତ୍ର ଦିବସ ପାଳନ କରୁଥିବା ବେଳେ ଭାରତ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ବାଂଲାଦେଶ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା । ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହସିନା ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

ସାଧାରଣତନ୍ତ୍ର ଦିବସରେ ଭାରତକୁ ବାଂଲାଦେଶ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା
ସାଧାରଣତନ୍ତ୍ର ଦିବସରେ ଭାରତକୁ ବାଂଲାଦେଶ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା

ଏହି ଅବସରରେ ହାସିନା ଦୁଇ ଦେଶର ସୁମ୍ପର୍କକୁ ମଧ୍ୟ ମନେ ପକାଇବା ପାଇଁ ଭୁଲି ନାହାନ୍ତି । ହାସିନା କହିଛନ୍ତି ଭାରତ ଓ ବାଂଲାଦେଶ ମଧ୍ୟରେ ଦୀର୍ଘ ଦିନର ବନ୍ଧୁତା , ସହଯୋଗ ରହିଆସଛି । ଦୁଇ ଦେଶ ପରସ୍ପର ସହଭାଗିତାରେ ଆଗକୁ ବଢିବା ଜାରି ରଖିଛନ୍ତି । ସେହିପରି ଜଟିଳ ପରିସ୍ଥିତି ଓ ବର୍ତ୍ତମାନର ମହାମାରି ସମୟରେ ମଧ୍ୟ ଦୁଇ ଦେଶ ସ୍ପରସ୍ପର ମିଳିତ ଭାବେ ବିଭିନ୍ନ କାମ ହାତକୁ ନେଇଛନ୍ତି ।

ସେହିପରି ବାଂଲାଦେଶ ପ୍ରତିଷ୍ଠା ଚଳିତ ବର୍ଷ 50 ବର୍ଷ ପୁରଣ କରୁଥିବା ଅବସରରେ ଭାରତର ଭୂମିକାରୁ ମଧ୍ୟ ମନେ ପକାଇଛନ୍ତି ହାସିନା । ଚଳିତ ବର୍ଷ ଭାରତର ସାଧାରଣତନ୍ତ୍ର ଦିବସ ପରେଡରେ ବାଂଲାଦେଶ ସଶସ୍ତ୍ର ବଳର 3 ବାହିନୀର 122 ଯବାନ ମଧ୍ୟ ଅଂଶ ଗ୍ରହଣ କରିଛନ୍ତି । ଯାହା ଇଉୟ ଦେଶ ସୁସମ୍ପର୍କର ଉଦାହରଣ ବୋଲି କହିଛନ୍ତି ହାସିନା । ସେ ଏଥିପାଇଁ ଗର୍ବିତ ବୋଲି ମଧ୍ୟ କହିଛନ୍ତି ।

ସେହିପରି ଏହି ଅବସରରେ ସେ ଭାରତକୁ ଏକ ମହାନ ଦେଶ ଭାବେ ବର୍ଣ୍ଣନା କରିବା ସହ ଶାନ୍ତି ଓ ସମୃଦ୍ଧି ଓ ବିକାଶ ପାଇଁ ଶୁଭେଚ୍ଛା ବାର୍ତ୍ତା ଜଣାଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.