ETV Bharat / bharat

‘ଐତିହାସିକ ଭୁଲକୁ ସୁଧାରି ଭାରତର ବିକାଶକୁ ତ୍ୱରାନ୍ୱିତ କରିଛନ୍ତି ମୋଦି ’

ମୋଦି ସରକାରଙ୍କ ଅନେକ ନିଷ୍ପତି ସରକାରର ଦୂରଦର୍ଶିତାକୁ ଦର୍ଶାଉଛି ଏବଂ ଐତିହାସିକ ଭୁଲକୁ ସୁଧାରି ଭାରତର ବିକାଶକୁ ତ୍ୱରାନ୍ୱିତ କରୁଛି ବୋଲି କହିଛନ୍ତି କେନ୍ଦ୍ର ପ୍ରାକୃତିକ ବାଷ୍ପ ଓ ତୈଳ ମନ୍ତ୍ରୀ । ଅଧିକ ପଢନ୍ତୁ..

author img

By

Published : Aug 28, 2020, 7:33 PM IST

‘ଐତିହାସିକ ଭୁଲକୁ ସୁଧାରି ଭାରତର ବିକାଶକୁ ତ୍ୱରାନ୍ୱିତ କରିଛନ୍ତି ମୋଦି ’
‘ଐତିହାସିକ ଭୁଲକୁ ସୁଧାରି ଭାରତର ବିକାଶକୁ ତ୍ୱରାନ୍ୱିତ କରିଛନ୍ତି ମୋଦି ’

ହାଇଦ୍ରାବାଦ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଦଶନ୍ଧି ଦଶନ୍ଧି ଧରି ବିଚାରଧୀନ ଥିବା ପ୍ରତିଶ୍ରୁତିକୁ ପୂରଣ କରାଯିବା ନବ ଭାରତ ନିର୍ମାଣ କରାଯାଉଥିବାର ପ୍ରମାଣ । ଏହି ସମସ୍ତ ନିଷ୍ପତି ମୋଦି ସରକାରଙ୍କ ଦୂରଦର୍ଶିତାକୁ ଦର୍ଶାଉଛି ଏବଂ ଐତିହାସିକ ଭୁଲକୁ ସୁଧାରି ଭାରତର ବିକାଶକୁ ତ୍ୱରାନ୍ୱିତ କରୁଛି ବୋଲି କହିଛନ୍ତି କେନ୍ଦ୍ର ପ୍ରାକୃତିକ ବାଷ୍ପ ଓ ତୈଳ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ମୋଦିଙ୍କ ପ୍ରଥମ କାର୍ଯ୍ୟକାଳ ଯଦି ଜନକଲ୍ୟାଣକାରୀ ଯୋଜନାର ସଫଳ ରୂପାୟନ, ଗରିବଙ୍କ ସମ୍ମାନରେ ବୃଦ୍ଧି ଏବଂ ଜୀବନଶୈଳିରେ ଉନ୍ନତି ଆଣିବା ଦିଗରେ ଥିଲା ତେବେ ଦ୍ୱିତୀୟ କାର୍ଯ୍ୟକାଳର ପ୍ରଥମ ବର୍ଷ ଐତିହାସିକ ଓ ସାହସିକ ନିଷ୍ପତ୍ତି ଏବଂ ଭାରତୀୟଙ୍କ ଆକାଂକ୍ଷାକୁ ପୂରଣ କରିବାକୁ ଦର୍ଶାଉଛି ।

ସେହିପରି ପ୍ରଧାନମନ୍ତ୍ରୀଙ୍କ ଦୃଢ଼ ନେତୃତ୍ୱରେ ଭାରତର ବିକାଶ ଯାତ୍ରା ଅତୁଳନୀୟ । ବିଗତ ୬ ବର୍ଷରେ ପ୍ରଶାସନିକ ବ୍ୟବସ୍ଥାକୁ ସ୍ୱାଧୀନତା ଦିଆଯିବା ଏବଂ ଏହି କାରଣରୁ ଦେଶରେ ପ୍ରଗତି ଏବଂ ସମୃଦ୍ଧିର ଏକ ନୂଆ ସକାଳର ଉଦୟ ହେବାର ଆମେ ସାକ୍ଷୀ ଅଛୁ ବୋଲି କହିଛନ୍ତି କେନ୍ଦ୍ର ମନ୍ତ୍ରୀ।

ସେହିପରି ଆତଙ୍କବାଦ ବିରୁଦ୍ଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଏବଂ ଭାରତର ସାର୍ବଭୌମତ୍ୱ ଉପରେ ଆକ୍ରମଣ କୌଣସି ଖେଳ ଘର ନୁହଁ ବୋଲି ହୃଦୟଙ୍ଗମ କରାଇବା ମୋଦିଜୀଙ୍କ ଦୃଢ଼ ନେତୃତ୍ୱକୁ ଦର୍ଶାଉଛି । ମହିଳାଙ୍କ ସମ୍ମାନ ଏବଂ ସମାନତାକୁ ନିଶ୍ଚିତ କରିବା ପାଇଁ ପ୍ରତ୍ୟାବର୍ତ୍ତନ ଆଇନ୍ ବ୍ୟବସ୍ଥାକୁ ପ୍ରତ୍ୟାହାର କରିବା ମୋଦି ସରକାରଙ୍କ ମାନବିକତାର ପରିଚୟ ।

ଧାରା 370 ଉଚ୍ଛେଦ ଭାରତକୁ ଏକାଠି କରିବା ସହ ‘ଗୋଟିଏ ଦେଶ, ଗୋଟିଏ ସମ୍ବିଧାନ’ର ସ୍ୱପ୍ନକୁ ପୂରଣ କରିଛି । CAA ର ସଂଶୋଧନ ଦ୍ୱାରା ବିଭିନ୍ନ ବର୍ଗ ଏବଂ ସଂସ୍କୃତିର ଲୋକଙ୍କୁ ଆପଣାଇବା ଭାରତର ପୁରୁଣା ପରମ୍ପରାର ଅଭିବ୍ୟକ୍ତିକୁ ଦର୍ଶାଉଛି ।

ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ଭାରତର ରାଜନୈତିକ ପରମ୍ପରାରେ ପରିବର୍ତ୍ତନ ଆସିଛି । ମୋଦି ସରକାର ସୁଶାସନ ଜରିଆରେ ନାଗରିକଙ୍କ ପ୍ରତିଶ୍ରୁତିକୁ ପୂରଣ କରି ସେମାନଙ୍କ ଆକାଂକ୍ଷାକୁ ପୂରଣ କରିଛନ୍ତି ଓ ଆତ୍ମନିର୍ଭର ଭାରତ କରିବା ଦିଗରେ ସଂକଳ୍ପବଦ୍ଧ ।

ଅନ୍ୟପଟେ ଅଯୋଧ୍ୟା ଉପରେ ଐତିହାସିକ ରାୟ ବୃହତ ରାମ ମନ୍ଦିର ନିର୍ମାଣର ମାର୍ଗକୁ ପ୍ରଶସ୍ତ କରିଛି ତଥା ସଂସଦର ସର୍ବତ୍ତୋମ ପ୍ରଦର୍ଶନ ନୂଆ ମାନଦଣ୍ଡ ସୃଷ୍ଟି କରିଛି । ମୋଦି2.0 ଅନେକ ଗୁରୁତ୍ୱପୂର୍ଣ୍ଣ ଏବଂ ଐତିହାସିକ ସଫଳତାର ଉପଲବ୍ଧି କରିଛି ବୋଲି ଟ୍ବିଟର ମାଧ୍ୟମରେ ଉଲ୍ଲେଖ କରିଛନ୍ତି ଧର୍ମେନ୍ଦ୍ର ପ୍ରଧାନ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.