ETV Bharat / bharat

ଏକାଠି ରହିଛି ମନ୍ଦିର-ମଜାର, ମିଶି ପୂଜା କରନ୍ତି ହିନ୍ଦୁ-ମୁସଲମାନ - muslims and hindus pray together

ବିହାରର ସମସ୍ତିପୁରରେ ଏକାଠି ରହିଛି ମନ୍ଦିର-ମଜାର । ପ୍ରତିଦିନ ଶିବଲିଙ୍ଗରେ ଏକାଠି ଫୁଲ ଚଢାନ୍ତି ହିନ୍ଦୁ-ମୁସଲମାନ ।

ଫଟୋ ସୌଜନ୍ୟ: ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ
author img

By

Published : Jul 30, 2019, 9:15 PM IST

ପାଟନା: ଦେଶରେ ହିନ୍ଦୁ ମୁସଲମାନଙ୍କ ମଧ୍ୟରେ ବେଳେବେଳେ ସାମ୍ପ୍ରଦାୟିକ ଅସନ୍ତୋଷ ଉପୁଜୁଥିବା ଦେଖାଯାଇଥାଏ । ତେବେ ଏଠି ଓଲଟା । ସାମ୍ପ୍ରଦାୟିକ ସଦଭାବନା ଓ ସହଭାଗିତା ପାଇଁ ଏହି ସ୍ଥାନ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛି । ସମାଜକୁ ନୂଆ ବାର୍ତ୍ତା ଦେଉଛି ବିହାରର ସମସ୍ତିପୁର । ଯେଉଁଠି ଉଭୟ ଧର୍ମର ଭାଇଚାରା ଦେଖିବାକୁ ମିଳିଥାଏ ।

ଭିଡିଓ ସୌଜନ୍ୟ: ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ଜିଲ୍ଲାର ମୁଖ୍ୟାଳୟରୁ ପ୍ରାୟ 20 କିଲୋମିଟର ଦୂର ସମସ୍ତିପୁରର ମୋରବା ପ୍ରଖଣ୍ଡରେ ଏକ ଖୁଦନେଶ୍ବର ମନ୍ଦିର ରହିଛି । ଯେଉଁଠି ହିନ୍ଦୁ-ମୁସଲମାନ ଏକାଠି ହୋଇ ଭଗବାନ ଶିବଙ୍କୁ ପୂଜା କରିଥାନ୍ତି । ଏହା ସବୁଠାରୁ ଭିନ୍ନ ମନ୍ଦିର ଅଟେ । ଯେଉଁଠି ଗୋଟିଏ ଛାତ ତଳେ ଶିବଲିଙ୍ଗ ପୂଜାପାଉଥିବାବେଳେ ଅନ୍ୟପଟେ ମଜାର ମଧ୍ୟ ରହିଛି । ଯେଉଁଥିପାଇଁ ଏହି ମନ୍ଦିରର ବେଶ ଲୋକପ୍ରିୟତା ରହିଛି । ଶ୍ରାବଣ ମାସରେ ଏହି ମନ୍ଦିରକୁ ହଜାର ହଜାର କାଉଡିଆ ମାନେ ଆସିଥାନ୍ତି । ମାନସିକ ଧାରି ଭକ୍ତ ମାନେ ଉଭୟ ମନ୍ଦିର ଓ ମଜାରରେ ମୁଣ୍ଡିଆ ମାରିଥାନ୍ତି ।

କିପରି ହେଲା ଏହାର ନିର୍ମାଣ-

ସୂଚନାମୁତାବକ, ଏହି ମନ୍ଦିର 13ଶହ ଶତାବ୍ଦୀରେ ନିର୍ମାଣ ହୋଇଥିଲା । ହିନ୍ଦୁ ମୁସଲମାନ ରହୁଥିବା ଏହି ଅଞ୍ଚଳରେ ଜଣେ ମୁସଲମାନ ମହିଳା ଖୁଦନୀ ବିବି ପ୍ରତ୍ୟେକ ଦିନ ଗାଇ ଚରାଇବାକୁ ଆସୁଥିଲେ । ଆଉ ପ୍ରତିଦିନ ଉକ୍ତ ଗାଇ ଗୋଟିଏ ସ୍ଥାନରେ ହିଁ ଯାଇ ଘାସ ଖାଇବା ସହ ଆପେ ଆପେ କ୍ଷୀର ଦେବାରେ ଲାଗିଯାଏ । ଏହା ଦେଖି ଖୁଦନୀ ବିବି ଗୋଟେ ଦିନ ଯାଇଦେଖିବା ବେଳକୁ ଭଗବାନ ଭୋଳାନାଥ ନିଜେ ଖୁଦନୀ ବିବିଙ୍କୁ ଦର୍ଶନ ଦେଇଥିଲେ । ଆଉ ଏହି କଥା ବାହାରେ ପ୍ରଘଟ ନକରିବାକୁ ଆଦେଶ ମିଳିଥିଲା । ହେଲେ ସେ ଏହା ଅନ୍ୟମାନଙ୍କ ଆଗରେ କହିବା କ୍ଷଣି ହିଁ ତାଙ୍କର ପ୍ରାଣ ଚାଲିଯାଇଥିଲା ।

ଏହାପରେ ଗାଁ ଲୋକ ମାନେ ଖୁଦନୀଙ୍କ ମୃତଦେହ ଉକ୍ତ ସ୍ଥାନରେ ପୋତି ଦେଇଥିଲେ । କିନ୍ତୁ ଏହି ଘଟଣାର କିଛି ଦିନ ପରେ ମଜାର ନିକଟରେ ଏକ ଶିବ ଲଙ୍ଗ ଉତ୍ପନ୍ନ ହେବାର ଦେଖାଦେଇଥିଲା । ଉକ୍ତ ସ୍ଥାନରେ ମନ୍ଦିର ନିର୍ମାଣ କରାଯାଇଥିଲା ଯାହାର ନାଁ ଖୁଦନେଶ୍ବର ଧାମ ରଖା ଗଲା ।

ଧିରଧିରେ ସମୟ ବଦଳିବା ସହ ଏହି ମନ୍ଦିରରେ ଆସ୍ଥା ଓ ସାମ୍ପ୍ରଦାୟିକର ଅଦ୍ଭୁତ ସଙ୍ଗମ ଦେଖିବାକୁ ମିଳିଥିଲା । ଏଠାକୁ ବର୍ଷ ସାରା ଶ୍ରଦ୍ଧାଳୁଙ୍କ ବିଡ ଲାଗିଥାଏ । ହେଲେ ଶ୍ରାବଣ ମାସରେ ଅତ୍ୟଧିକ ଭିଡ ପରିଲିକ୍ଷିତ ହୋଇଥାଏ । ଏହି ସମୟରେ ଏଠାରେ ମେଳା ମଧ୍ୟ ଲାଗିଥାଏ । ତେବେ ଉଭୟ ଧର୍ମର ଭଗବାନ ଥିବାରୁ ଏହାକୁ ମୁଖ୍ୟମନ୍ତ୍ରୀ ନିତିଶ କୁମାର ପର୍ଯ୍ୟଟକ ସ୍ଥଳଭାବେ ବିକଶିତ କରିବାକୁ ନେଇ ଘୋଷଣା କରିଛନ୍ତି । ହେଲେ ଏପର୍ଯ୍ୟନ୍ତ କୌଣସି କାମ ଆରମ୍ଭ ହୋଇନଥିବାବେଳେ ଉକ୍ତ ସ୍ଥାନକୁ ଯିବାର ମାର୍ଗ ଅତ୍ୟନ୍ତ ଖରାପ ରହିଛି ଏହାସହ ମନ୍ଦିର ପରିସରରେ ମଧ୍ୟ ଅନେକ ଅସୁବିଧା ରହିଛି ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.