ନୂଆଦିଲ୍ଲୀ: ବିଷ ବଳୟରେ ଥିବା ରାଜଧାନୀକୁ ଆତଙ୍କିତ କରୁଛି ଡେଙ୍ଗୁ । ଦିଲ୍ଲୀରେ ପ୍ରଦୂଷଣ ମାତ୍ରା ଯେତିକି ତ୍ରୀବ ହେଉଛି ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ସେତିକି ବଢିବାରେ ଲାଗିଛି । ତେବେ ଆଜି ସୁଦ୍ଧା ମୋଟ 833 ଜଣ ଡେଙ୍ଗୁ ରୋଗୀଙ୍କୁ ଚିହ୍ନଟ କରାଯାଇଛି ।
ଗତ 15 ଦିନ ଭିତରେ ଦିଲ୍ଲୀରେ ପୁଣି ଥରେ କାୟା ବିସ୍ତାର କରିବାରେ ଲାଗିଛି ଡେଙ୍ଗୁ । 15 ପୂର୍ବରୁ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା 433 ପାଖାପାଖି ରହିଥିବା ବେଳେ ଏହା ବଢି 850ରେ ପହଞ୍ଚିଛି । ଆଉ ଆଗାମୀ ଦିନରେ ଏହା 1000ରେ ଛୁଇଁବାର ଅନୁମାନ କରାଯାଉଛି ।
ବିଜେପି ଓ ଦିଲ୍ଲୀ ସରକାରଙ୍କୁ ଯୋଗୁଁ ଡେଙ୍ଗୁ ରୋଗୀ ବୃଦ୍ଧି ପାଇଥିବା ନେଇ କଂଗ୍ରେସ ନେତା ଅରିବନ୍ଦର ସିଂହ ଲଭଲୀ କହିଛନ୍ତି । ଏଥିସହ ସେ କହିଛନ୍ତି, ବିଜେପି ଓ ଦିଲ୍ଲୀ ସରକାର ଫଟୋ ଉଠାଇବା ସହ ଆତ୍ମପ୍ରଚାର କରୁଛନ୍ତି । ଆଉ ଏହି ଦୁଇ ସରକାର ତଳ ସ୍ତରରେ କୌଣସି କାମ କରୁନଥିବାର ସେ ଅଭିଯୋଗ କରିଛନ୍ତି ।