ETV Bharat / bharat

ପୁଣି ନାଟକୀୟ ହେବ କର୍ଣ୍ଣାଟକ ରାଜନୀତି, ବାଜି ମାରିବା ପାଇଁ ବିଜେପିକୁ ଆବଶ୍ୟକ 6 ଆସନ - କର୍ଣ୍ଣାଟକ ରାଜନୀତି

ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ପରେ କର୍ଣ୍ଣାଟକରେ ଅଯୋଗ୍ୟ ଘୋଷିତ ହୋଇଥିବା 17 ଅଯୋଗ୍ୟ ବିଧାୟକ ଆସନ୍ତା ଡିସେମ୍ବର 5ରେ ହେବାକୁ ଥିବା ଉପନିର୍ବାଚନରେ ପୁନର୍ବାର ପ୍ରତିଦ୍ୱନ୍ଦିତା କରିପାରିବେ। ଖାଲି ପଡିଥିବା 17 ବିଧାନସଭା ଆସନ ମଧ୍ୟରୁ କେବଳ 15ଟିରେ ଉପନିର୍ବାଚନ ହେବ। ବର୍ତ୍ତମାନ ରାଜ୍ୟରେ କ୍ଷମତାସୀନ ଥିବା ୟେଦୁରପ୍ପା ସରକାରଙ୍କୁ ତିଷ୍ଠି ରହିବା ଲାଗି ଆଉ ୬ ଜଣ ବିଧାୟକଙ୍କ ସମର୍ଥନ ଆବଶ୍ୟକ।

ଫାଇଲ ଫଟୋ
author img

By

Published : Nov 13, 2019, 6:34 PM IST

ବେଙ୍ଗାଲୁରୁ: କର୍ଣ୍ଣାଟକରେ ଅଯୋଗ୍ୟ ଘୋଷିତ ହୋଇଥିବା ବିଧାୟକଙ୍କୁ ମାମଲାରେ ସୁପ୍ରିମକୋର୍ଟଙ୍କ ରାୟ ଆସିବା ପରେ ପୁଣିଥରେ ନାଟକୀୟ ମୋଡ ନେଇଛି ରାଜ୍ୟ ରାଜନୀତି। ସୁପ୍ରିମକୋର୍ଟ ପୁନର୍ବାର ଅଯୋଗ୍ୟ ଘୋଷିତ ହୋଇଥିବା 17 ବିଧାୟକଙ୍କୁ ପୁନର୍ବାର ନିର୍ବାଚନ ଲଢିବା ପାଇଁ ଅନୁମତି ପ୍ରଦାନ କରିଛନ୍ତି। ବିଧାୟକ ଅଯୋଗ୍ୟ ଘୋଷିତ ହେବା ମାମଲାରେ ସୁପ୍ରିମକୋର୍ଟଙ୍କ ରାୟ ଆସିବା ପରେ ନିଜର ପଦ ହରାଇଥିବା ବିଧାୟକ ଆସନ୍ତା ମାସ 5 ତାରିଖରେ ହେବାକୁ ଥିବା ଉପନିର୍ବାଚନରେ ପ୍ରତିଦ୍ବନ୍ଦିତା କରିପାରିବେ।

ବର୍ତ୍ତମାନ କର୍ଣ୍ଣାଟକରେ ଖାଲି ପଡିଥିବା 17ଟି ବିଧାନସଭା ଆସନ ମଧ୍ୟରୁ କେବଳ 15ଟିରେ ଉପନିର୍ବାଚନ ଅନୁଷ୍ଠିତ ହେବ। କାରଣ ମକ୍ସୀ ଏବଂ ରାଜରାଜେଶ୍ବରୀ ଆସନକୁ ନେଇ କର୍ଣ୍ଣାଟକ ହାଇକୋର୍ଟରେ ଦାଏର ହୋଇଥିବା ମାମଲା ଏବେ ବିଚାରଧୀନ ରହିଛି।

କର୍ଣ୍ଣାଟକ ରାଜ୍ୟ ବିଧାନସଭାର ମୋଟ ନିର୍ବାଚିତ ସଦସ୍ୟଙ୍କ ସଂଖ୍ୟା ହେଉଛି 224। ସେମାନଙ୍କ ମଧ୍ୟରୁ 17 ବିଧାୟକ ଅଯୋଗ୍ୟ ଘୋଷିତ ହେବା ପରେ ବର୍ତ୍ତମାନ ଏହି ସଂଖ୍ୟା ୨୦୭ରେ ପହଞ୍ଚିଛି। ସାମ୍ପ୍ରତିକ ସ୍ଥିତିରେ ସରକାର ଗଠନ ପାଇଁ ଆବଶ୍ୟକ ମ୍ୟାଜିକ ନମ୍ବର ୧୦୪ ଥିବାବେଳେ, ବର୍ତ୍ତମାନ ମୁଖ୍ୟମନ୍ତ୍ରୀ ୟେଦୁରାପ୍ପା ସରକାରଙ୍କ ପାଖରେ ୧୦୬ ବିଧାୟକଙ୍କ ସମର୍ଥନ ରହିଛି।

ରାଜ୍ୟର ୧୫ଟି ଆସନରେ ହେବାକୁ ଥିବା ଉପନିର୍ବାଚନ ଫଳାଫଳ ଘୋଷଣା ହେବା ପରେ ବିଧାୟକ ସଂଖ୍ୟା ୨୨୨କୁ ବୃଦ୍ଧି ପାଇବ। ଏହା ସହିତ ସରକାର ଗଠନ ପାଇଁ ମ୍ୟାଜିକ ନମ୍ବର ୧୧୨କୁ ବୃଦ୍ଧି ପାଇବ। ଏପରି ସ୍ଥିତିରେ ରାଜ୍ୟରେ କ୍ଷମତାସୀନ ଥିବା ବିଜେପି ସରକାରକୁ ତିଷ୍ଠି ରହିବା ଲାଗି ଆଉ ୬ ଜଣ ବିଧାୟକଙ୍କ ସମର୍ଥନ ଆବଶ୍ୟକ। ସେପଟେ ସୁପ୍ରିମକୋର୍ଟଙ୍କ ରାୟକୁ ସ୍ବାଗତ କରିଛନ୍ତି ମୁଖ୍ୟମନ୍ତ୍ରୀ ୟେଦୁରପ୍ପା। ଉପନିର୍ବାଚନ ହେବାକୁ ଥିବା ସମସ୍ତ ଆସନରେ ବାଜିମାତ୍ କରିବା ନେଇ ଆଶାବାଦୀ ଅଛନ୍ତି ସେ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.